ଜରୁରୀ ଖବର – ପୁଣି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍, ତାଙ୍କର ଶୀଘ୍ର ସୁସ୍ଥତା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ……..

0

ବିସିସିଆଇ ର ସଭାପତି ତଥା ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ଙ୍କ ପିଛା ଛାଡୁନି ଅସୁସ୍ଥତା। ଆମେ କହୁଛୁ ଭାରତୀୟ ପୂର୍ବତନ ପ୍ରମୁଖ କ୍ରିକେଟ୍ ଖେଳାଳି ଦାଦା ସୈାରଭ ଗାଙ୍ଗୁଲି ଙ୍କ କଥା। କାରଣ ଏବେ ପୁଣି ଥରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଦାଦା।ତେବେ ସୂଚନା ଅନୁସାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବିସିିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ କୋଲକତା ର ଏକ ଘରୋଇ ହସପିଟାଲ ରେ ଆଡମିଟ କରା ଯାଇ ଥିବାର କୁହା ଯାଇଛି।

ଆପଣଙ୍କୁ କହି ରଖୁଛୁ ଗତ ୨ ତାରିଖ ଦିନ ଜିମରେ ବ୍ୟାୟାମ କରୁ ଥିବା ବେଳେ ଦାଦାଙ୍କୁ ହାର୍ଟ ଆଟାକ୍‌ ହୋଇ ଥିଲା।ଆଉ ଏହା ପରେ ତାଙ୍କୁ ଉଡ୍‌ଲ୍ୟାଣ୍ଡ ହସ୍ପିଟାଲର ଭର୍ତ୍ତିି କରା ଯାଇଥିଲା।

ହସ୍ପିଟାଲ୍ ରେ ଭର୍ତ୍ତି ହେବା ପରେ ସୈାରଭ ଗାଙ୍ଗୁଲି ଙ୍କ ର ଆଞ୍ଜିଓପ୍ଲାଷ୍ଟି କରା ଯାଇଥିଲା ।ଆଉ ଏହାପରେ ତାଙ୍କ ହାର୍ଟରେ ଆଉ ଦୁଇଟି ବ୍ଳକେଡ୍‌ ରହି ଥିବା ସୂଚନା ମିଳିଛି। ତେବେ ବିସିସିଆଇ ର ସଭାପତି ତଥା ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହଠାତ୍ ଅସୁସ୍ଥ ହୋଇ ପଡି ଥିଲେ କିଛି ଦିନ ତଳେ।ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସପିଟାଲ ରେ ଭର୍ତ୍ତି କରା ଯାଇଥିଲା ପ୍ରଥମେ।

ପ୍ରଥମ ଥର ତାଙ୍କର ଏପରି ଅସୁସ୍ଥତା ରେ ଗାଙ୍ଗୁଲିଙ୍କୁ କଲିକତାର ଉଡଲ୍ଯାଣ୍ଡ ହସପିଟାଲ ରେ ଭର୍ତ୍ତି କରା ଯାଇ ଥିଲା। ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯିବ ବୋଲି ସୂଚନା ମିଳିବା ପରେ ଶେଷରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରା ଯାଇଥିଲା।

ତେବେ ସୂଚନା ମୁତାବକ ପ୍ରଥମ ଥର ପାଇଁ ଗତ ୨ ତାରିଖରେ ସୈାରଭ ଗାଙ୍ଗୁଲି ତାଙ୍କ ଘରେ ଜିମରେ ୱାର୍କ ଆଉଟ୍ କରିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା।ଏହାପରେ ଡାକ୍ତର ଙ୍କ ପରାମର୍ଶ ନିଆଯିବା ପରେ ଏହାର ଚିକିତ୍ସା ପରେ ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କୁ କାର୍ଡିଓ ଆରେଷ୍ଟ ଆଟାକ ହୋଇଛି ବୋଲି ଜଣା ପଡିଥିଲା।

ଆଉ ଏହାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିବାକୁ ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ।ଆଉ ଏହା ପରେ ବିଶେଷ ଚିନ୍ତା କରିବାର କୌଣସି ଆବଶ୍ଯକତା ନାହିଁ ବୋଲି ଡାକ୍ତର କହିଥିଲେ।ଆଉ ଏହାପରେ ତାଙ୍କ ଅବସ୍ଥା ସ୍ଥିର ରହି ଥିଲା।

ଏହାପରେ ସେ ଠିକ୍ ଅଛନ୍ତି ବୋଲି ଡାକ୍ତର କହିଥିଲେ। ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଦେଖି ଏଭଳି ଏକ ଖବର ବିଷୟରେ ଜାଣିବା ପରେ ସୈାରଭ ଗାଙ୍ଗୁଲି ଙ୍କ ଶୀଘ୍ର ସୁସ୍ଥ ଜୀବନ କାମନା କରିଛନ୍ତି ମମତା ବାନାର୍ଜୀ।ତେବେ କ୍ରିକେଟ୍ ଜଗତରେ ଏକ ଏଭଳି ଖେଳାଳୀ ଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ସମସ୍ତଙ୍କ ମନରେ ତାଙ୍କ ପ୍ରତି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତାଙ୍କର ସୁସ୍ଥ ଜୀବନ କାମନା କରିଛନ୍ତି କ୍ରିକେଟ୍ ପ୍ରେମୀ ଏବଂ ତାଙ୍କର ଅଗଣିତ ପ୍ରଶଂସକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।