ହେ ଭଗବାନ ! ପୁରାଣରେ ଅଛି ଉଭେଇଯିବେ କେଦାରନାଥ, ଭୌଗୋଳିକ ସ୍ଥିତି କହୁଛି ଆସିପାରେ ବଡ ବିପତ୍ତି ଜାଣନ୍ତୁ ଏହା ପଛର ସତ୍ୟତା…

0

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି। ତେବେ ଶାସ୍ତ୍ର ରେ ଏମିତି କିଛି ସ୍ଥାନ ମାନଙ୍କ ବିଷୟ ରେ ବର୍ଣ୍ଣିତ ରହିଛି ଯାହା ଖୁବ୍ ରହସ୍ୟମୟ ଅଟେ ।ତେବେ ଭାରତ ରେ ବିଭିନ୍ନ ସ୍ଥାନ ମାନଙ୍କ ରେ ବିଭିନ୍ନ ମନ୍ଦିର ମାନ ରହିଛି ଯେଉଁ ମନ୍ଦିର ରେ ଭଗବାନ କୁ ପୂଜା କରାଯାଏ । ଏମିତି ଅନେକ ମନ୍ଦିର ରହିଛି ଯେଉଁ ମନ୍ଦିର ଖୁବ୍ ରହସ୍ୟମୟ ଅଟେ ।

ଏହି ମନ୍ଦିର ବିଷୟ ରେ ଅନେକ ତଥ୍ୟ ପୁରାଣ ମାନଙ୍କ ରେ ବର୍ଣ୍ଣିତ ରହିଛି। ସେହି ମନ୍ଦିର ମାନଙ୍କ ଭିତରୁ ଭଗବାନ ଶିବ ଙ୍କୁ ପୂଜା କରାଯାଉ ଥିବା କେଦାରନାଥ ମନ୍ଦିର ଅନ୍ୟତମ ଅଟେ । ତେବେ ଆଜି ଆମେ ଏହି ମନ୍ଦିର ବିଷୟ ରେ ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଭବିଷ୍ୟ ବାଣୀ ବିଷୟ ରେ କହିବାକୁ ଯାଉଛି ;

କୁହାଯାଏ ଭଗବାନ ଶିବ ଙ୍କ ର ଯେତିକି ମଧ୍ୟ ମନ୍ଦିର ରହିଛି ସେହି ମନ୍ଦିର ମାନଙ୍କ ମଧ୍ୟରୁ କେଦାରନାଥ ମନ୍ଦିର ଟି ସବୁଠୁ ଭିନ୍ନ ଓ ଅନ୍ୟତମ ଅଟେ। କୁହାଯାଏ ଏଠାରେ ସ୍ଵୟଂ ଭଗବାନ ଶିବ ବାସ କରନ୍ତି । ଏହି ମନ୍ଦିର ଟି ସବୁ ମନ୍ଦିର ମାନଙ୍କ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର ଅଟେ ଆଉ ଏହି ମନ୍ଦିର ରେ ଭଗବାନ ଶିବ ଙ୍କ ର ଦ୍ଵାଦଶ ଅବତାର ଗୋଟିଏ ଅବତାର ରହିଛି ।

ତେବେ ଏହି ମନ୍ଦିର ଟି ସମୁଦ୍ର କୂଳ ଠାରୁ ୩୦୦୦ କିଲୋମିଟର ଦୂରରେ ହିମାଳୟ ପର୍ବତ ଉପରେ ଅବସ୍ଥିତ । ଏହି ମନ୍ଦିର କୁ ଯିବା ଯେତିକି ବିପଦପୂର୍ଣ୍ଣ ହେଲେ ମଧ୍ୟ ଭକ୍ତ ମାନଙ୍କ ଗହଳି କେବେ ମଧ୍ୟ ଏହି ମନ୍ଦିର ରେ କମ୍ ନଥାଏ। କିନ୍ତୁ ଏହି ମନ୍ଦିର ବିଷୟ ରେ ଯାହା ସବୁ ଭବିଷ୍ୟ ବାଣୀ ରହିଛି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

କଳିଯୁଗ ଶେଷ ରେ ଏହି ଦୁନିଆ ରେ ପାପ ର ଭାର ଏତେ ମାତ୍ରା ରେ ବଢିଯିବ ଯେ ଭଗବାନ ନିଜ ମନ୍ଦିର ଛାଡ଼ି କୁଆଡ଼େ ଉଭାନ ହୋଇଯିବେ ଆଉ କେଦାରନାଥ ମନ୍ଦିର ରେ ମଧ୍ୟ ସେଇୟା ଘଟିବ। କଳିଯୁଗ ଶେଷ ରେ ଭଗବାନ ଏହି ମନ୍ଦିର ଛାଡ଼ି କୁଆଡ଼େ ଉଭାନ ହୋଇଯିବେ। ତେବେ ୨୦୧୩ ମସିହାରେ ହୋଇଥିବା ଘଟଣା କୁ ମଧ୍ୟ ଏହାର ଏକ ପାର୍ଟ ବୋଲି କୁହାଯାଏ।

୨୦୧୩ ମସିହା ଜୁନ ୧୭ ତାରିଖରେ କେଦାରନାଥ ମନ୍ଦିର ଠାରୁ ମାତ୍ର ୨ କିମି ଦୂରରେ ଥିବା ଚୌରାବାଡି ହ୍ରଦ ରୁ ଆସିଥିଲା ଭୟଙ୍କର ବନ୍ୟା ଯେଉଁଥିରେ ୩୮୦୦ ଲୋକ ପ୍ରାଣ ହରାଇ ଥିଲେ । କିନ୍ତୁ ଭଗବାନ ଙ୍କ କୃପା ରୁ ଏକ ପଥର ଯୋଗୁଁ କେଦାରନାଥ ମନ୍ଦିର ବଞ୍ଚି ଯାଇଥିଲା। ତେବେ ଭବିଷ୍ୟ ବାଣୀ ଅନୁସାରେ କଳିଯୁଗ ଶେଷରେ ଏହି ମନ୍ଦିର ଟି ମାଟି ତଳେ ଲିନ ହୋଇଯିବ ଆଉ ଭଗବାନ ଉଭାନ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।