ହେ ପ୍ରଭୁ ! ୨ ବର୍ଷ ହେଲା ବିଛଣାରେ ପଡିଛନ୍ତି ବାପା, ମା ମାଜୁଛି ବାସନ । ଆପଣଙ୍କର ଗୋଟିଏ ସାହାଯ୍ୟ ଲୋକଟିର ଜୀବନ ବଞ୍ଚାଇ ପାରିବ

0

ବାପା ନିଶ୍ଚୟ ଭଲ ହୋଇଯିବେ ଆଉ ଭଲ ହୋଇଗଲେ ମୋ ଲାଗି ନିଶ୍ଚୟ ପ୍ୟାଣ୍ଟ ଶାର୍ଟ୍ ଆଣିବେ। ମନରେ ଏମିତି କେତେ କଣ ଆଶା ରଖି ବାପା କୁ ସ୍ତ୍ରେଚର୍ ରେ ଠେଲି ଠେଲି ମେଡିକାଲ୍ ବାହାର କୁ ନେଇ ଯାଉଚି ୮-୧୦ ବର୍ଷର କୁନି ପିଲା । ମା ଆଗରେ ଟାଣୁଛି ଆଉ ପଛରେ ଠେଲି ଠେଲି ନଉଛି ପୁଅ ଆଉ ସ୍ତ୍ରେଚର ଉପରେ ମଲା ପରି ପଡି ରହିଛି ମଣିଷ ଟିଏ । ମନକୁ କଷ୍ଟ ଦେଉଥିବା ଏହି ଦୃଶ୍ୟ ହେଉଛି କ୍ୟାପିଟାଲ ହସ୍ପିଟାଲ ପରିସର ର ଦୃଶ୍ୟ ।

ସ୍ତ୍ରେଚାର ଉପରେ ଥିବା ବ୍ୟକ୍ତି ହେଉଛନ୍ତି ଭୁବନେଶ୍ୱର ର ବିଜେପି ନଗର ମାଇସାଖାଲ ବସ୍ତି ଅଞ୍ଚଳ ର ବାବୁନା ଦାସ । ପେସା ରେ ଡ୍ରାଇଭର ଅଟନ୍ତି । ଗାଡି ଚଳାଇ ଯାହା ମିଳୁଥିଲା ସେଥିରେ ସ୍ତ୍ରୀ , ପୁଅ , ଝିଅ ମିଶି ଚାରି ପ୍ରାଣୀ କୁଟୁମ୍ବ ପୋଷି ହେଉଥିଲେ । ସବୁ କିଛି ଠିକ୍ ଠାକ୍ ଥିଲା । ଦୁଃଖେ କଷ୍ଟେ ଓ ଅଭାବ ରେ ଚାଲୁଥିଲା ଖୁସି ର ସଂସାର। ହେଲେ ବିଧାତା କିଛି ଅଲଗା ଚାହୁଁ ଥିଲା । ସଂସାର ଉକରକୁ ମାଡ଼ି ଆସିଲା ଦୁଃଖର ବାଦଲ।

ଆଜି କୁ ପ୍ରାୟ ଦୁଇ ବର୍ଷ ପୂର୍ବେ ବବୁନା ଗାଡି ଡ୍ରାଇଭ କରୁଥିବା ବେଳେ ଅଜଣା ଗାଡି ଧକ୍କା ର ଶିକାର ହୋଇଥିଲେ । ଅଣ୍ଟା ଅଚଳ ହୋଇ ପଡ଼ିଲା । ସେବେଠାରୁ ଚିକିତ୍ସା ହେଉଛନ୍ତି ସତ କିନ୍ତୁ ଅଣ୍ଟା ଠାରୁ ତଳକୁ ଆଉ କାମ କରୁନାହିଁ । ଯେତେ ଚିକିତ୍ସା ହେଲେ ମଧ୍ୟ ଆଉ ଭଲ ହୋଇ ପାରୁ ନାହାଁନ୍ତି ବାବୁବା । ଘରେ ଯାହା ଟଙ୍କା ପଇସା ଥିଲା ସେସବୁ ଖର୍ଚ କରି ସାରିଲେଣି ବାବୁନା ଦାସ ଙ୍କ ସ୍ତ୍ରୀ ରୁନୁ ଦାସ । ଅଜଣା ଗାଡ଼ି ଧକ୍କା ଦେଇ ଚାଲିଗଲା ଏହା ପରେ ବାବୁନା ପରାଲିସ କୁ ଚାଲିଗଲେ। ବର୍ତ୍ତମାନ ସ୍ତ୍ରୀ ପର ଘରେ ବାସନ ମାଜୁଚି। ଚାରି ପ୍ରାଣୀ ଙ୍କୁ ଦୁଇ ବେଳା ଠିକ୍ ସେ ଖାଇବାକୁ ମଧ୍ୟ ମିଳୁ ନାହିଁ।

ସରପଞ୍ଚ ଠାରୁ ମନ୍ତ୍ରୀ ଏମେଲ ଯାଏଁ ସମସ୍ତଙ୍କୁ ସାହାର୍ଯ୍ୟ ମାଗି ସାରିଲେଣି ଵବୁନା ଙ୍କ ସ୍ତ୍ରୀ ରୁନୁ ଦାସ କିନ୍ତୁ କେହି ସାହାର୍ଯ୍ୟ ର ହାତ ବଢ଼ାଇ ନାହାଁନ୍ତି ଓଲଟି ଏଠିକୁ ଯାଉ ସେଠିକୁ ଜାଓ କହି ଘଉଡାଇ ଦେଉଛନ୍ତି । ରୋଜଗାର ନାହିଁ ଦୁଇ ପିଲା ଖାଇବେ କଣ ସଂସାର ଚଳିବ କେମିତି ତେଣୁ ପର ଘରେ ବାସନ ମାଜୁ ଅଛନ୍ତି ରୁନୁ ଦାସ କାହା ଆଗରେ ହାତ ପତେଇ ନାହାନ୍ତି।

ବାସନ ମାଜି ଯେଉଁ ପଇସା ରୋଜଗାର କରୁଛନ୍ତି ସେ ସବୁ ମେଡ଼ିସିନ୍ କୁ ବି ନିଅଣ୍ଟ ହେଉଛି । ପିଲା ମାନଙ୍କ ର ନା ପାଠ ପଢା ଅଛି ନା ପିନ୍ଧିବା ପାଇଁ ଭଲ ଡ୍ରେସ୍ । ସେପଟେ ପାରାଲିସ ରେ ପଡ଼ିଥିବା ବାବୁନା ଦାସ ନିରୁପାୟ ହୋଇ କେବଳ ଦିନ ରାତି ଆଖିରୁ ଲୁହ ଗଡ଼ାଉ ଅଛନ୍ତି । ଯଦି ଆପଣ ଏହି ପରିବାର ଙ୍କୁ କିଛି ସାହାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା ଆକାଉଣ୍ଟ୍ ରେ ସାହାର୍ଯ୍ୟ ପ୍ରଦାନ କରି ପାରିବେ-

name – Babuna das
Ac no.- 33065821144
IFSC – SBIN0010929
Badagada Brit colony branch
mob- 7205047616

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।