ଦେଖନ୍ତୁ ଭିଡ଼ିଓ – ହେ ପ୍ରଭୁ ! ଛୋଟ ଛୁଆ ଙ୍କ ଅଣ୍ଡା ଖାଇଗଲେ ଦିଦି, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ…

0

ଜାଲ ଦସ୍ତଖତ ମାରି ଛୁଆ ଙ୍କ ଅଣ୍ଡା , ଚାଉଳ ଓ ଛତୁଆ ଖାଇ ଦେଇଛନ୍ତି ଜଣେ ଦିଦି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପର୍ଯ୍ୟନ ବ୍ଲକ୍ ଜୟିପୂରା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ଯାହାକି ଗ୍ରାମ ରେ ଗର୍ଭବତୀ ମହିଳା ଓ ଶିଶୁ ଙ୍କ ପାଇଁ ସରକାର ଙ୍କ ପାଖରୁ ଆସୁଥିବା ଖାଦ୍ୟ କୁ ସେଠାରେ କାର୍ଯ୍ୟରତ ଥିବା ଅଙ୍ଗନବାଡ଼ି ଦିଦି ମାମିନା ନାୟକ ଆତ୍ମସାତ କରିଥିବା ର ଛୁଆ ଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଏପରିକି ପ୍ରାୟ ଚାରି ମାସ ଛୁଆ ଙ୍କୁ ଚାଉଳ , ଛତୁଆ କିମ୍ବା ଅଣ୍ଡା ପ୍ରଦାନ କରାଯାଇ ନାହିଁ ।କିନ୍ତୁ ଖାତା ଖତିୟାନ ରେ ସବୁ କିଛି ଠିକ୍ ରହିଛି ।

ରେଜିଷ୍ଟର ରେ କେତେବେଳେ ଅଭିଭାବକ ମାନେ ଦସ୍ତଖତ କରିଛନ୍ତି ତ କେତେବେଳେ ଟିପ ଚିହ୍ନ ଦେଇଛନ୍ତି। ଆଉ ଆପଣ ଏହି ରେଜିଷ୍ଟର ର ଦସ୍ତଖତ ଓ ଟିପ ଚିହ୍ନ ଦେଖିଲେ ଜାଣି ପାରିବେ ଯେ କେମିତି ଚାଲିଛି ଦିଦି ଙ୍କ ର ଖାତା ଚାଷ । ସେପଟେ ଦିଦି ନିଜ ଘରେ ନରହି ଅଙ୍ଗନବାଡ଼ି କେନ୍ଦ୍ର କୁ ନିଜ କୁଟୀର ଭାବେ ହାତେଇ ଅଛନ୍ତି । ଅଭିଯୋଗ କରିଥିବା ଲୋକ ମାନଙ୍କ ସହିତ ଦିଦି ମାମିନା ନାୟକ ଯୁକ୍ତି ତର୍କ କରିବା ସହିତ ଖରାପ୍ ଭାଷା ପ୍ରୟୋଗ କରିଥିବା ର ମଧ୍ୟ କ୍ୟାମେରା ରେ ରେକର୍ଡ ହୋଇଛି ।

ଏହି ଘଟଣା କୁ ନେଇ ଉପର ଅଫିସର୍ ମମତା ମଞ୍ଜରୀ ଦେଓ କୁ ଯୋଗା ଯୋଗ କରା ଯିବାରୁ ସେ କହିଛନ୍ତି ଯେ ମୁଁ ଗାଁ କୁ ଯାଇ ଘଟଣା ର ତର୍ଜମା କରିବା ସହ ଲୋକ ଙ୍କ ଠାରୁ ସତ୍ୟତା ଜାଣିବି ବୋଲି କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଯଦି ଘଟଣା ସତ୍ୟ ହେଉଥାଏ ତେବେ ଏହା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ଜଣେ ଅଙ୍ଗନବାଡ଼ି କର୍ମୀ ଙ୍କ ଏଭଳି କାମ ଜାଲ ଦସ୍ତଖତ ମାରି ଛୁଆ ଙ୍କ ଚାଉଳ , ଅଣ୍ଡା , ଛତୁଆ ହଡ଼ପ କରିବା କେତେଦୂର ଯଥାର୍ଥ ଅଟେ ଏହା ତଦନ୍ତ ପରେ ସାମ୍ନା କୁ ଆସିବ।

କେବଳ ସେତିକି ନୁହେଁ ଏହି ଅଞ୍ଚଳ ର ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ରରେ ବହୁତ୍ ଅନିୟମିତତା ହେଉ କିମ୍ବା ର ମଧ୍ୟ ଅଭିଯୋଗ କରାଯାଇ ଥିଲା। ମାତ୍ର ଏସବୁ ଅଭିଯୋଗ ମିଥ୍ୟା ବୋଲି ଖଣ୍ଡନ କରିଛନ୍ତି ଅଙ୍ଗନବାଡ଼ି କର୍ମୀ ଚଉରି ରାଉତ । ତେବେ କୋମଳ ଶିଶୁ ମାନଙ୍କ ପାଇଁ ମେରୁଦଣ୍ଡ ତିଆରି କରୁଥିବା ଅଙ୍ଗନବାଡ଼ି ଦିଦି ଙ୍କ ଏମିତି କାର୍ଣ୍ଡମ୍ ନିଶ୍ଚିତ ଭାବେ ଲଜ୍ୟା ଜନକ ଅଟେ ।

ତେଣୁ ତୁରନ୍ତ ଏଥିପାଇଁ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଅଙ୍ଗନବାଡ଼ି ରେ ଠିକ୍ ରୂପେ ପାଠ ମଧ୍ୟ ପଢା ହେଉ ନାହିଁ ବୋଲି ମଧ୍ୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏହି ସବୁ ଜଘନ୍ୟ କାଣ୍ଡ ପାଇଁ ସରକାର ଙ୍କ ପଦକ୍ଷେପ କୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ମାନେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।