ହେ ପ୍ରଭୁ ! ଦୁନିଆରେ ପ୍ରଥମ ପ୍ରସବ ବେଳେ ଦୁଇଖଣ୍ଡ ହୋଇଗଲା ପିଲା, ଡାକ୍ତର ହୋଇଗଲେ ଅବାକ….

ଭୟଙ୍କର ଘଟଣା । ବିଶ୍ୱାସ କରିବା ହେବା କଷ୍ଟକର। ବିଶ୍ଵ ର କୌଣସି ବି ଡ଼ାକ୍ତରଖାନା ରେ ଏମିତି ଘଟି ନଥିବ । ଡାକ୍ତର ବି ଆଶ୍ଚର୍ଯ୍ୟ ଏମିତି ଘଟିଲା କେମିତି। ପିଲା ଜନ୍ମ ବେଳେ ପ୍ରସବ ଗୃହ ରେ ପିଲା ଟିକୁ ଏତେ ଯୋର୍ ରେ ଟାଣି ଦେଲେ ଯେ ଗର୍ଭବତୀ ମହିଳା ଙ୍କ ପେଟ ଭିତରେ ମୁଣ୍ଡ ରହିଗଲା ଓ ଗଣ୍ଡି ଅଲଗା ହୋଇ ବାହାରକୁ ଚାଲି ଆସିଲା । ରାଜସ୍ଥାନ ର ରାମଗଡ଼ ସରକାରୀ ହସ୍ପିଟାଲ୍ ରେ ଘଟିଛି ଏମିତି ଏକ ସମ୍ବେଦନଶୀଳ ଘଟଣା ।

ମୃତ ନବଜାତ ର ମୁଣ୍ଡ ଓ ଗଣ୍ଡୀ ଅଲଗା ହେବା ପରେ ଡାକ୍ତର ଓ ନର୍ସ ମାନେ ତାଙ୍କ ପରିବାର କୁ ଅସଲ ଘଟଣା ଜଣାଇ ନଥିଲେ। ତାଙ୍କୁ ଜୈଶିଲମାର ହସ୍ପିଟାଲ୍ କୁ ରେଫର୍ କରି ଦିଆଗଲା। ସେଠାରେ ପୁଣି ଯୋଧପୁର କୁ ନେବାକୁ ହେଲା ପ୍ରସୂତି ଙ୍କୁ । ଯେଉଁଠି ଖୋଲିଲା ଅସଲି ରହସ୍ୟ। ଆସନ୍ତୁ ଜାଣିବା କଣ ଥିଲା ପୁରା ଘଟଣା ।

ପ୍ରସବ ପୀଡ଼ା ହେବାରୁ ବିକ୍ଷା କହାର ନାମକ ଜଣେ ପ୍ରସୂତି ରାମଗଡ଼ ସରକାରୀ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ। ଓ ସେଠାରେ ଚେଷ୍ଟା କରି ମଧ୍ୟ ମହିଳା ଙ୍କ ପ୍ରସୂତି କରାଇ ପାରି ନଥିଲେ ଡାକ୍ତର ଓ ନର୍ସ । କେବଳ ବାହାରି ଆସିଲା ପିଲା ଟିର ବେକ ଠାରୁ ଗୋଡ଼ ପର୍ଯ୍ୟନ୍ତ ଅଧା ଶରୀର। ପରିସ୍ଥିତି ଖରାପ୍ ହେବା ଦେଖି ଡାକ୍ତର ମାନଙ୍କ ମୁଣ୍ଡ ଘୁରାଇ ଦେଲା ।

ତେଣୁ ସେମାନେ ତୁରନ୍ତ ମହିଳା ଙ୍କୁ ଜୈଶିଲମାର ହସ୍ପିଟାଲ୍ କୁ ପଠାଇ ଦେଲେ । ପରିବାର ଲୋକ ମାନଙ୍କୁ ଜଣାଇଲେ ନାହିଁ କଣ ଘଟିଛି । ଜୈଶିଲମାର ହସ୍ପିଟାଲ୍ ରେ କିନ୍ତୁ ଏମିତି ଗୁରୁତର ରୋଗୀ ମାନଙ୍କ ପାଇଁ ଚିକିତ୍ସା ସୁବିଧା ନଥିଲା ।

ସେମାନେ ତାଙ୍କୁ ଯୋଧପୁର ପଠାଇ ଦେଲେ । ରାମଗଡ଼ ଡାକ୍ତର ମାନଙ୍କ ପକ୍ଷରୁ ଯୋଧପୁର ଡାକ୍ତର ଙ୍କୁ କୁହାଗଲା ଯେ ପ୍ରସବ କାର୍ଯ୍ୟ ସରିଛି ଓ ପ୍ରସୂତି ଙ୍କ ପେଟ ରେ ନାଡ ରହି ଯାଇଛି । ଯେତେବେଳେ ଯୋଧପୁର ଡାକ୍ତର ମହିଳା ଙ୍କୁ ଯାଞ୍ଚ୍ କଲେ ସେତେବେଳେ ସେ ଜାଣିଲେ ଯେ ମହିଳା ଙ୍କ ପେଟ ରେ ନାଡ ନୁହେଁ ବରଂ ମୃତ୍ୟ ଶିଶୁ ର ପୁରା ମୁଣ୍ଡ ରହି ଯାଇଛି। ଏହା ପରେ ସେମାନେ ପ୍ରସୂତି ଙ୍କ ମୁଣ୍ଡ କୁ ବାହାର କରି ପ୍ରସୂତି ଙ୍କ ପରିବାର ଲୋକ ମାନଙ୍କୁ ଦେଲେ । ଏଠାକାର ଡାକ୍ତର କହିଲେ ଯେ ଆମ ଜୀବନ ରେ ଆମେ ଏମିତି ଏକ କେଶ୍ ଦେଖି ନଥିଲେ।

ଘଟଣା ଜାଣିବା ପରେ ମହିଳା ଙ୍କ ପରିବାର ଲୋକ ଉତ୍ୟକ୍ତ ହୋଇଗଲେ । ସେମାନେ ଯାଇ ରାମଗଡ଼ ଥାନା ରେ ଏତଲା ଦେଲେ । ପୋଲିସ୍ ରାମଗଡ଼ ସରକାରୀ ହସ୍ପିଟାଲ୍ ରେ ତଦନ୍ତ କରିବା ପରେ ସେଠାରେ ମିଳିଲା ମୃତ ନବଜାତ ଙ୍କ ବାକି ଅଧା ଶରୀର । ଏହା ପରେ ମାମଲା ରୁଜ୍ଜୁ କରି ପୋଲିସ୍ ଉଭୟ ଶରୀର ର ପୋଷ୍ଟମର୍ଟମ କରି ତଦନ୍ତ କରିବା ଆରମ୍ଭ କରି ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment