ହେ ପ୍ରଭୁ ! ଇଏ କେମିତିକା ରୋଗ, ଶରୀରରେ ହାଡ଼ ନାହିଁ, ତଥାପି ବଞ୍ଚି ରହିଛନ୍ତି ।ଏହି ଭଉଣୀଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ତେବେ ସୋସିଆଲ୍ ମିଡିଆରେ ପ୍ରାୟ ପ୍ରତିଦିନ ଏପରି ଅନେକ ପିଲା ଙ୍କ ଫଟୋ ସବୁ ଭାଇରାଲ୍ ହେଉଛି, ଯେଉଁ ପିଲା ମାନେ କି ସାଧାରଣ ପିଲା ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା। ଦୁନିଆ ରେ ପ୍ରତିଦିନ ହଜାର ହଜାର ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି । କିନ୍ତୁ ସମସ୍ତେ ସମାନ ହୋଇ ଜନ୍ମ ଗ୍ରହଣ କରି ନଥାନ୍ତି । ସେମାନଙ୍କ ମଧ୍ୟ ରୁ କିଛି ଶିଶୁ ଙ୍କ ର ହାତ ଭଲ ଭାବରେ ହୋଇ ନଥାଏ ତ କାହାର ଗୋଡ଼ ।

ଏହି ଭଳି ଶିଶୁ ମାନଙ୍କୁ ଆମେ ଆବନର୍ମାଲ ଶିଶୁ ବୋଲି କହି ଥାଉ । ପ୍ରତିଦିନ ହଜାର ହଜାର ଏହି ପରି ଶିଶୁ ଜନ୍ମ ଗ୍ରହଣ କରି ଥାଆନ୍ତି ଯାହାର ମୁଣ୍ଡ ଶରୀର ଠାରୁ ବଡ଼ ତ କାହାର ହାତ ଗୋଡ଼ ସମାନ ସାଇଜ ର ନୁହଁ । ତେବେ ଏମାନଙ୍କ ଅଙ୍ଗ ରେ କିଛି ତ୍ରୁଟି ଦେଖାଯାଏ ଯାହା ଦ୍ଵାରା ସେମାନେ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି ।

ଆମେ ଏମିତି ପିଲା ମାନଙ୍କୁ ପ୍ରାୟତଃ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଇ ଥାଉ । କିନ୍ତୁ ଆମେ ଆଜି ଯେଉଁ ଘଟଣା ବିଷୟ ରେ କହିବାକୁ ଯାଉଛୁ ଯିଏ କୌଣସି ଶିଶୁ ନୁହେଁ ବରଂ 22 ବର୍ଷର ଯୁବତୀ ଅଟନ୍ତି ଏବେ ତାଙ୍କର ଫଟୋ ଏ ଇଣ୍ଟରନେଟ ରେ ଭାଇରାଲ ହେବାରେ ଲାଗିଛି । ଏହି ଯୁବତୀ ଟିର କାହାଣୀ ସମସ୍ତ ଙ୍କ ଠାରୁ ଭିନ୍ନ ଅଟେ ।

ବେଳେ ଆମ ସହିତ ଏମିତି କିଛି ଘଟଣା ଘଟିଥାଏ ଯାହାର ସମାଧାନ ଆମେ କରି ପାରୁ ନାହିଁ ସେମିତି କିଛି ଘଟିଛି ଏହି ଯୁବତୀ ଙ୍କ ସହିତ । ଗୋଟିଏ 22 ବର୍ଷ ର ଝିଅ ଯିଏକି ସବୁଦିନ ପାଇଁ ସୋଇ ଯାଇଛି । ଉଠିବା ପାଇଁ ଚେଷ୍ଟା କଲେ ଶରୀର ଥିବା ସମସ୍ତ ହାଡ଼ ଭାଙ୍ଗି ଯାଉଛି। ଏହି ଭଳି ଘଟଣା ହୁଏତ ଆପଣ ମାନେ ପୂର୍ବରୁ କେବେ ଶୁଣି ନଥିବେ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗୁଥିବ ।

ତେବେ ଏମିତି ଏକ ଘଟଣା ଆସିଛି ବାଲେଶ୍ଵର ଜିଲା ର ରଂଗଡ ଗ୍ରାମର ଯେଉଁଠି ଏମିତି ଏକ ମାରାତ୍ମକ ରୋଗ ଦେଖିବାକୁ ମିଳିଛି। ଏହି ରୋଗ ଟି ବିରଳ ଅଟେ ।ତେବେ ଏହି ଝିଅ ଶରୀର ରେ କ୍ୟାଲସିୟମ ର ଅଭାବ ଯୋଗୁଁ ଏମିତି କିଛି ଘଟିଛି ଯେଉଁଥିପାଇଁ ସେ ସବୁଦିନ ପାଇଁ ବେଡ୍ ରେ ସୋଇ ରହିଛି । ତେବେ ଏହି ରୋଗ ଟି ତାଙ୍କର ସପ୍ତମ ଶ୍ରେଣୀ ରୁ ପଢ଼ିବା ସମୟ ରୁ ଦେଖିବା ପାଇଁ ମିଳିଥିଲା।

ଏହି ରୋଗ ର ପ୍ରଥମ ପର୍ଯ୍ୟାୟ ରେ ତାଙ୍କ ଜଙ୍ଘ ହାଡ଼ ବିନ୍ଧିବା ଆରମ୍ଭ ହୋଇଥିଲା ଏହା ପରେ ଆଣ୍ଠୁ ହାଡ଼ । ଏଥିପାଇଁ ସେ ଡାକ୍ତର ଙ୍କୁ ମଧ୍ୟ ଦେଖାଇ ଥିଲେ କିନ୍ତୁ କିଛି ଲାଭ ହୋଇ ନଥିଲା ଧୀରେ ଧୀରେ ପୁରା ଶରୀର ର ହାଡ଼ ବିନ୍ଧିବା ଆରମ୍ଭ ହୋଇଥିଲା ଯେଉଁଥିପାଇଁ ସେ କେବଳ ବେଡ୍ ରେ ସୋଇ ରହିଲେ । ଆଉ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଏମିତି ହୋଇ ଯାଇଛି ଯେ ବେଡ୍ ରୁ ଉଠିଲେ ହିଁ ତାଙ୍କର ସମସ୍ତ ହାଡ଼ ଭାଙ୍ଗି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।