ବାସ୍ତବିକ୍ ଭାବରେ କିଛି ଏମିତି ଅବିଶ୍ୱଶନୀୟ ଘଟଣା ବେଳେବେଳେ ଆମ ଚତୁର୍ପାର୍ଶରେ ଘଟିଯାଏ ଯାହା ଆମକୁ ଚକିତ କରିଥାଏ। କାରଣ ଏହାକୁ ସହଜରେ ବିଶ୍ୱାସ କରିବା ସମ୍ଭବ ନୁହଁ। ଏବଂ ଏହା ସମାଜର ଏକ ଏଭଳି ଦିଗକୁ ଇଙ୍ଗିତ କରିଥାଏ ଯାହା ମଣିଷକୁ ଏକ ଅପ୍ରୀତିକର ପରିସ୍ଥିତିକୁ ଏବଂ ଅସୁରକ୍ଷିତ ବାତାବରଣ ମଧ୍ୟକୁ ଠେଲି ଦେଇଥାଏ। ଯାହା ସଭ୍ୟ ଶିକ୍ଷିତ ସମାଜରେ ଗ୍ରହଣୀୟ ନୁହେଁ। ସାମ୍ପ୍ରତିକ ବିଜ୍ଞାନର ଅଗ୍ରଗତି ଫଳରେ ଆମ ସମାଜ ରେ ଏବେ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ର ଛାୟା ଲମ୍ବି ହୋଇ ରହିଛି। ଯାହାକୁ ଏବେ ପର୍ଯ୍ୟନ୍ତ ମଣିଷ ପାଖରୁ ଦୂର କରିବା ସମ୍ଭବପର ହେଉନାହିଁ।
ତେବେ ଯେଉଁ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ତାହା ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। କାରଣ ଏହି ଘଟଣାଟି କିଛି ସେହି ପ୍ରକାରର।ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।
ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଏହି ଘଟଣାଟି ମଧ୍ୟ କିଛି ସେହିପରି। ଯାହା ପୁଣି ଏବେ ସାମ୍ନା କୁ ଆସିଛି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ।ଯାହା ଏକ ଅସାମାଜିକ ବାର୍ତ୍ତା ପ୍ରଦାନ କରୁଥିବା ଘଟଣା।
ଆଉ ଏବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶରେ ହିମପୁର ଜିଲ୍ଲାର ଆସ୍ଥାନ ଗ୍ରାମରେ।ଏଠାରେ ଜଣେ ୪୯ ବର୍ଷୀୟ ବ୍ୟକ୍ତି ଯାହା କରିଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଉକ୍ତ ବ୍ୟକ୍ତି ଜଣଙ୍କ ଭଗବାନ ଶିବ ଙ୍କ ପାଖରେ ତାଙ୍କର ନିଜ ବେକ କାଟି ସମର୍ପଣ କରିବାକୁ ପ୍ରୟାସ କରି ଅଳ୍ପକେ ରକ୍ଷା ପାଇଛନ୍ତି।
କାରଣ ସୌଭାଗ୍ୟ ବଶତଃ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ତାଙ୍କୁ ଠିକ ସମୟରେ ସେହି ସ୍ଥାନରୁ ଏଭଳି ଭୟାନକ ପରିସ୍ଥିତି ରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କର ଏହି ପ୍ରୟାସ ରେ ସେ କ୍ଷତ ହୋଇଥିବାରୁ ତାଙ୍କର ଅବସ୍ଥା ଏବେ ମଧ୍ୟ ଗମ୍ଭୀର ରହି ଥିବା ଜଣା ପଡିଛି।
ସୂଚନା ଅନୁସାରେ ଉକ୍ତ ବ୍ୟକ୍ତି ଜଣଙ୍କ ନିଜର ତାନ୍ତ୍ରିକ ଗୁଣ କୁ ସାଧନା କରିବା ନିମନ୍ତେ ଭଗବାନ ଶିବଙ୍କୁ ନିଜର ବେକ କାଟି ସମର୍ପଣ କରି ଭଗବାନଙ୍କୁ ଖୁସି କରିବାକୁ ଚାହୁଁଥିଲେ।ତେବେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ତାଙ୍କୁ ଲୋକେ ଉଦ୍ଧାର କରିଥିଲେ।ଏବେ ଯଦିଓ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି କିନ୍ତୁ ସେ ଜୀବିତ ରହିଛନ୍ତି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।