ଦେଖନ୍ତୁ ଭିଡ଼ିଓ : ହେ ପ୍ରଭୂ ! ଏମିତି ବି ମୃତ୍ୟୁ ଆସେ ? ମୃତ୍ୟୁର 25 ମିନିଟ ପୂର୍ବରୁ ଡାକ୍ତରଙ୍କ ଶେଷ ଭିଡ଼ିଓ ଥରୁଟିଏ ଦେଖନ୍ତୁ ଆଖିରୁ ଲୁହ ଆସିଯିବ…

0

ଜୀବନ ଅଛି ତ ମୃତ୍ୟୁ ଅଛି, ଯେମିତି ସାରୁ ପତ୍ରରେ ପାଣିଟି ପଡିଲେ ଢଳ ଢଳ ହୋଇ ତଳକୁ ଖସି ପଡେ, ମଣିଷ ଜୀବନ ଠିକ ସେମିତି ଅଟେ। ଜୀବନ ହେଉଛି ପାଣି ଫଟକା ପରି, କେତେବେଳେ କାହାର ଜୀବନ ଯିବ, କେହିବି କହି ପାରିବେ ନାହିଁ। ମୃତ୍ୟୁ ଯେବେ ଆସେ ତାକୁ କେହି କେବେ ଅଟକାଇ ପାରେ ନାହିଁ। କିନ୍ତୁ ଯଦି କୌଣସି ସଂକେତ ନ ଦେଇ ମୃତ୍ୟୁ ଆସିବ ଆଉ କିଛି ଭାବିବା ଆଗରୁ ଜୀବନ ଦୀପ ଲିଭିଜୀଵ ତାହା ଆମକୁ ଅନେକ କଷ୍ଟ ଦେଇ ଥାଏ। ତେବେ ବେଳେ ଏଭଳି କିଛି ଆକସ୍ମିକ ମୃତ୍ୟୁ ଆସେ ଯାହା ଯାହାକୁ ଜାଣିବା ମାତ୍ରେ ଅତ୍ୟନ୍ତ ଦୁଃଖ ଲାଗିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାସ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ଜଣେ ମହିଳା ଡାକ୍ତର ଙ୍କର ପାହାଡ଼ ଉପରୁ ପଥର ଖସି ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ହିମାଚଳ ପ୍ରଦେଶରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଦୀପା ଶର୍ମା ନାମକ ଜଣେ ମହିଳା, ସେ ଆୟୁର୍ବେଦିକ ଡାକ୍ତର ଭାବେ କାର୍ଯ୍ୟ କରନ୍ତି, ତାଙ୍କର ବୟସ ମାତ୍ର 34 ବର୍ଷ, ସେ ତାଙ୍କ twitter ଆକାଉଣ୍ଟରେ 35 ହଜାର ଫୋଟୋ ପୋଷ୍ଟ କରି ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ ଥିଲେ। ଏବଂ ଏଥି ସହ ସେ ପ୍ରତ୍ୟେକ ଦେଶ ଓ ବିଦେଶରେ ଖବର ସହ ମଧ୍ୟ୍ୟ ସବୁବେଳେ ଜଡିତ ରହୁଥିଲେ।ଏବଂ ସେ ମଧ୍ୟ ଯେଉଁ ସ୍ଥାନକୁ ବୁଲିବା ପାଇଁ ଯାଉଥିଲେ ଫୋଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରି ଅପଡେଟ ଜଣାଉଥିଲେ।

ତେବେ ଗତ କିଛି ଦିନ ତଳେ ହିମାଚଳ ପ୍ରଦେଶର କ୍ୱିନର ଜିଲ୍ଲାକୁ ବୁଲିବା ପାଇଁ ଯାଇଥିଲେ। ଏବଂ ସେ ଫୋଟୋ ପୋଷ୍ଟ କରି ଟ୍ୱିର୍ଟର ରେ ଲେଖି ଥିଲେ ଯେ, ସେ ଭାରତର ଶେଷ ସୀମାରେ ଛିଡା ହୋଇ ଛନ୍ତି ଏବଂ ଏଠାରୁ ମାତ୍ର 80 କିଲୋ ମିଟର ଆଗକୁ ଗଲେ ତିବତ ପାହାଡ଼, ଯାହାକୁ କୀ ଚୀନ କାବୁ କରି ନେଇଛି। ତାଙ୍କର ଏହି ଫୋଟୋକୁ ସେ 12.59 ମିନିଟରେ କରିଥିଲେ ଓ 1.25 ମିନିଟ ରେ ପାହାଡ଼ରେ ଏକ ଅକସ୍ମାତ ଭୂସ୍କଳନ ସୃଷ୍ଟି ହୋଇ, ସେ ଯାଉଥିବା ଗାଡି ଉପରେ ପଥର ଖସି ପଡି ବାରୁ ତାଙ୍କର ମୃତ୍ୟୁ ହୋଇ ଥିଲା। ଏଥି ସହିତ ଆଉ 9 ଜଣଙ୍କର ମଧ୍ୟ ଜୀବନ ଚାଲି ଯାଇଥିଲା।ତାଙ୍କର ଏହି ମୃତ୍ୟୁ ଖବର ପାଇ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଥିଲେ। ଏବଂ ଏଥି ସହ ବଲ୍ଲୀଉଡ଼ ନାୟିକା କଙ୍ଗନା ରାଣାବତ ବି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।