ହେ ପ୍ରଭୁ ! ନିଜ ସ୍ୱାମୀ ବେକରେ ରଶି ବାନ୍ଧି କୁକୁର ଭଳି ରାସ୍ତାରେ ଚରେଇଲା ସ୍ତ୍ରୀ, କାରଣ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ….

0

ବିବାହ କରିଥିବା ନିଜ ସ୍ବାମୀ କୁ କୁକୁର ମାନଙ୍କ ପରି ବେକ ରେ ବେଲ୍ଟ ବାନ୍ଧି ରାସ୍ତା ରେ ବୁଲାଇ ଅଛି ସ୍ତ୍ରୀ। ଆପଣ ହୁଏତ ଏହି କଥା କୁ ବିଶ୍ୱାସ କରୁ ନଥିବେ କିନ୍ତୁ ଏହି କଥା ଟି ସମ୍ପୂର୍ଣ ସତ୍ୟ ଅଟେ । ତେବେ କଣ ପାଇଁ ସେ ଏମିତି କରିଛନ୍ତି ଆସନ୍ତୁ ଜାଣିବା ; ତେବେ ବର୍ତ୍ତମାନ ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି ।

ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି ।ତେବେ ଏହି ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଲେଣି। ସରକାର ଏହି ଭାଇରସ ର ସଂକ୍ରମଣ କୁ ରୋକିବା ପାଇଁ ସରକାର ଦେଶ ଲକ୍ ଡାଉନ୍ ମଧ୍ୟ ଜାରି କରିଥିଲେ ।

ତେବେ ଅଧିକ ଦିନ ଜାଏ ଲୋକ ମାନେ ନିଜ କାର୍ଯ୍ୟ ନକରି ପାରି ହଇରାଣ ହେଉ ଥିବା ରୁ ସରକାର ଲୋକ ମାନଙ୍କୁ ଜରୁରୀ କାଳୀନ ପରିସ୍ଥିତି ରେ ବଜାର ସହର ଯିବା ପାଇଁ ଅନୁମତି ଦେଇ ଥିଲେ କିନ୍ତୁ ସରକାର ଙ୍କ ଏହି ଅନୁମତି ର ଫାଇଦା ଜଣେ ମହିଳା ଏମିତି ଉଠାଇ ଅଛନ୍ତି ଯାହାକୁ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ ।ତେବେ କାନ୍ନାଡାର କ୍ୟୁର ପ୍ରାନ୍ତରେ ଏପରି ଏକ ଘଟଣା ଘଟିଛି ଯେଉଁ ଘଟଣା ପାଇଁ ସେହି ପ୍ରାନ୍ତର ସ୍ୱାମୀ ସ୍ତ୍ରୀଙ୍କ ଠାରୁ ପୋଲିସ ଜୋରିମାନା ଆଦାୟ କରିଛି ।

ସୂଚନା ଅନୁସାରେ କାନ୍ନାଡାର କ୍ୟୁର ପ୍ରାନ୍ତରେ 4 ସପ୍ତାହ ପାଇଁ କର୍ଫ୍ୟୁ ଜାରି ହୋଇଥିଲା । ଏହି କର୍ଫ୍ୟୁ ପାଇଁ ରାତି 8 ରୁ ସକାଳ 5 ଯାଏ ଲୋକମାନଙ୍କୁ ଘରୁ ବାହାରକୁ ବାହାରିବାର ଅନୁମତି ମିଳିନଥିଲା। କିନ୍ତୁ ମେଡ଼ିସିନ୍ , ଖାଦ୍ୟ ସାମଗ୍ରୀ , ଗୃହ ପାଳିତ ପଶୁ ମାନଙ୍କୁ ବାହାରେ ବୁଲାଇବା ପାଇଁ ଓ ଏମିତି ଅନ୍ୟାନ୍ୟ ଜରୁରୀ କାଳୀନ ସାମଗ୍ରୀ ପାଇଁ ଆପଣ ବାହାରକୁ ଯାଇ ପାରିବେ ଏହି ଅନୁମତି ମିଳିଥିଲା । ଏହାର ଫାଇଦା ଉଠାଇ ଥିଲେ ମହିଳା ।

ସେରବ୍ରକକ କିଙ୍ଗ ନାମକ ଜଣେ ମହିଳା ରାତିରେ ଘରୁ ବାହାରକୁ ବାହାରିବା ପାଇଁ ନିଜ ସ୍ୱାମୀ ଷ୍ଟେଟ ଇଷ୍ଟ ପାଟନର ଙ୍କୁ ପାଲତୁ କୁକୁର କରିଦେଇଥିଲେ ଏବଂ ତାର ବେକରେ କିକିର ବେଲ୍ଟ ମଧ୍ୟ ବାନ୍ଧିଦେଲେ । ଏହା ସହିତ ସ୍ୱାମୀକୁ ବାହାରକୁ ବୁଲିବା ପାଇଁ ମଧ୍ୟ ନେଇଗଲେ ।

ଆଶ୍ଚର୍ଯ୍ୟର କଥା ଏହାକି ଯେ ସ୍ୱାମୀ ମଧ୍ୟ ତାର ସ୍ତ୍ରୀର ଏପରି କାମକୁ ବିରୋଧ କରି ନଥିଲେ ସେ କୁକୁର ହୋଇ ରାସ୍ତାକି ଗଲେ ଏବଂ କୁକୁର ପରି ବ୍ୟବହାର ମଧ୍ୟ କିରଲେ ।କିନ୍ତୁ ପୋଲିସ ର ନଜର ଯେତେବେଳେ ଏମାନଙ୍କ ଉପରେ ପଡିଥିଲା ସେମାନେ ସେମାନଙ୍କୁ ଧରି ସେମାନଙ୍କ ପାଖରୁ ଜୋରିମାନା ଆଦାୟ କରିଥିଲା ।ତେବେ ଦୁଇ ଜଣଙ୍କ ଉପରେ 1200-1200 ଡଲାର ଅର୍ଥାତ 2400 ଡଲାର ଜୋରିମାନା ଲଗାଇ ଥିଲେ ।

ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ପାଖା ପାଖି ଦୁଇ ଲକ୍ଷ ଟଙ୍କା ର ଜୋରିମାନା ସେମାନେ ଦେଇଥିଲେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।