ହେ ପ୍ରଭୁ ! ଏକ ସଡକ ଦୁର୍ଘଟଣାରେ ଛଅ ଦିନ ହେବ ଅଶ୍ୱିନୀ ହସ୍ପିଟାଲ ରେ କୋମା ରେ ଅଛନ୍ତି ଏହି ବ୍ୟକ୍ତି , ଆପଣଙ୍କର ଗୋଟିଏ ସାହାର୍ଯ୍ୟ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇପାରିବ

0

କାହାସହ କେତେବେଳେ କଣ ଘଟିବ କେହି କେହି ପାରିବେ ନାହିଁ। ମଣିଷ ଜୀବନରେ ଅନେକ ଦୁଃଖ ସମସ୍ୟା ବେଳେବେଳେ ଏମିତି ରୂପ ନେଇଥାଏ ଯେଉଁଥିରୁ ବାହାରିବା ବହୁତ୍ କଷ୍ଟ ହୋଇପଡେ। କେତେବେଳେ କେମିତି ବିପଦ ମଣିଷ ଉପରକୁ ମାଡ଼ି ଆସିବ ତାହା କଳ୍ପନା କରିବା ମଧ୍ୟ ଅସମ୍ଭବ ଅଟେ।ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଯନ୍ତ୍ରଣା ରେ ରହି ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।

ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃଖ ଓ ସମସ୍ୟା ଭରି ରହିଛି।

ତେବେ ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି। କିନ୍ତୁ ବେଳେବେଳେ ଆମ ଚାରିପଟେ ଏମିତି ପ୍ରକାରର ଅଭାବ ଅନଟନ ଦେଖିବାକୁ ମିଳିଥାଏ ତାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ ଓ ବହୁତ୍ ଗମ୍ଭୀର ଦୁଃଖ ପହଞ୍ଚାଇ ଥାଏ। କେତେବେଳେ ଆମେ ଆମର ଆତ୍ମୀୟ ସ୍ୱଜନ ଙ୍କୁ ହରାଇ ଥାଉ ତ କେତେବେଳେ ଆକସ୍ମିକ ଦୁର୍ଘଟଣା ଆମର ସବୁ ଆଶା ବିଶ୍ୱାସ କୁ ଦୁର୍ବଳ କରି ଦେଇଥାଏ ତାର ପ୍ରଭାବରେ। ସେଥିରୁ ମୁକୁଳିବା ଅନେକଙ୍କ କ୍ଷେତ୍ରରେ ସମ୍ଭବପର ହୁଏନାହିଁ। କାରଣ ଆର୍ଥିକ ଅନଟନ ସେମାନଙ୍କୁ ବିଚଳିତ କରି ଦେଇଥାଏ ଏହିଭଳି ଦୁଃଖଦ ସମୟରେ ଉପଯୁକ୍ତ ନିଷ୍ପତି ନେବାପାଇଁ।

ତେବେ ସେହିଭଳି ଏକ ଦୁଃଖ, ଭାବପୂର୍ଣ୍ଣ ଓ ଅଭାବନୀୟ ଘଟଣା ଘଟିଛି ରାଜକନିକା ଅଂଚଳର କାଳିକାପୁର ଗ୍ରାମରେ।ଏହି ଗ୍ରାମର ସିପୁ ନାମକ ଜଣେ ଯୁବକ ଯିଏକି ଏକ ଭୟାନକ ସଡ଼କ ଦୁର୍ଘଟଣାରେ ଶିକାର ହୋଇ ଆଜକୁ ୭ ଦିନ ହେବ ଭୁବନେଶ୍ଵର ଅଶ୍ୱିନୀ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି।ସେ ଏବେ ଉକ୍ତ ହସ୍ପିଟାଲ୍ ରେ କୋମା ରେ ଅଛନ୍ତି।

ଦୁଃଖର ବିଷୟ ହେଉଚି କି ତାଙ୍କ ପରିବାର ର ଯେତିକି ସମ୍ଭଳ ଥିଲା ପ୍ରାୟତଃ ତାଙ୍କ ଚିକିତ୍ସା ରେ ସରି ଆସିଲାଣି।ତେଣୁ ଏବେ ତାଙ୍କ ଚିକିତ୍ସା ରେ ଅର୍ଥ ସାଜୁଛି ବାଧକ।ସେ କିପରି ଚିକିତ୍ସିତ ହେବେ ସେଥିପାଇଁ ଘର ଲୋକେ ଚିନ୍ତାରେ ରହିଛନ୍ତି। ଏଥିପାଇଁ ସେମାନେ ଲୋକଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ସହାୟତା କରିବା ପାଇଁ।

ତେବେ ଯେଉଁ ସହୃଦୟ ବ୍ୟକ୍ତି ବିଶେଷ ମାନେ ଏହି ଯୁବକ (ସିପୁ) କୁ ସାହାଯ୍ୟ କରିବାକୁ ଚାହୁଁ ଛନ୍ତି, ଦୟାକରି ଯେତିକି ସକ୍ଷମ ସେତିକି ସହାୟତା କରନ୍ତୁ। ହୁଏତ ଆମର ଛୋଟ ସାହାଯ୍ୟ ତାଙ୍କର ଜୀବନ ବଞ୍ଚାଇ ପାରିବ।ତେଣୁ ଆପଣମାନେ

Phone pe/goggle pe- 9937336257 (ଦେବାଶିଷ ନାୟକ ) ଉକ୍ତ ନମ୍ୱର୍ ରେ ଆପଣଙ୍କ ସକ୍ଷମ ଅନୁସାରେ ସହାୟତା କରିବାକୁ ଅନୁରୋଧ କରୁଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।