ହେ ପ୍ରଭୁ ତୁମର ଏକି ଅବତାର ! ଗରୁଡ଼େଶ୍ୱର ମନ୍ଦିରରେ ଉଭାନ ହେଲା ଗରୁଡ଼ ପକ୍ଷୀ , ଦର୍ଶନ ପାଇଁ ଲାଗିଲା ଭକ୍ତଙ୍କ ଭିଡ଼। ମନରେ ଭକ୍ତି ଥିଲେ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ।କେତେବେଳେ ଜୀବ ଜନ୍ତୁ ମାନଙ୍କ ବିଷୟରେ ତ ପୁଣି କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।

କିନ୍ତୁ ଏହି ଘଟଣା କୁ ଭୁଲ ରେ ବି ମିଥ୍ୟା ବୋଲି ଭାବିବେ ନାହିଁ,ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା।ଏବେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ କଣ ସେହି ଫଟୋ ଟି ଆସନ୍ତୁ ଜାଣିବା ;ଏବେ ଏବେ ଏକ ବଡ଼ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏକ ବିରଳ ପକ୍ଷୀ ଗଞ୍ଜାମ ଜିଲ୍ଲାର ଖଲିକୋଟ ଅଞ୍ଚଳର ନବିନିପୂର୍ ଗ୍ରାମ ପଞ୍ଚାୟତ ଗଡ ନୂଆଗାଁ ଅଞ୍ଚଳ ର ଗରୁଡେଶ୍ୱର ମନ୍ଦିର ରେ ଏକ ବିରଳ ପକ୍ଷୀ ବା ଅଦ୍ଭୁଦ ପକ୍ଷୀ ର ଦୃଶ୍ୟ ଦେଖିବାକୁ ମିଳିଛି । ତା ସହିତ ପ୍ରବଳ ମାତ୍ରା ରେ ଜଣ ସାଧାରଣ ଙ୍କ ଭିଡ଼ ଦେଖିବାକୁ ମିଳିଛି।

ସୁଚନା ଅନୁସାରେ ସେହି ବିରଳ ପକ୍ଷୀ ଟି ଆଜି ରାତି ୪ ଟା ରୁ ମନ୍ଦିର ପ୍ରାଙ୍ଗଣ ରେ ଦେଖିବାକୁ ମିଳିଛି । ସକାଳ ପାଖରୁ ବହୁତ୍ ସଂଖ୍ୟାର ଗ୍ରାମବାସୀ ସେଠାରେ ଭିଡ ଜମାଇବା ର ମଧ୍ୟ ଦେଖିବାକୁ ମିଳିଛି ।ବହୁତ୍ ଦୂର ଦୁରାନ୍ତରୁ ଲୋକ ମାନେ ସେହି ପକ୍ଷୀ କୁ ଦେଖିବାକୁ ଆସି ପକ୍ଷୀ ଟିର ଫଟୋ ଓ ଭିଡିଓ ସୁଟ କରୁଛନ୍ତି।ତେବେ ଦୁଃଖର ବିଷୟ ଏହିକି ଯେ ସେହି ପକ୍ଷୀ ଟି ଏଯାଏ କୌଣସି ଖାଦ୍ୟ ସ୍ପର୍ଶ କରୁନାହିଁ।

ପକ୍ଷୀ ଟିକୁ ଗ୍ରାମବାସୀ ଓ ମନ୍ଦିର ପୂଜାରୀ କ୍ଷୀର ଦେଇଛନ୍ତି କିନ୍ତୁ ପକ୍ଷୀ ଟି ତାକୁ ତିଳେ ମାତ୍ର ସ୍ପର୍ଶ କରୁ ନାହିଁ । ତେବେ ଏହି ପକ୍ଷୀ ଟି କାହାରିକୁ କୌଣସି ପ୍ରକାର କ୍ଷତି ମଧ୍ୟ ପହଞ୍ଚାଇ ନାହିଁ କିନ୍ତୁ ଯିଏ ବି ତାର ଅତି ନିକଟ ତର ହେବା ପାଇଁ ଚେଷ୍ଟା କରୁଛି ପକ୍ଷୀ ଟି ଗର୍ଜନ କରୁଛି ।

ତେବେ ଏହି ପକ୍ଷୀ ଟି କୁ ଦେଖିବା ପାଇଁ ମନ୍ଦିର ପରିସର ରେ ଲୋକ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।ତେବେ ହିନ୍ଦୁ ଧର୍ମ ରେ ଦେବୀ ଦେବତା କୁ ବହୁତ୍ ମାନ୍ୟତା ଦିଆଯାଏ। ଏମିତି ମନା ଯାଇ ଥାଏ ଯେ ସବୁ ଦେବୀ ଦେବତା ଙ୍କ ର ଅଲୌକିକ ଶକ୍ତି ରହିଛି ଓ ଅନେକ ଲୋକ ଏହାକୁ ବିଶ୍ୱାସ ମଧ୍ୟ କରି ଥାଆନ୍ତି । ତେବେ ଲୋକ ମାନେ ଭଗବାନ ଙ୍କୁ ଖୁବ୍ ଭକ୍ତି କରି ଥାଆନ୍ତି ।ଆଉ ବିଶ୍ୱାସ କରନ୍ତି ଯେ ଭଗବାନ ବିଭିନ୍ନ ରୂପ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଥାଆନ୍ତି।

ଲୋକ ମାନେ ଏହି ପକ୍ଷୀ ଟିକୁ ଭଗବାନ ଙ୍କ ରୂପ କିମ୍ବା କୌଣସି ପ୍ରକାର ସୂଚନା ଭାବେ ଗ୍ରହଣ କରିଛନ୍ତି ।ତେବେ ପକ୍ଷୀ ବିଶେଷଜ୍ଞ ଙ୍କୁ ଏହି ସମ୍ପର୍କରେ ସୂଚନା ଦିଆ ଯାଇଛି।ସେମାନେ ଆସି ପକ୍ଷୀ ବିଷୟରେ ଅଧିକ ଗବେଷଣା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।