Breaking News – ହେ ଭଗବାନ ! ରାମ ନବମୀରେ ବଡ଼ ଅଘଟଣ, ମନ୍ଦିରରେ ଲାଗିଲା ଭୟଙ୍କର ନିଆଁ | ଦେଖନ୍ତୁ ଏହାର Live ଭିଡ଼ିଓ …

ରାମ ନବମୀ ପାଳନ ବେଳେ ଘଟିଲା ବଡ ଅଘଟଣ। ଆନ୍ଦ୍ରପ୍ରଦେଶ ର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଅଗ୍ନିକାଣ୍ଡ ଘଟିଛି। ବେଣୁ ଗୋପାଳ ସ୍ବାମୀ ମନ୍ଦିର ରେ ନିଆଁ ଲାଗିଛି। ରାମ ନବମୀ ଉତ୍ସବ ବେଳେ ଜଳି ଯାଇଛି ଟେଣ୍ଟ। ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ କରିଛି ମୃତ ଆହାତ ଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ହୁତୁ ହୁତୁ ହୋଇ ନିଆଁ ଜଳୁ ଥିବାର ଦେଖିବାକୁ ମିଳୁଛି। ଯେତେ ବେଳେ ଆଜି ରାମ ନବମୀ ସାରା ଦେଶ ଉତ୍ସବ ମୁଖର ହୋଇ ପଡିଛି ଆଉ ଏପରି ଏକ ବଡ ଅଘଟଣ ଘଟି ଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୋସିଆଲ ମିଡ଼ିଆ ରେ ଏବେ ଏହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭିଡିଓ ରେ ଆପଣ ଦେଖି ପାରୁ ଥିବେ। କିପରି ବଡ ଧରଣ ର ଅଘଟଣ ଘଟି ଯାଇଛି। ହୁତୁ ହୁତୁ ହୋଇ ନିଆଁ ଜଳୁଛି। ପୁରା ଟେଣ୍ଟ ରେ ନିଆଁ ଲାଗି ଥିବାର ଦୃଶ୍ୟ ସାମ୍ନା କୁ ଆସିଛି। ଚାରିଆଡ଼େ ଧୁଆଁ ମୟ ପରିବେଶ ସୃଷ୍ଟି ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଆଜି ଯେହେତୁ ରାମ ନବମୀ ଆଜି ପରି ଦିନରେ ଏପରି ଏକ ଅଘଟଣ ଯାହାକୁ ଆମେ ଖୁବ୍ ବଡ ଅଘଟଣ ବୋଲି କହି ପାରିବା। ତନୁକ୍ ମଣ୍ଡଳ ଦୋଭା ଗ୍ରାମ ରେ ବେଣୁ ଗୋପାଳ ସ୍ବାମୀ ଙ୍କ ମନ୍ଦିର ରେ ଏପରି ଏକ ଅଘଟଣ ଘଟି ଯାଇଛି। ରାମ ନବମୀ ରେ ଗୋପାଳ ସ୍ବାମୀ ଙ୍କ ମନ୍ଦିର ରେ ଆଜି ହାଜର ହଜାର ଭକ୍ତ ଙ୍କ ଭିଡ ଲାଗି ଥିଲା। ଭକ୍ତ ମାନେ ଖୁବ୍ ଆନନ୍ଦ ର ସହିତ ଉତ୍ସବ ପାଳନ କରୁଥିଲେ। ଠିକ୍ ଏହି ସମୟରେ ଏତେ ବଡ ଅଗ୍ନିକାଣ୍ଡ ଘଟି ଯାଇଛି। ଯାହା ଏକ ବଡ ଅଘଟଣ କୁହା ଯାଉଛି।

ଯଦିଓ ଏହି ଅଗ୍ନିକାଣ୍ଡ ରେ କେତେ ଜଣ ଆହତ ହୋଇ ଛନ୍ତି ତାହା ସ୍ପଷ୍ଟ ହୋଇ ପାରି ନାହିଁ କିନ୍ତୁ କେହି ମୃତ୍ୟୁ ବରଣ କରି ନ ଥିବା ସ୍ପଷ୍ଟ ହୋଇଛି।କାହିଁକି ମନ୍ଦିର ରେ ନିଆଁ ଲାଗିଲା ତାହା ମଧ୍ୟ ସ୍ପଷ୍ଟ ହୋଇ ପାରି ନାହିଁ। ନିଆଁ ଲାଗିବାର କିଛି ସମୟ ପରେ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ କରି ଥିଲା। ତେବେ ଆଜି ଯେତେ ବେଳେ ରାମ ନବମୀ ଆଉ ରାମ ଙ୍କ ପୂଜା କରା ଯାଉଛି ସବୁଠି ଉତ୍ସବ ମୁଖର ହୋଇ ପଡ଼ିଛି ଭକ୍ତ ମାନଙ୍କ ଭିଡ ମଧ୍ୟ ରହିଛି ତେବେ କେଉଁ ପରିସ୍ଥିତରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment