ହାଇକୋର୍ଟ ଙ୍କ ଗୁରୁତ୍ୱପୂର୍ଣ ରାୟ – ସ୍ତ୍ରୀ ଛାଡି ଚାଲିଗଲେ ଆଉ ଗୋଟିଏ ବାହା ହୁଅ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ଆପଣ ମାନେ ଅଧିକାଂଶ ସମୟରେ ମାନ୍ୟବର କୋର୍ଟ ଙ୍କ ଐତିହାସିକ ନିଷ୍ପତ୍ତି ବିଷୟରେ ଜାଣିବାକୁ ପାଉଥିବେ।ତେବେଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ହୁଅନ୍ତୁ କିମ୍ବା ରାଜ୍ୟ ମାନଙ୍କରେ ଥିବା କୋର୍ଟ ହୁଅନ୍ତୁ, ସମସ୍ତ କୋର୍ଟ ସବୁ ଘଟଣା କୁ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବା ପରେ ବିଚାର କରିବା ପରେ ଯାଇ ଏହାର ଉଚିତ୍ ନିଷ୍ପତ୍ତି ବା ଫୈସଲା ଗ୍ରହଣ କରିଥାନ୍ତି।

ଏଥିରେ ସାଧାରଣ ଜନତା ଟେ ହେଉ କି ଉଚ୍ଚ ପଦସ୍ଥ ଅଧିକାରୀ ହୁଅନ୍ତୁ କିମ୍ବା କୋଟିପତି ବ୍ୟବସାୟୀ ହୁଅନ୍ତୁ, ସମସ୍ତଙ୍କ ପାଇଁ କୋର୍ଟ ର ଆଭିମୁଖ୍ୟ,ଉଦ୍ଦିଷ୍ଟ ଆଇନ୍ ଏବଂ ବିଚାରଧାରା ସମାନ ଏବଂ ସୁସ୍ପଷ୍ଟ ହୋଇ ଥାଏ।ତେବେ ସେହି କ୍ରମରେ କୋର୍ଟଙ୍କ ନିଷ୍ପତ୍ତି ସଦା ସର୍ବଦା ସ୍ବାଗତଯୋଗ୍ୟ ହିଁ ହୋଇଥାଏ।

ତେବେ ଏବେ ସେହିଭଳି ଏକ ଶୁଣାଣି ପୁଣି କରିଛନ୍ତି ପାଟନା କୋର୍ଟ। ଏକ ଗୁରୁତ୍ୱପୂର୍ଣ ଘଟଣାର ଶୁଣାଣି କରି ଏକ ବଡ଼ ରାୟ ଦେଇଛନ୍ତି ପାଟନା କୋର୍ଟ।ସେ କହିଛନ୍ତି ଯଦି ତୁମକୁ ଛାଡ଼ି ତୁମ ସ୍ତ୍ରୀ ଚାଲି ଯାଉଛି ତେବେ ତୁମେ ଏଥିରେ ଆଦୋୖ ଦୁଃଖିତ ବା ବିଚଳିତ ହେବାର ଆବଶ୍ୟକତା ନାହିଁ। ସ୍ତ୍ରୀ ପଲାଇ ଗଲେ ଆଉ ଜଣଙ୍କୁ ଦେଖି ବିବାହ କର।

ଏହିଭଳି କିଛି ନିଷ୍ପତ୍ତି ଶୁଣାଇ ଛନ୍ତି ପାଟନା କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବା ପରେ।ତେବେ ଘଟଣା ଅନୁସାରେ ଜଣେ ସ୍ତ୍ରୀ ସ୍ୱାମୀଙ୍କୁ ପ୍ରତାରଣା ଦେଇ ସ୍ବାମୀଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ଚାଲି ଯାଇଥିଲେ। ଆଉ ଏହାପରେ ସମ୍ପୃକ୍ତ ପତ୍ନୀଙ୍କ ସ୍ୱାମୀ ମାମଲା କୋର୍ଟରେ ଦାୟର କରିଥିଲେ।

ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଏହି ଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ତେବେ ମାମଲା ଦାୟର ହେବା ପରେ ଅସନ୍ତୁଷ୍ଟ ସ୍ୱାମୀ ନଗେନ୍ଦ୍ର ଯାହାଙ୍କ ବୟସ ୨୫ ବର୍ଷ ତାଙ୍କୁ କୋର୍ଟ କହିଛନ୍ତି ଯେ, ଅନ୍ୟ ଲୋକ ସହ ପଳାଇ ଯାଇଥିବା ପତ୍ନୀ ତାନିଆଙ୍କୁ ତୁମେ ଭୁଲିଯାଅ ଓ ଆଉ ଜଣଙ୍କୁ ଖୋଜ।

ଆଉ ଏହାକୁ ନେଇ ଅଭିଯୋଗକାରୀ ସ୍ୱାମୀଙ୍କୁ କୋର୍ଟ ଏଭଳି ଆଶ୍ୱାସନା ଦେଇଛନ୍ତି ଯେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଯେତେବେଳେ ବିବାହ ପରେ ପତ୍ନୀ ତାନିଆ ଉଚ୍ଚଶିକ୍ଷା କରିବାକୁ ଚାହୁଁଛନ୍ତି ବୋଲି ସ୍ବାମୀଙ୍କୁ କହିଥିଲେ ସେତେବେଳେ ସ୍ବାମୀ ଏଥିରେ ରାଜି ହୋଇଥିଲେ।

ପରେ କଲେଜରେ ତାନିଆ ଙ୍କ ନାମ ଲେଖାଯିବା ପରେ ଶାଶୂଘରେ ରହି ପ୍ରତିଦିନ କ୍ଲାସ କରିବାକୁ ଯାଉଥିଲେ ତାନିଆ। କିନ୍ତୁ ହଠାତ୍ ଗତ ଏପ୍ରିଲ ମାସରେ ସେ କେଉଁ ଆଡ଼େ ନିଖୋଜ ହୋଇ ଯାଇଥିଲେ।ଏହାପରେ ପାଗଳ ଭଳି ନିଜ ସ୍ତ୍ରୀକୁ ଖୋଜିଥିଲେ ସ୍ବାମୀ। କିନ୍ତୁ ପରେ ଜଣା ପଡିଥିଲା ଯେ, ତାନିଆ  ଆଉ ଜଣେ ଯୁବକ ରାଜେଶ କୁମାରଙ୍କ ସହ ବିବାହ କରି ସାରିଛନ୍ତି। ଏହି ବିବାହ ସେ ନିଜ ଇଚ୍ଛାରେ କରିଛନ୍ତି ବୋଲି କହିଥିଲେ ତାନିଆ।ଏହାପରେ ସ୍ବାମୀ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।