ହାଇକୋର୍ଟ ଙ୍କ ଗୁରୁତ୍ୱପୂର୍ଣ ରାୟ – ସ୍ତ୍ରୀ ଛାଡି ଚାଲିଗଲେ ଆଉ ଗୋଟିଏ ବାହା ହୁଅ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳୁଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ହେଉ କିମ୍ବା ରାଜ୍ୟ ମାନଙ୍କରେ ଛୋଟ ଛୋଟ କୋର୍ଟ ରହିଥାଏ। ଆପଣ ମାନେ ଜାଣିଥିବେ ଆମ ଦେଶର ସମସ୍ତ ଲୋକ ଆଇନ କାନୁନ ଦ୍ୱାରା ବନ୍ଧା ହୋଇ ରହି ଥାଆନ୍ତି। ଜଣେ ସାଧାରଣ ଜନତା ହେଇଥାଉ କିମ୍ବା କୌଣସି ଉଚ୍ଚ ପଦସ୍ତ ଅଧିକାରୀ ହୋଇ ଥାଆନ୍ତୁ ,କିନ୍ତୁ ଆଇନ ଆଗରେ ସମସ୍ତେ ସମାନ ଅଟନ୍ତି। ସମାଜରେ ଲୋକ ମାନେ ତାଙ୍କର କିଛି ଘଟଣାକୁ ନେଇ କୋର୍ଟର ଦ୍ୱାରାସ୍ତ ହୋଇଥାନ୍ତି ଓ କୋର୍ଟ ଯେଉଁ ରାୟ ଶୁଣାଇ ଥାଏ ତାହା ସ୍ୱାଗତ ଯୋଗ୍ୟ ଅଟେ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ସ୍ୱାମୀକୁ ସ୍ତ୍ରୀ ଛାଡି ପଳାଇ ଯାଇଛନ୍ତି ତାଙ୍କୁ ଭୁଲି ଅନ୍ୟତ୍ର ବିବାହ କରନ୍ତୁ ବୋଲି କୋର୍ଟ ନିଷ୍ପତ୍ତି ନେଇଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ତାନିଆ ନାମକ ଜଣେ ମହିଳାଙ୍କ ବୟସ ମାତ୍ର ୨୫ ବର୍ଷ ଅଟେ,ସେ ନଗେନ୍ଦ୍ର ନାମକ ଜଣେ ଯୁବକଙ୍କ ସହ ବିବାହ କରିଥିଲେ। ସାତ ଜନ୍ମର ସାଥି ହୋଇ ରହିବା ଦୁହେଁ ଦୁହିଁଙ୍କୁ କଥା ମଧ୍ୟ ଦେଇଥିଲେ। କେହି କାହାରିକୁ ଛାଡି ଗୋଟେ ମୁହୂର୍ତ୍ତ ମଧ୍ୟ ରହି ପାରନ୍ତି ନାହିଁ। ବିବାହ ପରେ ମହିଳା ଜଣଙ୍କ ଉଚ୍ଚ ଶିକ୍ଷା କରିବା ପାଇଁ ଚାହୁଁ ଥିଲା, ଏହି ଖବରଟିକୁ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଜଣାଇଲେ ଓ ଯୁବକ ଜଣଙ୍କ ମଧ୍ୟ ତାଙ୍କ କଥାରେ ରାଜି ହୋଇଗଲେ। ଏହି ଖବର ଶୁଣି ମହିଳା ଜଣଙ୍କ ବହୁତ ଖୁସି ହୋଇଗଲେ। ତା ପରେ ମହିଳା ଜଣଙ୍କର କଲେଜରେ ନାମ ଲେଖା ହେଲା। ସେ ତାଙ୍କ ଶାଶୁ ଘରେ ରହି ପ୍ରତିଦିନ କ୍ଲାସ କରିବା ପାଇଁ କଲେଜ ଯାଆନ୍ତି।

ତେବେ ହଠାତ ମହିଳା ଜଣଙ୍କ କଲେଜରୁ ଆସିବାକୁ ଡେରି ହେବାର ଦେଖି ଯୁବକଟି ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡିଲେ ଓ ତାଙ୍କୁ ମଧ୍ୟ ବହୁତ ଖୋଜା ଖୋଜି କଲେ ମିନ୍ତୁ ମହିଳାଙ୍କୁ ପାଇଲେ ନାହିଁ। ତେବେ କିଛି ଦିନ ତଳେ ଜାଣିବାକୁ ମିଳିଲା ଯେ ମହିଳା ଜଣଙ୍କ ରାଜେଶ କୁମାର ନାମକ ଜଣେ ଯୁବକଙ୍କ ସହ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଏଭଳି ଖବରକୁ ନେଇ ଯୁବକଟି କୋର୍ଟର ଦ୍ୱାରାସ୍ତ ହୋଇଥିଲେ ଓ କୋର୍ଟ ତାଙ୍କୁ ବୁଝାଇ କହିଛନ୍ତି ଯେ ,ତୁମେ ତମ ସ୍ତ୍ରୀ ଙ୍କୁ ଭୁଲି ଅନ୍ୟ ଏକ ଜାଗାରେ ବିବାହ କର। କୋର୍ଟର ଏଭଳି ନିଷ୍ପତି ବର୍ତ୍ତମାନ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।