ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ଦୁର୍ଘଟଣା ରେ ସନ୍ତାନ ହରାଇଥିବା ବାପା ମାଆ କ୍ଷତିପୂରଣ ପାଇବାକୁ ବାଧ୍ୟ। କମେଣ୍ଟ ରେ ଆପଣଙ୍କ ମତାମତ ଜଣାନ୍ତୁ

0

ତେବେ ଆଜିର ଦୁନିଆରେ ଅଧିକାଂଶ ମୃତ୍ୟୁ ସଡ଼କ ଦୁର୍ଘଟଣା ଯୋଗୁଁ ହୋଇ ଥାଏ।ପ୍ରତ୍ୟେକ ବର୍ଷ ଦେଶର ଶହ ଶହ ଲୋକ ଏହି ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇ ଥାଆନ୍ତି।ସେଥି ପାଇଁ ଦେଶର ଟ୍ରାଫିକ ନିୟମ କୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଆଦେଶ ଦେଇ ଥିଲେ।

ଆପଣ ମାନେ ଜାଣି ଥିବେ କି ଲୋକଙ୍କ ସୁରକ୍ଷା ଓ ସଡ଼କ ଜନିତ ଦୃଘଟଣା ରୋକିବା ପାଇଁ ଗତ ବର୍ଷ କେନ୍ଦ୍ର ସରକାର ଟ୍ରାଫିକ ନିୟମ କୁ କଡ଼ା କଡ଼ି ଭାବେ ଲାଗୁ କରି ଥିଲେ।କେବଳ କେନ୍ଦ୍ର ସରକାର ନୁହନ୍ତି ବରଂ ରାଜ୍ୟ ସରକାର ମଧ୍ୟ ଏହାକୁ କଡ଼ାକଡ଼ି କରିଛନ୍ତି।ମାତ୍ର ଯେତେ ନିୟମ କଡ଼ାକଡ଼ି ହେଲେ ମଧ୍ୟ ଏହି ଦୁର୍ଘଟଣା କମିବାର ନାମ ନେଉ ନାହିଁ।

ଜୀବନରେ କେବଳ ଗୋଟିଏ ସତ୍ୟ,ତାହା ହେଉଛି ମୃତ୍ୟୁ।ଏହି ଦୁନିଆରେ ଜନ୍ମ ଗ୍ରହଣ କରିଛୁ ମାନେ ଆମର ମୃତ୍ୟୁ ସୁନିଶ୍ଚିତ।ମୃତ୍ୟୁକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ।ମୃତ୍ୟୁ ଯେ କେତେବେଳେ କାହା ରୂପରେ ଆସିବ ତାହା କେହି କହି ପାରିବେ ନାହିଁ ଏବଂ ମୃତ୍ୟୁ କେବେ,କେଉଁଠି ଓ କେତେବେଳେ ହେବ ତାହା କେହି କହି ପାରିବେ ନାହିଁ।ଏହା କେବଳ ସେହି ସୃଷ୍ଟି କର୍ତ୍ତା ଙ୍କ ହାତରେ ଅଛି।

ମାତ୍ର ମୃତ୍ୟୁ ଏପରି ଏକ ଜିନିଷ ସେ କେବେବି ଧନୀ-ଗରିବ,ଜାତି- ବର୍ଣ୍ଣ,ବୟସ ଇତ୍ୟାଦି କିଛି ଦେଖି ନଥାଏ।ଏହା ସମସ୍ତଙ୍କ ପାଇଁ ସମାନ।ଆଉ ମଣିଷର ମୃତ୍ୟୁ ସିନା ଘଟେ,କିନ୍ତୁ ସେ ଛାଡ଼ି ଯାଏ ଶୋକର ଛାୟା।କୌଣସି ବ୍ୟକ୍ତି ର ମୃତ୍ୟୁ ପରେ ସେହି ପରିବାରରେ ଖେଳି ଯାଏ ଶୋକ ର ବାର୍ତ୍ତା।

ତେବେ ଏବେ ସଡ଼କ ଦୁର୍ଘଟଣା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଶୁଣାଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ।ଏଣିକି ସଡ଼କ ଦୁର୍ଘଟଣା ରେ ସନ୍ତାନ ମାନଙ୍କର ମୃତ୍ୟୁ ଘଟିଲେ, ତାଙ୍କ ପିତାମାତାଙ୍କୁ କ୍ଷତି ପୂରଣ ଦେବେ ସରକାର।ତେବେ ୨୦୦୮ ମସିହାରେ ଏକ ସଡ଼କ ଦୁର୍ଘଟଣା ର ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ର ମୁଖ୍ୟ ବିଚାରପତି ଜେ. ଆର. ନିଧା କହିଛନ୍ତି କି ପିଲାଟିଏ ଜନ୍ମ ନେଲେ ବାପା ମାଆ ନଖାଇ ନପିଇ ପିଲାଟିର ଯତ୍ନ କରନ୍ତି ।

ତାର ଭରଣ ପୋଷଣ କରନ୍ତି ଓ ପିଲାଟିକୁ ପାଠ ପଢ଼ାନ୍ତି।ତାଙ୍କ ସନ୍ତାନ କୁ ନେଇ ଅନେକ ସ୍ୱପ୍ନ ମଧ୍ୟ ଦେଖନ୍ତି।ମାତ୍ର ଯେତେବେଳେ ସେମାନେ ବୟସର ଅପରାହ୍ନରେ ପହଞ୍ଚନ୍ତି ସେତେବେଳେ ସେମାନଙ୍କ ସାହା ଭରଷା କେବଳ ସେମାନଙ୍କ ସନ୍ତାନ ଅଟନ୍ତି।

ମାତ୍ର ଯଦି ହଠାତ କୌଣସି ଦୁର୍ଘଟଣାରେ ତାଙ୍କ ସନ୍ତାନର ମୃତ୍ୟୁ ଘଟେ ତାହେଲେ ସେମାନେ ବେସାହାରା ହୋଇ ଯାଆନ୍ତି।ତେଣୁ କ୍ଷତି ପୂରଣ ପାଇବା ସେମାନଙ୍କ ହକ୍ ଅଟେ।ଏହି ଅଧିକାର ରୁ ସେମାନଙ୍କୁ କେହି ବଞ୍ଚିତ କରି ପାରିବେ ନାହିଁ ।ତେଣୁ ୨୦୦୮ ମସିହାରେ ହୋଇଥିବା ଦୁର୍ଘଟଣା ରେ ଜଣେ ମାଆ ତାଙ୍କର ୨୩ ବର୍ଷର ପୁଅକୁ ହରାଇ ଥିଲେ।ତେଣୁ କୋର୍ଟ ସେହି ମହିଳା ଙ୍କୁ କ୍ଷତି ପୂରଣ ବାବଦକୁ ୬ ଲକ୍ଷ ୮୦ ହଜାର ଟଙ୍କା ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।