ହୋମ ନିଆଁ ପୂର୍ବରୁ ଜଳିଲା ଜୁଇର ନିଆଁ…ଦେଖନ୍ତୁ ଭିଡ଼ିଓ

ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ମନୁଷ୍ୟ ଜୀବନ ସାରୁ ପତରର ପାଣି ସଦୃଶ, ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡି ଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ଅଟକାଇ ରଖି ପାରନ୍ତି ନାହିଁ। ସମୟ ଆଗରେ ସମସ୍ତେ ହାର ମାନି ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି, ବାହାଘରର କିଛି ଦିନ ପୂର୍ବରୁ ଯୁବକଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ନବୀନ ଦାସ ନାମକ ଜଣେ ଯୁବକ ସେ ଜଣେ ବରିଷ୍ଠ ତଥା ଲୋକପ୍ରିୟ ସାମ୍ବାଦିକ ଅଟନ୍ତି। ତାଙ୍କର ଗୋଟେ ମନୀସ ଦାସ ନାମକ ଜଣେ ପୁଅଟିଏ ରହିଛି। ସେ ତାଙ୍କ ପୁଅର ବାହାଘର କରିବା ପାଇଁ ସବୁ କିଛି ପ୍ରସ୍ତୁତ କରି ସାରି ଥିଲେ ଓ ଏମିତିକି ନିର୍ବନ୍ଧ କାର୍ଯ୍ୟ କ୍ରମ ମଧ୍ୟ ଶେଷ ହୋଇ ଯାଇ ଥିଲା। ତେବେ ଦୁଃଖର ବିଷୟ ଯେ, ତାଙ୍କ ପୁଅ ସବୁ ଦିନ ଭଳି ସନ୍ଧ୍ୟାରେ ପଟିଆ ଛକକୁ ବୁଲିବାକୁ ଯାଇ ଥାଆନ୍ତି। ପଟିଆ ଛକ ନିକଟରେ ଥିବା ଗୋଆଭଜା ଆଇସକ୍ରିମ ନିକଟରେ ପାର୍କିଙ୍ଗରେ ଗାଡି ରଖି ଗୋଟେ ସ୍ନାକସ ଦୋକାନରୁ ସ୍ନାକ ନେଇ ଘରକୁ ଫେରୁଥିବା ସମୟରେ, କେହି ତାଙ୍କୁ ଅପହରଣ କରି ନେଇ ଯାଉଛନ୍ତି ବୋଲି ତାଙ୍କ ବାପାଙ୍କୁ ଫୋନ କରି ମଧ୍ୟ ଜଣାଇ ଥିଲେ।

ବାପା ପୁଅର ଫୋନ ପାଇ ସଙ୍ଗେ ସଙ୍ଗେ ଯାଇ ଇନଫୋସିଟ ଥାନାରେ ଏକ ଏଫେୟାର ଦେଇଥିଲେ। ପୋଲିସ ଏହି ଘଟଣା ଉପରେ ତଦନ୍ତ ଜାରି କରି ଖୋଜା ଖୋଜି କରି ପାତ୍ରପଡ଼ା ପୋଖରିରୁ ପୁଅର ମୃତ ଦେହ ମିଳିଥିଲା। ଏଭଳି ଏକ ଦୁଃଖ ଦାୟକ ଖବର ଶୁଣି ପରିବାରର ଲୋକ ମାନେ ଦୁଃଖରେ ଭାଙ୍ଗି ଯିବା ସହିତ ଶୋକର ଛାୟା ଖେଳି ଯାଇଛି ଓ ସବୁ କିଛି ସ୍ତବ୍ଧ ହୋଇ ଯାଇଛି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ମଧ୍ୟ ଚହଳ ସୃଷ୍ଟି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment