ଦେଖନ୍ତୁ breaking news- ହସ୍ପିଟାଲ ଭିତରେ ଗୋପାଳ ଦାଶ ର କେମିତି ହେଉଛି ନାର୍କୋ ଟେଷ୍ଟ୍ …ଦେଖନ୍ତୁ ଏହାର Live ଭିଡ଼ିଓ…

ଅଭିଯୁକ୍ତ ଏଏସଆଇ ଗୋପାଳଙ୍କର ହେବ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ । ଆଜି ଅଭିଯୁକ୍ତ ଏଏସଆଇ ଗୋପାଳଙ୍କର ନାର୍କୋ ଟେଷ୍ଟ କରାଯିବ। ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ଗୋପାଳଙ୍କ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ତାଙ୍କୁ ବିମାନ ରେ ଗୁଜୁରାଟ ନିଆ ଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୋପାଳଙ୍କୁ ଝାରସୁଗୁଡାରୁ ଭାୟା କୋଲକାତା ହୋଇ ଅହମ୍ମଦାବାଦ ନେଇଛନ୍ତି ତଦନ୍ତ କାରୀ ଟିମ୍।

ତେବେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା କାଣ୍ଡ ଦିନକୁ ଦିନ ରହସ୍ୟ ମୟ ହେବାରେ ଲାଗିଛି ଆଉ ଏହା ଭିତରେ ଗୋପାଳ କୁ ଦୁଇ ଦୁଇ ଥର ରିମାଣ୍ଡ ରେ ନେଇ ଜେରା କରି ସାରିଲାଣି ତଦନ୍ତକାରୀ ଟିମ୍। ତଥାପି ହତ୍ୟା କାଣ୍ଡ ର କାରଣ ସ୍ପଷ୍ଟ ହୋଇ ପାରି ନାହିଁ। ଗତ କାଲି ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କୁ କିପରି ଗୁଳି କରି ହତ୍ୟା କରିଥିଲା ତାର ଡେମୋ ଦେଖାଇ ଥିଲା। ଆଉ ଆଜି ଅଭିଯୁକ୍ତ ଏଏସ ଆଇ ଗୋପାଳ ଦାସଙ୍କ ନାର୍କୋ ଟେଷ୍ଟ କରାଯିବ। ତେବେ ବର୍ତ୍ତମାନ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ରହିଛି କି ନାର୍କୋ ଟେଷ୍ଟ କ’ଣ ? କାହିଁକି ଆଉ କେମିତି ହୁଏ ଏହି ନାର୍କୋ ତେଷ୍ଟ। ତେବେ ଏ ନେଇ କଣ କହୁଛନ୍ତି ଡ଼ାକ୍ତର ଆସନ୍ତୁ ଜାଣିବା।

ନାର୍କୋ ଟେଷ୍ଟ ହେଉଛି ନାର୍କୋ ଆନାଲିସିସ ଟେଷ୍ଟ। ଯାହା ଏକ ସବଜେକ୍ଟିଭ ଟେଷ୍ଟ ଯାହା ଅଭିଯୁକ୍ତ ଉପରେ ନିର୍ଭର କରିଥାଏ କି ସିଏ କଣ କହୁଛି। ଏହି ଟେଷ୍ଟ ରେ ବ୍ୟକ୍ତିଙ୍କର ଶରୀର ର ସୋଡିୟମ ପେଂଟୋଥାଲ ନାମକ ଏକ ଡ୍ରଗ୍ ଛଡ଼ାଯାଏ।ଇଞ୍ଜେକସନ ମାଧ୍ୟମରେ ଏହି ଡ୍ରଗସ୍ ଅଭିଯୁକ୍ତ ଶରୀରରେ ଦିଆଯାଏ। ଅଭିଯୁକ୍ତ କେତେ ପରିମାଣ ରେ ଔଷଧକୁ ଟର୍ଲେଟ କରି ପାରିବ ତାହା ରୋଗୀ ବା ଅଭିଯୁକ୍ତର ଅବସ୍ଥା କୁ ଦେଖି ଦିଆ ଯାଇଥାଏ।ଅଭିଯୁକ୍ତ ନାର୍କୋ ଆନାଲିସିସ ଟେଷ୍ଟ ଟେଷ୍ଟ ପରେ କିପରି ପୂର୍ବ ପରି ସୁସ୍ଥ ହୋଇ ପାରିବ ସେ ପ୍ରତି ମଧ୍ୟ ଧ୍ୟାନ ଦିଆ ଯାଇଥାଏ।

ଏହାପରେ ଅଭିଯୁକ୍ତ ଜଣକ ହିପ୍ନୋଟିକ ଅବସ୍ଥା ବା ସମ୍ମୋହିତ ସ୍ଥିତିକୁ ଆସି ଯାଆନ୍ତି।ଏହି ଅବସ୍ଥାରେ ଜଣେ ବ୍ୟକ୍ତି କିଛି କାଳ୍ପନିକ କଥା ଭାବି ଥାଏ। ଯାହା ଫଳରେ ବ୍ୟକ୍ତି ଯାହା କୁହେ ସେ ମିଛ କହି ପାରି ନଥାଏ।ନାର୍କୋ ଟେଷ୍ଟ ସମୟରେ ଅଭିଯୁକ୍ତ କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚରା ଯାଇ ଥାଏ। ତେବେ ନାର୍କୋ ଟେଷ୍ଟ ତଦନ୍ତ କାରୀ ମାନଙ୍କ ଉପସ୍ଥିତିରେ କରାଯାଇଥାଏ। ଆଉ ତଦନ୍ତ କାରୀ ମାନେ ଅଭିଯୁକ୍ତଙ୍କ ପାଇଁ ପ୍ରଶ୍ନ ରଖିଥାନ୍ତି।ନାର୍କୋ ଟେଷ୍ଟରୁ ମିଳିଥିବା ତଥ୍ୟକୁ କୋର୍ଟରେ ପ୍ରମାଣ ହିସାବରେ ରଖାଯାଇ ପାରିବ ନାହିଁ।

ଏହି ସବୁ ତଥ୍ୟକୁ ଆଧାର କରି ତଦନ୍ତ କାରୀ ଟିମ୍ ପ୍ରମାଣ ଯୋଗାଡ କରି କୋର୍ଟ ରେ ଦାଖଲ କରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment