ଆଜିର ଦିନରେ ଲୋକେ ସୋସିଆଲ ମିଡିଆକୁ ଖୁବ୍ ଗୁରୁତ୍ବ ଦେଉଛନ୍ତି। ସୋସିଆଲ ମିଡିଆକୁ କେନ୍ଦ୍ର କରି ଅନେକ ନିଜେ ରୋଜଗାର କ୍ଷମ ହେବା ସହିତ ଅନ୍ୟ ମାନଙ୍କୁ ବି ରୋଜଗାର ଦେଉଛନ୍ତି। ନିଜ ଭିତରେ ଥିବା କଳା କୌଶଳ ପ୍ରତିଭା ପ୍ରଦର୍ଶନ କରି ସମାଜରେ ନିଜର ପରିଚୟ ତିଆରି କରି ପାରିଛନ୍ତି। ତେବେ ଆଜିର ଦିନରେ ଅନେକ ଯୁବପିଢି ୟୁଟ୍ୟୁବକୁ ପାଥେୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତେବେ ଆପଣ ମାନେ ୟୁଟ୍ୟୁବରେ ଅନେକ ପ୍ରକାରର ଭିଡିଓ ଦେଖିବା ପାଇଁ ପାଉଥିବେ।ଆଉ କେତେ ବେଳେ ଏହି ଭିଡ଼ିଓ ହିଁ ଲୋକ ମାନଙ୍କ ମନୋରଞ୍ଜନ କର ଖୋରାକ ମଧ୍ୟ ଯୋଗାଉଛି।
ତେବେ ନିକଟରେ ସାପ କୁ ନେଇ ଏକ ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି। ଯାହା ଦେଖିଲେ ଆପଣଙ୍କୁ ବେଶ୍ ପସନ୍ଦ ଆସିବ।ତେବେ ସୋସିଆଲ ମିଡିଆ ରେ ଆପଣ ସାପ ସହ ଜଡ଼ିତ ଅନେକ ଭିଡିଓ ଦେଖିବା ପାଇଁ ପାଇ ଥିବେ। ବର୍ତ୍ତମାନ ସମୟରେ ମଧ୍ୟ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଦୃଶ୍ୟ ଭୟଙ୍କର ସେତିକି ଆଶ୍ଚର୍ଯ୍ୟ କର ମଧ୍ୟ। ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ। ଏଠାରେ ଗୋଟିଏ ବିଷାକ୍ତ ଭୟଙ୍କର ସାପ କୁ ଉଦ୍ଧାର କରିବା ଦୃଶ୍ୟ ରହିଛି। ସାପଟି ଯେତିକି ଭୟଙ୍କର ସାପକୁ ଉଦ୍ଧାର କରିବା ସେତିକି କଷ୍ଟକର ମଧ୍ୟ ଥିଲା। ତେବେ ଆସନ୍ତୁ ଜାଣିବା କଣ ରହିଛି ଘଟଣା।
ହଁ ଆଜ୍ଞା ସେହିଭଳି ଏକ ଭିଡିଓ ବର୍ତ୍ତମାନ ସମୟ ରେ ସାମ୍ନାକୁ ଆସିଛି। ଯେଉଁଟି ଦେଖିବାକୁ ମିଳିଛି ଏକ ବିରାଟକାୟ ନାଗ ସାପ ଯିଏକି ଏକ କୁକୁଡ଼ା ଅଣ୍ଡା ଖାଇବା ପାଇଁ ଫାର୍ମ ଭିତରକୁ ପଶି ଆସିଥିଲା। ଆଉ ୬ ଟି କୁକୁଡ଼ା ଅଣ୍ଡା କୁ ସାପଟି ଗିଳି ଦେଇଥିଲା। ଏହାପରେ କୁକୁଡ଼ା ମାନେ ନିଜ ଅଣ୍ଡାକୁ ବଞ୍ଚାଇବା ପାଇଁ ସାପ ଉପରେ ଆକ୍ରମଣ କରିଥିଲେ ଏହାପରେ ସାପଟି ରାଗି ଯାଇ ଦୁଇଟି କୁକୁଡ଼ା ଙ୍କୁ ମଧ୍ୟ ଦଂଶନ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ନୟାଗଡ଼ ଜିଲ୍ଲାର ଓଡମା ବ୍ଲକ ର ଯଦୁପୁର ଗ୍ରାମରେ ଦେଖିବା ପାଇଁ ମିଳିଛି।
ତେବେ ପରିବାର ଲୋକେ ସାପଟିକୁ ଦେଖିବା ପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ ଏହାପରେ ସର୍ପମିତ୍ର ଆକାଶ ଯାଦବ ଆସି ଏହି ବିରାଟ କାୟ ନାଗ ସାପ ଟିକୁ ଉଦ୍ଧାର କରିଥିଲେ। ସାପଟି ଉଦ୍ଧାର କରିବା ସେତେଟା ସହଜ ନଥିଲେ ମଧ୍ୟ କୌଶଳ କ୍ରମେ ସର୍ପମିତ୍ର ଆକାଶ ଯାଦବ ସାପ ଟିକୁ ସୁରକ୍ଷିତ ସହିତ ଉଦ୍ଧାର କରି ନିଜ ସାଥିରେ ନେଇ ଯାଇଥିଲେ। ତେବେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।