ଦେଖନ୍ତୁ Viral ଭିଡ଼ିଓ : IAS ଅଫିସର ଛଦ୍ମ ବେଶରେ ଆସିଲେ କଲେ ଏମିତି…ପୂରା ଘଟଣା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ…

0

ଆଜିକାଲି ଦୁନିଆରେ ସମସ୍ତେ ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କ ପ୍ରତି ଖରାପ ଚିନ୍ତା କରନ୍ତି, ସେମାନେ ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କର କ୍ଷତି କରିଥାନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ନିଜ ବିଷୟରେ ଚିନ୍ତା କରନ୍ତି ଏବଂ ସେମାନେ କ୍ଷତି ଘଟାଇଥାନ୍ତି। ସବୁଆଡେ ବିଭିନ୍ନ ପ୍ରକାର ଦୁର୍ନୀତି ଦେଖିବା ପାଇଁ ମିଳୁଛି, ଛୋଟ ଅଫିସର ଠାରୁ ଆରମ୍ବ କରି ବଡ଼ ଅଧିକାରୀ ଏହା ବ୍ୟତୀତ ଆଜିକାଲିର ନେତା ମନ୍ତ୍ରୀ ମାନେ ମଧ୍ୟ ଗରିବ ଲୋକଙ୍କ ରକ୍ତ ଶୋଶୁଛନ୍ତି। ମୋଟ ଉପରେ ଯଦି ଆମେ ଦେଖିବା ବର୍ତ୍ତମାନ ସବୁଠି ଦୁର୍ନୀତି ଦେଖିବା ପାଇଁ ମିଳୁଛି, ତେବେ ଏସବୁ ଦୁର୍ନୀତି ରୋକିବା ପାଇଁ ଭଗବାନ ଭଳି କିଛି ସହୃଦୟ ବ୍ୟକ୍ତି ଆସିଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଅଫିସରଙ୍କ ବିଷୟରେ କହିବା ପାଇଁ ଯାଉଛୁ। ଯାହାଙ୍କ କାମ ପାଇଁ ସବୁଠି ଚର୍ଚ୍ଚା ଜୋର ଧରିଛି-ସମସ୍ତେ ପ୍ରଶଂସା କରୁଛନ୍ତି। ଆପଣ ମଧ୍ୟ ପୂରା ଘଟଣା ଜାଣିଲା ପରେ ପ୍ରଶଂସା ନ କରି ରହିପାରିବେନି। ତେବେ ଏହି IAS ଅଫିସର ସାଧରଣ ବେଶରେ ଜଣେ ସାର ଦୋକନିଙ୍କୁ ରେଡ ହ୍ୟାଣ୍ଡରେ ଧରିଛନ୍ତି। ଯାହା ସବୁଠି ପ୍ରଶଂସାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା;

ଏଭଳି ଏକ ସ୍ୱାଗତ ଯୋଗ୍ୟ କାମ କରିଛନ୍ତି, ବିଜୟୱାଡାର ଉପ ଜିଲ୍ଲାପାଳ IAS ଜି ସୂର୍ଯ୍ୟ ପ୍ରବୀଣ ଚାନ୍ଦ, ସୂଚନା ଅନୁସାରେ ଜିଲ୍ଲା ପାଳ ଚାଷ କାମରେ ବ୍ୟବହୃତ ସାର ରେ ଦୁର୍ନୀତି ହେଉଥିବା ଖବର ଶୁଣିବା ପାଇଁ ପାଇଥିଲେ। ତେବେ ଏହାର ପରଦାଫାସ କରିବା ପାଇଁ ସେ ଏକ ଅଭିନବ ଉପାୟ କୁ ଆପଣେଇ ଥିଲେ। ସେ ଏକ ସାଧରଣ ଚାଷୀ ବେଶରେ ସାର ଆଣିବା ପାଇଁ ଦୋକାନକୁ ଗଲେ ଏବଂ ସବୁ ସାର ଗୁଡିକର ମୂଲ୍ୟ ପଚାରି ବୁଝିଥିଲେ। ଦୋକାନୀ ମାନେ ମଧ୍ୟ ସାଧାରଣ ଚାଷୀ ଭାବି ତାଙ୍କୁ ଚଢ଼ା ଦରରେ ସାର ଦେଇଥିଲେ।

ଯେଉଁଠି ୟୁରିଆର ମୂଲ୍ୟ ୨୬୬ ହୋଇଥିବା ବେଳେ କିନ୍ତୁ ସେଠାରେ ଦୋକାନୀ ୟୁରିଆ ସାରକୁ ୨୮୦ ଟଙ୍କାରେ ବିକ୍ରି କରୁଥିଲେ। କେବଳ ଏତିକି ନୁହେଁ ଠକ ଦୋକାନୀ ମାନେ ମଧ୍ୟ ଚାଷୀଙ୍କ ଆଧାର ଡିଟେଲ ମଧ୍ୟ ରଖୁଥିଲେ। ଏହା ବ୍ୟତୀତ ବଜାରରେ ବିକ୍ରି ସାର ସବୁ ନିଜେ କିଣି ନେଇ ତାକୁ ସ୍ଟକ କରି ରଖି ଦେଉଥିଲେ। ଯେତେବେଳେ ବଜାରରେ ସାର ଅଭାବ ପଡୁଥିଲା ସେତେବେଳେ, ନିଜ ପାଖରେ ମହଜୁଦ ଥିବା ସାରକୁ ଅତି ଚଢା ଦର ରେ ବିକ୍ରି କରୁଥିଲେ। ସବୁ ଗରିବ ଲୋକ ମାନେ ବାଧ୍ୟରେ ଚଢା ଦରରେ ବିକ୍ରି କରୁଥିଲେ। ତେବେ ଉପ ଜିଲ୍ଲାପାଳ IAS ଜି ସୂର୍ଯ୍ୟ ପ୍ରବୀଣ ଚାନ୍ଦଙ୍କ ଏଭଳି କାମ ପାଇଁ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।