ଝିଅ ଭିଡ଼ିଓ ଭାଇରାଲ କରି କହୁଛି ମୁଁ ମୋ ନିଜ ଇଛା ରେ ଆସିଛି, ହାତ ଯୋଡି ଭିଡ଼ିଓ ଭାଇରାଲ କରିବାକୁ କଲା ନିବେଦନ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ଯଦି ଗୋଟିଏ ବାପା ଓ ମାଆଙ୍କର ପୁଅ ଓ ଝିଅ ମାନଙ୍କର ଯଦି କୌଣସି ଅସୁବିଧା ହୁଏ, ବାପା ଓ ମାଆ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡନ୍ତି। ସେମାନଙ୍କୁ ଖୋଜିବା ପାଇଁ ଅଭିଯୋଗ ମଧ୍ୟ କରନ୍ତି। କିନ୍ତୁ ସେହି ପିଲା ମାନେ ନିଜ ବାପା ଓ ମାଆଙ୍କ ଆଖିରେ ଧୂଳି ଦେଇ ନିଜ ଜୀବନ ସାଥି ସହିତ ପଳାଇ ଯାଆନ୍ତି। ତେବେ ଏଭଳି କିଛି ଘଟଣା ବର୍ତ୍ତମାନ ଆମ ସାମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଗତ କିଛି ଦିନ ତଳେ ଯେଉଁ ଝିଅକୁ ଅପହରଣ ହୋଇଥିଲା, ସେହି ଝିଅଟି ଅପହରଣ ହୋଇ ନାହିଁ ଓ ନିଜ ଇଚ୍ଛାରେ ଯାଇଛି ବୋଲି କହୁଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା କେନ୍ଦୁଝର ଘଷିପୁରା ଅଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଘଷିପୁରା ଅଞ୍ଚଳର ମାଆ ଓ ଝିଅ ଚାଲି ଚାଲି ଯାଉ ଥିଲେ ଠିକ ସେହି ସମୟରେ ଗୋଟିଏ ପିଲା ଝିଅଟିକୁ ଅପହରଣ କରି ନେଇ ଯାଇ ଥିଲା। ତେବେ ଏହି ଘଟଣାକୁ ଝିଅର ପରିବାର ଲୋକ ମାନେ ଥାନାରେ ଅଭିଯୋଗ କରିଥିଲେ। ଝିଅର ମାଆ ଜଣଙ୍କ ମଧ୍ୟ କଇଁ କଇଁ ହୋଇ ମୋ ଝିଅକୁ ଫେରାଇ ଦିଅ ବୋଲି କହୁଥିଲେ। ତେବେ ପୋଲିସ ଏହି ଘଟଣାର କୌଣସି ପଦକ୍ଷେପ ନେଉ ନଥିଲେ। ସେଥିପାଇଁ ପରିବାର ଲୋକ ମାନେ ମଧ୍ୟ ଅଭିଯୋଗ କରିଥିଲେ।

ତେବେ କିନ୍ତୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେହି ମହିଳାଙ୍କ ଝିଅ ଗୋଟିଏ ଭିଡ଼ିଓ କରି କହୁଛି ଯେ, ଭାଗ୍ୟଶ୍ରୀ ପ୍ରିୟାଦର୍ଶିନୀ ବାରିକ ଓ ତାକୁ କେହି ହେଲେ ଅପହରଣ କରି ନେଇ ନାହାଁନ୍ତି ବୋଲି ସେ କହୁଛି ଓ ସେ ନିଜ ଇଚ୍ଛାରେ ସେହି ପୁଅ ସହିତ ଆସିଛି ବୋଲି ଭିଡ଼ିଓରେ ମାଧ୍ୟମରେ କହୁଛି। ଏଥି ସହିତ କହୁଛି ଯେ, ତାକୁ ୧୮ ବର୍ଷ ହୋଇ ଯାଇଛି ଓ ଝିଅଟିର ମାଆ ତାକୁ ମାନସିକ ନିର୍ଯାତନା ଦେଉଥିଲେ ଓ ଟର୍ଚ୍ଚର କରୁଥିଲେ ବୋଲି ସେହି ପୁଅ ସହିତ ପଳେଇ ଯାଇ କୋର୍ଟରେ ସେ ଦୁଇ ଜଣ ବିବାହ କରି ଦେଇଛନ୍ତି। ସେ ପୁଅ ସହିତ ବହୁତ ଖୁସିରେ ଅଛି ଓ ତାର ବାପା, ମାଆଙ୍କୁ ଅନୁରୋଧ କରି କହୁଛି ଯେ ସେ ଦୁଇ ଜଣଙ୍କୁ ହଇରାଣ କରନ୍ତୁ ନାହିଁ ଓ ଖୁସିରେ ରହିବା ପାଇଁ ସେମାନଙ୍କୁ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।