ଏବେ ଇଣ୍ଡିଆନ ଆଇଡଲ୍ ସିଜିନ ୧୨ କୁ ଜିତି ନେଇଛନ୍ତି ଉତ୍ତରାଖଣ୍ଡର ବାସିନ୍ଦା ଗାୟକ ପବନଦୀପ ରାଜନ। ଯିଏକି ଏଥିପାଇଁ ଏବେ ବେଶ୍ ଚର୍ଚ୍ଚାରେ। ଏହି ଶୋ’ରେ ପବନଦୀପଙ୍କ ଗୀତ ଗାଇବା ଶୈଳୀ ଏବଂ ସ୍ୱର ସମସ୍ତଙ୍କ ହୃଦୟକୁ ଛୁଇଁଛି। ଉତ୍ତରାଖଣ୍ଡର ବାସିନ୍ଦା ପବନଦୀପ ଇଣ୍ଡିଆନ୍ ଆଇଡଲ ଜିତିବା ପରେ ସଫଳତାର ନୂଆ ଶିଖରକୁ ଛୁଇଁଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ କି ସୋନି ଟିଭିରେ ପ୍ରସାରିତ ଗୀତ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ୧୨ର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି।ସେହି କ୍ରମରେ ୧୫ ଅଗଷ୍ଟରେ ହୋଇଥିବା ଇଣ୍ଡିଆନ ଆଇଡଲର ଫାଇନାଲ ରେ ଏହାର ଦ୍ୱାଦଶ ବିଜେତା ଭାବେ ସେ ସମ୍ମାନ ପାଇ ଛନ୍ତି। ପୱନଦୀପ ରାଜନ ଇଣ୍ଡିଆନ ଆଇଡଲ ୧୨ର ବିଜେତା ହୋଇଛନ୍ତି। ଏହାପରେ ତାଙ୍କୁ ବିଳାସପୂର୍ଣ୍ଣ କାର ଟ୍ରଫି ଏବଂ ୨୫ ଲକ୍ଷ ଟଙ୍କା ମଧ୍ୟ ପୁରସ୍କାର ମିଳିଛି।
ତେବେ ଫାଇନାଲରେ ପୱନଦୀପ ରାଜନ ଙ୍କ ସହିତ ଅରୁନିତା କାଞ୍ଜିଲାଲ, ମହମ୍ମଦ ଦାନିଶ, ଶନମୁଖ ପ୍ରିୟା, ନିହାଲ ତାରୋ ଏବଂ ସାୟଲି କାମ୍ବଲେଙ୍କ ସହ କଡ଼ା ପ୍ରତିଯୋଗିତା ହୋଇଥିଲା। କିନ୍ତୁ ଶେଷରେ ବିଜୟ ହୋଇଥିଲେ ପୱନଦୀପ। ଇଣ୍ଡିଆନ ଆଇଡଲର ଗ୍ରାଣ୍ଡ ଫାଇନାଲ୧୨ ଘଣ୍ଟା ଧରି ଚାଲିଥିଲା ବେଳେ ଏଥର ଫାଇନାଲ ରେସରେ ସ୍ଥାନ ପାଇବା ପାଇଁ ପ୍ରତିଯୋଗୀମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା।ତେବେ ଆପଣ ଜାଣନ୍ତି କି ଗୀତ ଗାଇବାରେ ମାହିର ପବନଦୀପ ଖୁବ୍ ବଢ଼ିଆ ଡ୍ରାଇଭିଂ ବି କରନ୍ତି। ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା।
ଜନ୍ମ- ପବନଦୀପ ୨୭ ଜୁଲାଇ ୧୯୯୬ରେ ଉତ୍ତରାଖଣ୍ଡ ର ଚମ୍ପାବତ ରେ ଜନ୍ମ ଗ୍ରହଣ କରିଥିଲେ।
ଘର ଏବଂ ପରିବାର- ତାଙ୍କର ଘର ଉତ୍ତରାଖଣ୍ଡର ଚଂପାବତ ରେ ଏବଂ ତାଙ୍କ ବାପାଙ୍କ ନାମ ସୁରେଶ ରାଜନ୍ ଏବଂ ମାଆ ସୁରଜ୍ ରାଜନ୍। ତାଙ୍କର ଜଣେ ଭାଇ ଏବଂ ଭଉଣୀ ରହିଛନ୍ତି।
ପାଇଥିବା ଆୱାର୍ଡ଼ ଏବଂ ସଫଳତା- ସେ ୨୦୧୫ ମସିହାରେ ଦା ଭାଏସ ଅଫ ଇଣ୍ଡିଆ ର ବିଜେତା ହେଇଥିଲେ।ସେ ଷ୍ଟେଜ ଶୋ ରେ ମଧ୍ୟ ଅନେକ ସୁନ୍ଦର୍ ପ୍ରଦର୍ଶନ କରିଛନ୍ତି। ଉତ୍ତରାଖଣ୍ଡ ରେ ତାଙ୍କର ଗୀତ ତେରୀ ମେରୀ ମାୟା ବହୁତ୍ ଲୋକପ୍ରିୟ ହୋଇଥିଲା।
ଶିକ୍ଷା- ପବନଦୀପ ତାଙ୍କର ସ୍କୁଲ ଶିକ୍ଷା ୟୁନଭରସିଟି ସିନିୟର୍ ସେକେଣ୍ଡାରୀ ସ୍କୁଲରେ ନେଇଥିଲେ।ଏହି ସ୍କୁଲ ଚଂପାବତ ରେ ଅବସ୍ଥିତ।
ରୋଜଗାର- ସେ ଷ୍ଟେଜ ଶୋ ରେ ତାଙ୍କର ଗାୟିକୀ ପାଇଁ ୫୦ ହଜାର ଟଙ୍କା ନେଇଥାନ୍ତି। ମ୍ୟୁଜୀକ ଆଲବମ୍ ରେ ଗୀତ ଗାଇବାକୁ ସେ ୧୦ ଲକ୍ଷ ଟଙ୍କା ନେଇଥାନ୍ତି। ତାଙ୍କ ପାଖରେ ଏକ ମାରୁତି ଅଲ୍ଟ କାର ଯାହାର ଦାମ୍ ୧୦ ଲକ୍ଷ ଟଙ୍କା ଏବଂ ହାୟାଭୂଷା ବାଇକ୍ ରହିଛି, ଯାହାର ଦାମ୍ ୧୫ ଲକ୍ଷ ଟଙ୍କା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।