ଇଞ୍ଜେକ୍ସନର ଗୋଟେ ଡୋଜକୁ ୧୬ କୋଟି, କ’ଣ ରହିଛି ଏହି ଇଞ୍ଜେକ୍ସନରେ ? ରାଜଭିରଙ୍କୁ ଆବଶ୍ୟକ ଏହି Zolgensma ଇଞ୍ଜେକ୍ସନ….

0

ଆଜିକାଲି ଆପଣ ମାନେ ବିଭିନ୍ନ ପ୍ରକାର ନୂଆ ନୂଆ ରୋଗ ବିଷୟରେ ଜାଣିବା ପାଇଁ ପାଇଥିବେ। ଏଭଳି କିଛି ରୋଗ ଦେଖିବା ପାଇଁ ମିଳୁଛି ଯେଉଁଥିରେ ଅନେକ ଅର୍ଥର ଆବଶ୍ୟକ ପଡିଥାଏ। ଆପଣ ମାନେ ଜାଣିଛନ୍ତି ଯେ ରୋଗ ଏଭଳି ଏକ ଜିନିଷ ତାହା ଧନୀ ଗରିବ କାହାକୁ ଛାଡ଼େ ନାହିଁ। ଯଦି କୌଣସି ବଡ଼ ରୋଗ ଯେଉଁଥିରେ ଅଧିକ ଅର୍ଥର ଆବଶ୍ୟକତା ପଡ଼ିଥାଏ। ତେବେ ଯେଉଁ ମାନେ ଧନୀ ସେମାନଙ୍କ କ୍ଷେତ୍ରରେ ଚିକିତ୍ସା ସମ୍ଭବ ହୋଇପାରେ କିନ୍ତୁ ଯଦି କୌଣସି ଖଟିଖିଆ ଲୋକଙ୍କ ପାଖରେ ଦେଖାଯାଏ। ସେମାନଙ୍କ କ୍ଷେତ୍ରରେ ଚିକିତ୍ସା କରିବା ଅସମ୍ଭବ ହୋଇପଡେ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ। ଜଣେ ଛୋଟ ଶିଶୁ ଯାହାର ବୟସ ମାତ୍ର ୨ ବର୍ଷ ତା ପାଖରେ ଏହି ରୋଗ ଦେଖା ଦେଇଛି। ଛୋଟ ପିଲାଟି ଅନେକ କଷ୍ଟ ଯନ୍ତ୍ରଣା ଭୋଗୁଛି ଚିକିତ୍ସା ଗୋଟିଏ ଇଂଜେକ୍ସନ ପାଇଁ ୧୬ କୋଟି ଟଙ୍କାର ଆବଶ୍ୟକତା ରହିଛି। ତେବେ ଆସନ୍ତୁ ଜାଣିବା କଣ ଏହି ରୋଗ ଏବଂ ଇଂଜେକ୍ସନର ମୂଲ୍ୟ ଏତେ ଟଙ୍କା ରହିଛି।

ସୂଚନା ଅନୁସାରେ, ବାହାର ରାଜ୍ୟ ରେ ଆମ ଓଡ଼ିଶାର ସ୍ୱାମୀ ସ୍ତ୍ରୀ ରହୁଥିଲେ। ତେବେ ସ୍ୱାମୀ ଯିଏ ସେ ଡେଲିଭରି ବୟ ଭାବରେ କାମ କରନ୍ତି। ପିଲାଟିଏ ଜନ୍ମ ହୋଇଥିଲା ପିଲାଟି ଦେଖିବା ପାଇଁ ଖୁବ ସୁନ୍ଦର ବାପା ମାଆ ରାଜବିର ବୋଲି ନାଁ ଦେଇଥିଲେ। ତେବେ ପିଲାର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେମାନେ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ। ପ୍ରଥମେ ପ୍ରଥମେ ଡାକ୍ତର ରୋଗ କଣ ହୋଇଛି ଜାଣି ପାରିନଥିଲେ।

ତାପରେ ଜଣା ପଡିଥିଲା ଯେ ପିଲାକୁ ସ୍ପାଇନାଲ ମୋସ୍କୁଲାର ଏଟ୍ରଫି ଏହ ରୋଗ ରୋଗ ଏକ ବଂଶଗତ ରୋଗ ଯେଉଁ ଥିରେ। ବାପା ମାଆ କିମ୍ବା ଜେଜେ ବାପା ଏବଂ ଜେଜେ ମାଆଙ୍କ ଠାରୁ ଆସିଥାଏ। ତେବେ ଏହି ରୋଗର ଚିକିତ୍ସା ପାଇଁ କେବଳ ଗୋଟିଏ ଇଂଜେକ୍ସନ ଦରକାର ତେବେ ଏହି ଇଂଜେକ୍ସନ ଦାମ ରହିଛି ୧୬ କୋଟି ଟଙ୍କା Zolgensma ଇଂଜେକ୍ସନ। ତେବେ ଆସନ୍ତୁ ଜାଣିବା ଏହି Zolgensma ଇଂଜେକ୍ସନ ବିଷୟରେ ଯେଉଁଠି ସମସ୍ୟା ଯୋଗୁଁ ସ୍ପାଅନାଲ ମୋସ୍କୁଲାର ରୋଗ ହୋଇଥାଏ ବା ଯେଉଁଠି ଜିନ ଗଡ଼ବଡ଼ ଥାଏ ସେହି ଜାଗାରେ ଇଂଜେକ୍ସନ ଯୋଗୁଁ ନୂତନ ଜିନ ପରିବର୍ତ୍ତନ କରିଥାଏ।

ଫଳରେ ଏ ରୋଗରେ ସମସ୍ୟା ହୁଏ ନାହିଁ। ଆଉ ଶିଶୁର ଡିଏନଏ ରେ ନୂତନ ଜିନ ସାମିଲ ହୋଇଯାଏ। ଧୀରେ ଧୀରେ ଶରୀର ଠିକ ହେବାକୁ ଲାଗିଥାଏ। ଏହି ଇଂଜେକ୍ସନ ସୁଇଜରଲ୍ୟାଣ୍ଡ ନୋଭାଟିସ ନାମରେ ଏକ କମ୍ପାନୀ ତିଆରି କରିଥାଏ। ଯାହାକୁ ଜିନ ଥେରାପି ଚିକିତ୍ସା କୁହାଯାଏ ଏହା ପୂର୍ବରୁ ଏହି ରୋଗର କୌଣସି ଚିକିତ୍ସାର ବିକଳ୍ପ ନଥିଲା। ତେବେ ଯେତେବେଳେ ଇଂଜେକ୍ସନଟି ସାମ୍ନାକୁ ଆସିଲା ଏହାର ମୂଲ୍ୟ ୧୬ କୋଟି ଟଙ୍କା। ବର୍ତ୍ତମାନ ଏହି ଇଂଜେକ୍ସନ ପାଇଁ ଶିଶୁଟିର ଜୀବନ ମୃତ୍ୟୁ ସହିତ ଲଢେଇ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।