ହେ ଭଗବାନ ! ଇଞ୍ଜେକସନ୍ ନେବାର ୫ ମିନିଟ ପରେ ହଠାତ ଚାଲିଗଲା ଜୀବନ, ପରିବାର ଲୋକ ଆଣିଲେ ଏହି ସାଂଘାତିକ ଅଭିଯୋଗ….

0

ସାମ୍ନାକୁ ଆସିଲା ଏମିତି ଏକ ଖବର ଯାହା ଯେତିକି ଦୁଃଖ ଦାୟକ ସେତିକି ଭୟାନକ ମଧ୍ୟ। ହୃଦୟ ବିଦାରକ ଏହି କାହାଣୀ ଶୁଣିବା ପରେ ଆପଣଙ୍କ ଆଖି ବି ଲୁହରେ ଛଳଛଳ ହୋଇଯିବ। ହସ୍ପିଟାଲ୍ ରେ ସ୍ବାସ୍ଥ୍ୟକର୍ମୀ ଙ୍କ ଅବହେଳା କାରଣରୁ ଏଠାରେ ଚାଲି ଯାଇଛି ଜଣେ ନବ ବିବାହିତା ଙ୍କ ଜୀବନ। ଡାକ୍ତରଖାନା ରେ ନବ ବିବାହିତା ଙ୍କ ଅଚାନକ ଭାବରେ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭୁଲ୍ ଚିକିତ୍ସା ଅଭିଯୋଗରେ ହସ୍ପିଟାଲ୍ ରେ ତୁମୁଳ କାଣ୍ଡ। ଆଉ ଏଥିପାଇଁ ଶବ ରଖି ପ୍ରତିବାଦ କରିଛନ୍ତି ସାରା ପରିବାର। ଜୁନ୍ ୧୬ ରେ ଏହି ମହିଳା ଙ୍କ ବିବାହ ହୋଇଥିଲା।ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଥିଲେ।

ତେବେ ଗତକାଲି ସକାଳେ ତାଙ୍କ ବେକରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିବେକାନନ୍ଦ ହସ୍ପିଟାଲ୍ ରେ ଭର୍ତ୍ତି କରା ଯାଇଥିଲା।ଆଉ ସେଠାରେ ତାଙ୍କୁ ଏକ ଇଞ୍ଜେକ୍ସନ ଦିଆ ଯାଇଥିଲା। ମାତ୍ର ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଭୁଲ୍ ଇଞ୍ଜେକ୍ସନ ଦେବା ସହ ହସ୍ପିଟାଲ୍ ରେ ତାଙ୍କର ଅବହେଳା କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି କହି ହସ୍ପିଟାଲ୍ ରେ ପରିବାର ପକ୍ଷରୁ ଦେଖିବାକୁ ମିଳିଛି ତୁମୁଳ କାଣ୍ଡ। ଏହାପରେ ସେମାନେ ହସ୍ପିଟାଲ୍ ର ସିକ୍ୟୁରିଟି ଗାର୍ଡ ଙ୍କ ଦ୍ଵାରା ମଧ୍ୟ ଆକ୍ରମଣ ର ଶିକାର ହୋଇଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରିବାର ଲୋକେ ଏଥିରେ ନିଜ ଲୋକକୁ ହରାଇ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ।

କିଛି ସମୟ ଧରି ସେଠାରେ ଏହି ଘଟଣା କୁ ନେଇ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସୂଚନା ଅନୁଯାୟୀ ମହିଳା ଜଣଙ୍କୁ ହସ୍ପିଟାଲ୍ କୁ ନିଆଯିବା ପରେ ଡ଼ାକ୍ତରଙ୍କ କହିବା ଅନୁସାରେ ମେଡିକାଲ ଷ୍ଟୋର ରୁ ମେଡିସିନ ନିଆ ଯାଇଥିଲା। ତାପରେ ଇଞ୍ଜେକ୍ସନ ଦେବା ପରେ ତାଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା। ସେଠାରେ ସେହି ସମୟରେ କେହି ବି ଡାକ୍ତର ନଥିବା କଥା ଅଭିଯୋଗ କରା ଯାଉଛି। ଡାକ୍ତର ଙ୍କ ଅନୁପସ୍ଥିତି ଏବଂ ଅବହେଳା କାରଣରୁ ସେଠାରେ ଏହି ନବ ବିବାହିତା ମହିଳା ଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରା ଯାଇଛି।

ପରିବାର ଏ ବିଷୟରେ ଜାଣିବା ପରେ ପ୍ରତିବାଦ କରିବାରୁ ତାଙ୍କ ଉପରେ ଆକ୍ରମଣ ହୋଇ ସେମାନେ ଏଥିରେ ଆହତ ହୋଇଛନ୍ତି। କାନ୍ଦି କାନ୍ଦି ସେମାନେ ହସ୍ପିଟାଲ୍ ଆଗରେ ସେମାନଙ୍କ ବୟାନ ରଖିଛନ୍ତି। ତେବେ ଏଭଳି ଏକ ଘଟଣା ସମସ୍ତଙ୍କୁ ଭାବ ପ୍ରବଣ କରି ଦେଇଛି। କିଭଳି ଭାବରେ ଅବହେଳା କାରଣରୁ ଏତେ ବଡ କ୍ଷତି ଘଟିଗଲା ତାହା ଏବେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ଘଟଣା ଘଟିବା ପରେ ସେଠାରେ ପୋଲିସ୍ ମୁତୟନ ହୋଇଛନ୍ତି ଏବଂ ଘଟଣାର ଉପଯୁକ୍ତ ତଦନ୍ତ ଆରମ୍ଭ କରିଛି ପୋଲିସ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।