ଇନଷ୍ଟାରେ ଲେଖିଥିଲେ ମୃତ୍ୟୁର କାହାଣୀ, ବାଏ ବାଏ ମାଆ ତୋ ସହ ଏହା ମୋର ଶେଷ କଥା….ଦେଖନ୍ତୁ Viral ଭିଡ଼ିଓ

0

ସବୁଦିନ ପରି କାଲିବି ସେ ଟିଉସନ ବାହାରିଥିଲା ଏବଂ ବାହାରିଲା ବେଳେ ସମସ୍ତଂକ ସହ କଥାବି ହୋଇଥିଲା।ଟିଉସନ ପରେ ସେ ଜିମ୍ ଯାଏ। ସବୁଦିନ ପରି କାଲି ବି ସେ ପରିବାରର ଲୋକଙ୍କ ସହ ସାଧାରଣ ବ୍ଯବହାର ଦେଖାଇଥିଲେ। କିନ୍ତୁ କିଏ ଜାଣିଥିଲା ଯେ ଶେଷ ଥର ପାଇଁ ପରିବାର ଲୋକେ ପିଲାଟିର ଏହିଭଳି ହସ ହସ ମୁଖ ଦେଖୁଛନ୍ତି। ଆଉ ହଠାତ୍ ରାତି ୯ ଟା ବେଳକୁ ମାଆ ପାଖକୁ ଫୋନ ଆସିଥିଲା ଏବଂ ଏହି କଲ୍ ରେ ସେ କହିଥିଲା ବାଏ ବାଏ ମାଆ। ତୋ ସହ ଏହା ମୋର ଶେଷ କଥା। ଆଉ ବାସ୍ ତା ପରଠାରୁ ଫୋନ୍ ନଟ ରିଚେବୁଲ।
ଯେମିତି ଏକ ଅଜଣା ରାଇଜ ଭିତରକୁ ସେ ପଲାଇ ଯାଇଥିଲା।

ତେବେ ଏହି ପିଲାର ବାପା କିଛି ବର୍ଷ ହେବ ତାଙ୍କୁ ଏବଂ ତାଙ୍କ ମାଆଙ୍କୁ ପଚାରୁ ନାହାଁନ୍ତି। ସେମାନେ ଭଡାଘରେ ମାଆ ପୁଅ ରହିଥାନ୍ତି। ବହୁତ୍ କଷ୍ଟରେ ରହିବା ସହ ବହୁତ୍ କଷ୍ଟରେ ସେମାନେ ଜୀବନ କାଟୁଥିଲେ।ତେବେ ହଠାତ୍ ଏପରି ଏକ ଘଟଣା ଘଟିଯିବା ସମସ୍ତଙ୍କୁ ବିଚଳିତ କରି ଦେଇଛି। ସତେ ଯେମିତି ଆଶାର ଆଲୋକ ରେ ଅନ୍ଧକାର ର କଳା ବାଦଲ ଛାଇ ଯାଇଛି। ତେବେ ମାଆଙ୍କ ପାଖକୁ ଫୋନ୍ ଆସିବାର ଏବଂ ପରେ ଫୋନ୍ କାଟିବାର କିଛି ସମୟ ପରେ ଇନଷ୍ଟାଗ୍ରାମ ରେ ସେ ୮ ପୃଷ୍ଠାର ଏକ ନୋଟ୍ ଲେଖି ଯାଇଛି।ତାପରେ ତାର ଫୋନ୍ ବି ସ୍ଵିଚ ଅଫ୍ ଆସିଲା ବୋଲି ମୃତ ପିଲାର ସମ୍ପର୍କୀୟ ଜଣଙ୍କ କହିଛନ୍ତି।

ତେବେ ସେ ପିଲାଟି ମାନସିକ ଅବସାଦ ଭିତରେ ରହୁଥିଲା ବୋଲି ତାଙ୍କର ସମ୍ପର୍କୀୟ ଜଣଙ୍କ କହିଛନ୍ତି। ଏଥିପାଇଁ ସେ ଇଞ୍ଜିନିୟରଂ ପାଠପଢ଼ା କୁ ମଧ୍ଯ ଛାଡି ଦେଇଥିଲେ। ତେବେ ମାତ୍ର ୨୦ ବର୍ଷର ଏହି ଯୁବକ ଜଣଙ୍କ ସହ କଣ ଏମିତି ଘଟିଥିଲା ଯେ ସେ ଜୀବନ ହାରିଦେବାକୁ ବସିଥିଲେ ତାହା ବାସ୍ତବରେ କହି ହେବ ନାହିଁ କାରଣ ଏହା ଜଣା ପଡ଼ିନାହିଁ। କିନ୍ତୁ ଇନଷ୍ଟାଗ୍ରାମ ପୋଷ୍ଟର ସେ ଜୀବନର ଅନେକ କଥା ବିଷୟରେ ଉଲ୍ଲେଖ କରିଛନ୍ତି। ଆଉ ଏକଥା ବି କହିଛନ୍ତି ଯେ ମୁଁ ବହୁତ୍ ଆଗରୁ ମରି ସାରିଛି। ଏବେ ଖାଲି ମୋ ଶରୀର ଅଲଗା ହେବ।

ତେବେ ଏହି ଯୁବକ ଜଣଙ୍କ ତାଙ୍କର ୮ ପେଜର ଲେଖାରେ ସେ ତାଙ୍କର ମୃତ୍ୟୁ ପାଇଁ କାହାକୁ ବି ଦାୟୀ କରି ନାହାଁନ୍ତି। ତେବେ ଏହି ଯୁବକ ଜଣଙ୍କ ହେଉଛନ୍ତି ସାମନ୍ତରପୁର ର ସାଇଶ୍ରି ଜ୍ୟୋତିପ୍ରକାଶ ଙ୍କର ଯାହାଙ୍କ ଶବ ଆଜି ବିନ୍ଦୁ ସାଗରରୁ ଉଦ୍ଧାର କରା ଯାଇଛି।ତାଙ୍କ ଭିଣୋଇ ଙ୍କ କହିବା କଥାଯେ ବାପା ମାଆଙ୍କ କଥାକୁ ନେଇ ସେ ବହୁତ୍ ଡିପ୍ରେଶନ ରେ ରହୁଥିଲେ କିନ୍ତୁ ସେ କେବେ କହାକୁ କିଛି କୁହନ୍ତି ନାହିଁ ଆଉ ଆଜି ସେ ତାଙ୍କର ଜୀବନ ହାରି ଦେଇଛନ୍ତି ଯାହା ଅତ୍ୟନ୍ତ ଦୁଃଖ ଦାୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।