ମାଳିକାର ଭବିଷ୍ୟବାଣୀ ! ଜାଣନ୍ତୁ ମହାମାରୀ କୁ ନେଇ କ’ଣ ବଡ଼ ପ୍ରମାଣ ଦେଲା ମାଳିକା ? କେବେ ସରିବ କରୋନା ଦେଖନ୍ତୁ….

0

ଅନେକ ଥର ଭଳି ପୁଣିଥରେ ମାଳିକା ବିଶାରଦ ବାବା ଦିବାକର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ବର୍ଣ୍ଣନା କରିଛନ୍ତି।ଦୀର୍ଘ ୬୦୦ ବର୍ଷ ତଳେ ମହାପୁରୁଷ ମାନେ ତାଳ ପତ୍ର ପୋଥିରେ ଯେଉଁ ସବୁ ଦିବ୍ୟ କଥାକୁ ଲେଖି ଯାଇଛନ୍ତି, ତାହାକୁ କିଏ ମାନୁ ବା ନମାନୁ ତାହା ସତ ହେବାକୁ ଯାଉଛି।ମାଳିକା ରେ ଯାହା ଲେଖାଥିଲା ତାହା ସତ ହେବାରେ ଲାଗିଛି।ତେଣୁ ଏହାକୁ ବିଶ୍ୱାସ କରିବାରେ କୌଣସି ଦ୍ୱିମତ ନାହିଁ।ତେବେ ସେହି ସବୁ ଭବିଷ୍ୟବାଣୀ ଯାହା ମହାପୁରୁଷ ମାନେ କଲମ କରି ଯାଇଛନ୍ତି ଯାହା ଆମେ ବର୍ତ୍ତମାନ ଭୋଗୁଚେ ଏବଂ ଆମ ଜୀବନରେ ଭବିଷ୍ୟତରେ ଘଟୁଛି ତାହା ଆମକୁ ବିଶ୍ୱାସ କରିବାକୁ ପଡ଼ିବ।

କାରଣ ସେଥିରୁ ଏମିତି ବହୁତ୍ କଥା ଆମେ ସ୍ପଷ୍ଟ ହୋଇ ପାରିବା ଯାହା ଆମକୁ ଜୀବନରେ ସତର୍କ କରାଇବ ଏବଂ ସଚେତନ ମଧ୍ୟ କରାଇବ।ମାଳିକା ବିଶାରଦ ବାବା ଦିବାକର ଗତବର୍ଷ ମାଳିକା ର ଯେଉଁ କଥା କୁ କହିଥିଲେ ପୁଣି ଥରେ ତାର ପୁନରାବୃତ୍ତି କରିଛନ୍ତି। ବର୍ତ୍ତମାନ ସମୟରେ ମହାମାରୀ କରନା କୁ ନେଇ ସାରା ବିଶ୍ଵ ଯେମିତି ଅସ୍ତ ବ୍ୟସ୍ତ ହୋଇ ପଡିଛି ସେହି ବିଷୟରେ ସେ ଆଲୋଚନା କରିଛନ୍ତି। ଡାକ୍ତର ମାନେ ଯେମିତି ଦିନ ରାତି କରନା ଯୋଦ୍ଧା ହୋଇ କରନା ଆକ୍ରାନ୍ତଙ୍କ ସେବା କରୁଛନ୍ତି ସେହିଭଳି ମାଳିକା ଭକ୍ତ ମାନେ ସବୁବେଳେ ସନ୍ଧାନ କରି ଚାଲିଛନ୍ତି କେଉଁଠାରେ ଏହି ମହାମାରୀ ବିଷୟରେ ଉଲ୍ଲେଖ ରହିଛି।

ଏହାକୁ ଖୋଜି ବାହାର କରିବା ଏବଂ ଜନ ସାଧାରଣ ଙ୍କ ସମ୍ମୁଖକୁ ଆଣିବା ଓ ସତର୍କ କରିବା ପାଇଁ ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି ମାଳିକା ବିଶାରଦ ମାନେ।ତେବେ ମହାମାରୀ କୁ ନେଇ ମାଳିକା ରେ ବର୍ଣ୍ଣନା ରହିଛି ଯେ ଅନେକ ମହାନ୍, ଉପକାରୀ, ପ୍ରେରଣାଦାୟୀ, ସାହାଯ୍ୟ ବାନ୍ ଲୋକଙ୍କ ଅକାଳ ବିୟୋଗ ଘଟିବ। ଅନେକ ପ୍ରମୁଖ ବ୍ୟକ୍ତି ବିଶେଷ ଏବର୍ଷ ବିଦାୟ ନେବେ।ଆଜି ଯାହାକୁ ଆପଣ ଦେଖିଥିବେ କାଲି ସେ ଆଉ ନଥିବ। ବାର୍ଦ୍ଧକ୍ୟ ପୂର୍ବରୁ ଜୀବନ ଚାଲିଯିବ। ଆଜି ଶବ କାନ୍ଧେଇବା ପାଇଁ ଯାଇଥିବା ଲୋକଟି କାଲି ଶବ ପାଲଟି ଯାଇଥିବ।ଏହି ବର୍ଷ ଅନେକ ଲୋକଙ୍କ ଅକାଳ ବିୟୋଗ ଘଟିବ।

ଏହାଛଡା ମାଳିକାରେ ବର୍ଣ୍ଣନା ଅନୁସାରେ ଏକ ବର୍ଷ ଦଶ ମାସ ପର୍ଯ୍ୟନ୍ତ ଏହି ମହାମାରୀର ପ୍ରଭାବ ରହିବ। ତେଣୁ ସେହି ଅନୁସାରେ ମାତ୍ର ୪ ମାସ ପରେ ଏହି ଭୟଙ୍କର ମହାମାରୀ ଏକ ସାଧାରଣ ରୋଗରେ ପରିଣତ ହେବ। ତେଣୁ ଏଥିରେ ଆଦୌ ଭୟଭୀତ ହେବାର କିଛି ନାହିଁ କେବଳ ସଚେତନ ରୁହନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ।ଏହି ମହାମାରୀ ର ପ୍ରଭାବ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଶେଷ ହୋଇଯିବ। ଅଦୃଶ୍ୟ ରୋଗକୁ ଅଦୃଶ୍ୟ ଶକ୍ତି ହିଁ ଦୂର କରିବେ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।