ଜାଣନ୍ତୁ ମାନସିକ ଦୃଢ଼ତା ଏବଂ ଦକ୍ଷତା କୁ ବଢାଇବାର କଳା, ଯାହା ଦ୍ଵାରା ଅସମ୍ଭବ ବି ସମ୍ଭବ ହୋଇ ପାରିବ

0

ବନ୍ଧୁଗଣ ଆଜି ଆମେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା। ଯାହା ଆଜିର ଛାତ୍ର ଏବଂ ଯୁବ ସମାଜ ପାଇଁ ବହୁତ୍ ଆବଶ୍ୟକ। ଏ ଦୁନିଆର ପ୍ରତ୍ୟେକ ମଣିଷ ଚାହିଁଥାଏ ସଫଳତା ପାଇବା ପାଇଁ। ଆଉ ତାର ଏହି ସଫଳତା ଶାରିରୀକ ଶକ୍ତି ଅପେକ୍ଷା ମାନସିକ ଶକ୍ତି ଉପରେ ଅଧିକ ନିର୍ଭର କରିଥାଏ। ଅର୍ଥାତ୍ ଯେଉଁ ବ୍ୟକ୍ତିର ମାନସିକ ଶକ୍ତି ଅଧିକ ଦୃଢ଼, ଏକାଗ୍ରତା ଅଧିକ, ଚିନ୍ତନ ଶକ୍ତି ସମୃଦ୍ଧ ଏବଂ ପର୍ଯ୍ୟବେକ୍ଷଣ କରିବାର କଳା ଅଧିକ ଏବଂ ସମସ୍ୟା କୁ ସମାଧାନ କରିବାର କ୍ଷମତା ଅଧିକ ଥାଏ ସେହି ବ୍ୟକ୍ତି ଜୀବନରେ ନିଜ ଆଶା ଠାରୁ ଅଧିକ ଫଳ ପାଇଥାଏ।

ତେବେ ଏହିସବୁ ଦକ୍ଷତା କୁ ହାସଲ କଲେ ଯାଇ ମଣିଷ ସଫଳତା ର ଶୀର୍ଷରେ ପହଞ୍ଚି ଥାଏ ଏବଂ ଏକ ସୁଖ, ସ୍ୱାଛନ୍ଦ୍ୟ, ସମ୍ମାନ ପୂର୍ଣ୍ଣ ଜୀବନ ଯାପନ କରିଥାଏ। ଏଥିପାଇଁ ଆପଣଙ୍କୁ ୫ଟି ମୁଖ୍ୟ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆସନ୍ତୁ ସେହି ମୁଖ୍ୟ କଥା ଗୁଡ଼ିକ ଉପରେ ନଜର ପକାଇବା।

୧) ସ୍ଵିଚ୍ ହ୍ୟାଣ୍ଡ ଏକ୍ସରସାଇଜ୍ – ଆପଣ ଯେଉଁ ହାତକୁ ଅଧିକ ବ୍ୟବହାର କରନ୍ତି ସେହି ହାତରେ କମ୍ କାର୍ଯ୍ୟ କରି ବିପରୀତ ହାତକୁ ମଧ୍ୟ ଛୋଟ ଛୋଟ କାର୍ଯ୍ୟରେ ଲଗାନ୍ତୁ। ଯାହା ଦ୍ଵାରା ବ୍ରେନ୍ ଉପରେ ଏହାର ପ୍ରଭାବ ପଡ଼ିବ ଏବଂ ଏକ ଉତ୍ତମ ସନ୍ତୁଳନ ବଜାୟ ରହିବ।

୨) କାହାକୁ ମନେ ପକାନ୍ତୁ- ପ୍ରତିଦିନ ଆପଣ ଦେଖା କରିଥିବା ଲୋକମାନଙ୍କ ମଧ୍ୟରୁ କୌଣସି ଜଣଙ୍କ ବିଷୟରେ ସବୁ କିଛି ମନେ ପକେଇବାକୁ ଚେଷ୍ଟା କରନ୍ତୁ।ସେ କେଉଁ ରଙ୍ଗର ପୋଷାକ ପିନ୍ଧିଥିଲେ, କେଉଁ ରଙ୍ଗର ଜୋତା, ଆଙ୍ଗୁଳିରେ ମୁଦି ପିନ୍ଧିଥିଲେ କି ନାହିଁ ଇତ୍ୟାଦି। ଯାହାଦ୍ଵାରା ଆପଣଙ୍କ ମସ୍ତିଷ୍କର ଏକ୍ସରସାଇଜ ହେବ ଓ ପ୍ରଖରତା ବଢ଼ିବ।

୩) ପୁରୁଣା ରାସ୍ତା ବଦଳାନ୍ତୁ- ବେଳେବେଳେ ଆପଣ ଦୈନନ୍ଦିନ ଯିବା ରାସ୍ତାକୁ ବଦଳାଇ ଏକ ନୂଆ ରାସ୍ତାରେ ଯାଇ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ।ଏହା ଦ୍ବାରା ଏକ ଭିନ୍ନ ପ୍ରଭାବ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ିବ କାରଣ ଆପଣ ଏକ ଅଜଣା ଭିନ୍ନ ରାସ୍ତା ମସ୍ତିଷ୍କ କୁ ଚିହ୍ନିବାକୁ ବା ପରିଚିତ ହେବାକୁ ଦେଉଛନ୍ତି।

୪) ଦୁଇ ହାତକୁ ମୁଷ୍ଟିବଦ୍ଧ କରି ରଖନ୍ତୁ- କିଛି ସମୟ ପାଇଁ ଆପଣ ପ୍ରତିଦିନ ଦୁଇହାତ କୁ ମୁଠି ରଖନ୍ତୁ। ଏହା ଏକ ଆକୁପ୍ରେଶର ବ୍ୟାୟାମ ଅଟେ।ଏହା ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଏ କାରଣ ଏହା ଦ୍ବାରା ଆପଣଙ୍କ ମସ୍ତିଷ୍କ ସକ୍ରିୟ ହୋଇଥାଏ।

୫) ୪୦ ମିନିଟ୍ ବ୍ୟାୟାମ କରନ୍ତୁ- ବ୍ୟାୟାମ ଆମ ଶରୀର ପାଇଁ ନିହାତି ଆବଶ୍ୟକ। ତେଣୁ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନ ଭିତରୁ ସମୟ ବାହାର କରି ସକାଳ କିମ୍ବା ସନ୍ଧ୍ୟାରେ ପ୍ରତିଦିନ ୪୦ ମିନିଟ୍ ପର୍ଯ୍ୟନ୍ତ ବ୍ୟାୟାମ ନିଶ୍ଚିତ କରନ୍ତୁ। ଯାହା ଦ୍ଵାରା ଉଭୟ ଶରୀର ଓ ମସ୍ତିଷ୍କ ସୁସ୍ଥ ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।