Special Health Tips – ଯଦି ଆପଣଙ୍କର ଘରେ କେହି 50 ବର୍ଷରୁ ଅଧିକ ବୟସ ବ୍ୟକ୍ତି ଥାନ୍ତି, ତେବେ ନିଶ୍ଚୟ ପଢନ୍ତୁ ଏହି ଖବର ଏବଂ ସାଙ୍ଗ ସାଥୀଙ୍କୁ ସେୟାର କରନ୍ତୁ….

0

ବନ୍ଧୁଗଣ କରନା ଭଳି ମାରାତ୍ମକ ଭୂତାଣୁ ଆମ ଦେଶ ଭାରତରେ ଏବେ ଏକ ପ୍ରକାର ତାଣ୍ଡବ ରଚୁଛି। ଏହାର ପ୍ରଭାବ ବିଷୟରେ ଆପଣ ଭଲ ଭାବରେ ଅବଗତ ଥିବେ। କିପରି ଭାବରେ ଏହି ଅଦୃଶ୍ୟ ଶକ୍ତି ପାଇଁ ସମଗ୍ର ବିଶ୍ୱରେ ଅର୍ଥନୀତି ଏକ ପ୍ରକାର ଭୁଶୁଡ଼ିବାକୁ ବସିଛି ତାହା ମଧ୍ୟ ସ୍ପଷ୍ଟ ଭାବରେ ଜଣା ପଡୁଛି। ଆଉ ଏଥିରେ ଗରିବ, ମୂଲିଆ ବହୁତ୍ ହଇରାଣ ହେଉଛନ୍ତି। କେବଳ ଏତିକି ନୁହେଁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ମାନେ କରନା ମହାମାରୀ କାରଣରୁ ହେଉଥିବା ଏହି ଲକ୍ ଡାଉନ୍ ଏବଂ ଶଟ ଡାଉନ୍ କାରଣରୁ ନିଜର ଜୀବିକା ହରାଇ ବହୁତ୍ ଅସୁବିଧା ରେ ଭୋକ ଉପାସରେ ଦିନ କାଟୁ ଥିବା ବେଳେ ସେମାନଙ୍କର ଜୀବିକା ଏକ ପ୍ରକାରର ବନ୍ଦ ହୋଇ ଯାଇଛି।

ତେବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଏହାର ଭୟାବହତା କିପରି ଏବଂ କେବେ ହ୍ରାସ ପାଇବ ଏବଂ ଏହା କେତେ ଭୟାନକ ଅଟେ। ଆଉ ଏହା କେଉଁ ମାନଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ ଅଟେ ଏବଂ ଏଥିରେ ସଂକ୍ରମିତ ହେଲେ ଏହା ଶରୀର ଉପରେ କିପରି ପ୍ରଭାବ ପକାଏ ଏବଂ କଣ ସବୁ କ୍ଷତି ଘଟାଇଥାଏ? ତେବେ ଏମିତି କିଛି ପ୍ରଶ୍ନକୁ ନେଇ ଆମେ ଆଜି ଆପଣଙ୍କୁ ଏହାର ଉତ୍ତର ଦେବାକୁ ଯାଉଛୁ ଆଜିର ଏହି ଲେଖା ମାଧ୍ୟମରେ।

କେଉଁ ମାନଙ୍କ ପାଇଁ ଅଧିକ ବିପଦ ?

ବିଶେଷଜ୍ଞ ମାନଙ୍କ ମତରେ କୁହା ଯାଉଛି କି ବୃଦ୍ଧ ଲୋକ ଅଧିକ ସଚେତନ ହେବାର ଆବଶ୍ୟକ ରହିଛି ଏବଂ ଘରେ ଯଦି ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ରହିଛନ୍ତି ସେମାନଙ୍କ ପାଇଁ ଅଧିକ ଯତ୍ନବାନ ହେବା ଆବଶ୍ୟକ। ଅତି ଆବଶ୍ୟକ, ଜରୁରୀ କାମ ନ ପଡ଼ିଲେ ସେମାନେ ଘରୁ ବାହାରକୁ ନ ବାହାରିବା ଭଲ।ଆଉ ଯଦି କୌଣସି ଜରୁରୀ କାମରେ ସେମାନେ ଘରୁ ବାହାରୁଛନ୍ତି, ତେବେ ଡବଲ ମାସ୍କ ପିନ୍ଧିବା ସହିତ, ଯଥା ସମ୍ଭବ ଭିଡରୁ ଦୁରରେ ରହିବା ସେମାନଙ୍କ ପାଇଁ ଭଲ ବୋଲି କୁହା ଯାଇଛି।

କେଉଁ ଅଙ୍ଗ ହୋଇଥାଏ ଅଧିକ ପ୍ରଭାବିତ ?

ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଏହି ଭୂତାଣୁ ବର୍ତ୍ତମାନ ଲୋକଙ୍କ ଫୁସଫୁସକୁ କ୍ଷତି ପହଞ୍ଚାଉଛି।କୁହାଯାଉଛି କି ପ୍ରଥମ ଲହର ସମୟରେ ଏହି ଭୂତାଣୁ ୧୦ ଦିନରେ ଫୁସଫୁସ କୁ ସଂକ୍ରମିତ କରୁଥିଲା କିନ୍ତୁ ଦ୍ଵିତୀୟ ଲହରରେ ଏହା ମାତ୍ର ୩ ଦିନରେ ସଂକ୍ରମିତ ବ୍ୟକ୍ତିଙ୍କ ଫୁସଫୁସ କୁ ସଂକ୍ରମିତ କରୁଚି ଏବଂ କ୍ଷତି ଘଟାଉଛି।

କଣ କରିବେ ?

ଯେହେତୁ ଏହା ବୃଦ୍ଧ ମାନଙ୍କ ପାଇଁ ସାଙ୍ଘାତିକ ସ୍ଥିତି ସୃଷ୍ଟି କରୁଛି ତେଣୁ ଯଦି ଆପଣଙ୍କ ଘରେ ବୃଦ୍ଧ ବ୍ୟକ୍ତି ଅଛନ୍ତି, ତେବେ ସେମାନଙ୍କ ଫୁସଫୁସ ସଂକ୍ରମଣ ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଆପଣଙ୍କୁ ସିଟି ସ୍କାନ ସହିତ ଯଥାଶୀଘ୍ର କରୋନା ଯାଞ୍ଚ କରିବା ଉଚିତ।ଏହା ସହିତ ସେମାନଙ୍କ ପାଇଁ ସତର୍କତା ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।