Sadhu Bani – ଶୋଇବା ସମୟରେ ଯଦି ନିଜ ମୁଣ୍ଡ ପାଖରେ ଏହି ଜିନିଷ ରଖିବେ, ଅଧା ବୟସରେ ମୃତ୍ୟୁ ହୋଇପାରେ

0

ମନୁଷ୍ୟ କରୁଥିବା ପ୍ରତ୍ୟେକ କାର୍ଯ୍ୟରେ କିଛି ନା କିଛି ନୀତି ନିୟମ ରହିଥାଏ , ଯାହାକୁ ମାନି ଚଳିବା ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ । ତେବେ କୁହାଯାଏ ଶୋଇବା ସମୟରେ ମଧ୍ୟ ନିଜର ଧ୍ୟାନ ରଖି ଶୋଇବା ଉଚିତ । କାରଣ ଏମିତି କିଛି ବସ୍ତୁ ରହିଛି , ଯାହାକୁ ଶୋଇବା ସମୟରେ ମୁଣ଼୍ଡ ପାଖରେ ରଖିଲେ ଅମର ଅନେକ କ୍ଷତି ହୋଇଥାଏ । ତେଣୁ ଶୋଇବା ସମୟରେ ଆମକୁ ଏହି କଥାର ଧ୍ୟାନ ରଖିବା ନିହାତି ଦରକାର କି ଏହି ସବୁ ବସ୍ତୁ ଆମ ମୁଣ୍ଡ ପାଖରେ ନରହିବା ଦରକାର । ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ଗୁଡିକ ବିଷୟରେ ।

1. ଚପଲ :-

ଶୋଇବା ସମୟରେ ମୁଣ୍ଡ ପାଖରେ କିମ୍ୱା ତାହାର ଆଖପାଖରେ କେବେବି ଜୋତା ଚପଲ ରଖିବା ଭଲ କଥା ନୁହଁ । ବାସ୍ତୁ ଅନୁସାରେ ଏହାକୁ ମୁଣ୍ଡ ପାଖରେ ରଖିବା ଦ୍ୱାରା ଏହା ମନୁଷ୍ୟ ଜୀବନରେ ଅସଫଳତା ଆଣିଥାଏ। ଏହା ମସ୍ତିଷ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ , ଯାହା ଏକାଗ୍ରତାର ବାଧକ ଅଟେ ।

2. ତେଲ :-

ଅନେକ ଲୋକମାନେ ତେଲ ର ବ୍ୟବହାର କରିବା ପାଇଁ ଖଟତଳେ ତେଲକୁ ରଖିଦେଇଥାନ୍ତି , କିନ୍ତୁ କେବେବେଲେ ଖଟତଳେ ତେଲକୁ ରଖନ୍ତୁ ନାହିଁ । କୁହାଯାଏ କି ତେଲକୁ ମୁଣ୍ଡ ପାଖରେ ରଖିବା ଦ୍ୱାରା ଏହା ମଣିଷର ଜୀବନକୁ କଠିନ କରିଦିଏ । ସେହି ବ୍ୟକ୍ତିଙ୍କ ତାଙ୍କ ପରିଶ୍ରମର ଫଳ ମିଳିପାରେ ନାହିଁ ।

3. ଦଉଡି :-

ଏହାକୁ କେବେହେଲେ ମୁଣ୍ଡ ପାଖରେ ରଖିବେ ନାହିଁ , ବାସ୍ତୁ ଅନୁସାରେ ଏହା ମଣିଷ ଜୀବନରେ ଅଶୁଭ ପ୍ରଭାବ ପକାଇଥାଏ । ଏଥିଦ୍ୱାରା ମଣିଷର କାମରେ ବାରମ୍ୱାର ବାଧା ଆସିଥାଏ ।

4. ଲୁଣ :-

ଶୋଇବା ସମୟରେ ବେଡକୁ ଭଲ ଭାବରେ ଛାଡିନେବା ଆବଶ୍ୟକ ଅଟେ , ଅନେକ ଲୋକମାନଙ୍କୁ ବେଡ ଉପରେ ଭୋଜନ କରିବାର ଅଭ୍ୟାସ ଥାଏ । ଏମିତିରେ ସେମାନେ ଲୁଣ ଆଦି ପହାର୍ଥ ମୁଣ୍ଡ ପାଖରେ ହିଁ ରଖିଥାନ୍ତି । କିନ୍ତୁ ବାସ୍ତୁ ଅନୁସାରେ ମୁଣ୍ଡ ପାଖରେ ଲୁଣ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଭିତରେ ଝଗଡା ହୋଇଥାଏ । ସେଥିପାଇଁ ଶୋଇବା ସମୟରେ କେବେବି ମୁଣ୍ଡ ପାଖରେ ଲୁଣକୁ ରଖିବା ଭଲ ନୁହେଁ ।

5. ଝାଡୁ :-

ଏହାକୁ ମୁଣ୍ଡ ପାଖରେ ରଖିବା ଦ୍ୱାରା ଜୀବନରେ ନକରାତ୍ମକ ପ୍ରଭାବ ଆଣିଥାଏ , ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝାଡୁକୁ ମୁଣ୍ଡ ପାଖରେ ରଖିବା ଦ୍ୱାରା ମଣିଷର ଭାଗ୍ୟ ଉଦୟ ହୁଏ ନାହିଁ । ସେଥିପାଇଁ ଭୁଲରେବି ମୁଣ୍ଡ ପାଖରେ ଝାଡୁକୁ ରଖି ଶୁଅନ୍ତୁ ନାହିଁ ।

6. କପଡା :-

କପଡା ଶରୀରର ସ୍ୱଭାବ ବଢାଇଥାଏ , ମାତ୍ର କପଡାକୁ ଭୁଲ ଦିଗରେ ଶୁଖାଇବା ଦ୍ୱାରା ଏହା ଆପଣଙ୍କ ଜୀବନରେ ସମସ୍ୟା ଆଣିପାରେ । ବାସ୍ତୁ ଅନୁସାରେ ଯେଉଁ ଦିଗକୁ ଆପଣ ମୁଣ୍ଡ କରି ଶୋଉଛନ୍ତି ସେହି ଦିଗରେ ଆପଣ କପଡା ରଖନ୍ତୁ ନାହିଁ । ନଚେତ୍ ଏହା ଦ୍ୱାରା ଆପଣଙ୍କ ଜୀବନରେ ସର୍ବଦା ସମସ୍ୟା ଘେରି ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।