ଯାଦୁ, କାଛୁ, କୁଣ୍ଡିଆ ପରି ଚର୍ମରୋଗ କୁ ଭଲ କରିଥାଏ ଏହି ଘରୋଇ ଉପାୟ 100% ଗ୍ୟାରେଣ୍ଟି – Kumudeni Tripathy

0

ସୁସ୍ଥ ଜୀବନ ଯାପନ କରିବା ପାଇଁ ସମସ୍ତ ବ୍ୟକ୍ତି ମାନେ ଚାହିଁଥାନ୍ତି , ଶରୀର ସୁସ୍ଥ ରହିଲେ କୌଣସି କାର୍ଯ୍ୟକୁ ସହଜରେ କରିବା ସମ୍ଭବ ହୋଇଥାଏ । ମାତ୍ର ଶରୀର ଅସୁସ୍ଥ ରହିଲେ , ଯେତେ ଧନ ରତ୍ନ ଥିଲେ ମଧ୍ୟ ତାର କୌଣସି ମୂଲ୍ୟ ନଥାଏ । ତେଣୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ , କିନ୍ତୁ ଆଜିର ଏହି ଅସ୍ୱାସ୍ଥ୍ୟକର ପରିବେଶରେ ଚର୍ମ ଜନିତ ରୋଗରେ ଅଧିକ ସଂକ୍ରମଣ ହେଉଛନ୍ତି । ଯେମିତି କି ଯାଦୁ , କାଛୁ , କୁଣ୍ଡିଆ ଇତ୍ୟାଦି । ଏହି ସବୁ ଚର୍ମ ଜନିତ ରୋଗରୁ ମୁକ୍ତି ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ମେଡିସିନ ସେବନ କରିଥାନ୍ତି କିନ୍ତୁ ତାହା କିଛିଦିନ ଉପଶମ ମିଳିଥାଏ । ମାତ୍ର ଔଷଧ ସେବନ ବନ୍ଦ ହେବା ମାତ୍ରେ ପୁଣିଥରେ ଆରମ୍ଭ ହୋଇଥାଏ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପଚାର କହିବୁ ଯାହା ଦ୍ୱାରା ଆପଣ ମାନେ ଅଳ୍ପ କିଛି ଦିନରେ ଏହି ସବୁ ଚର୍ମ ରୋଗରୁ ରକ୍ଷା ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ । ସାଧାରଣତଃ ଆମ ଶରୀରରେ ବହୁତ ସମୟ ଝାଳ ବୁଡି ଇନଫେକ୍ସନ ସୃଷ୍ଟି ହୋଇଥାଏ ବା ଦୂଷିତ ଜଳର ବ୍ୟବହାର କରିଲେ ଆମ ଶରୀରର କେତେକ ସ୍ଥାନ ରେ ଏହିପରି ଚର୍ମ ଜନିତ ରୋଗ ଦେଖା ଯାଇଥାଏ । ଏହା କୌଣସି ବି ସ୍ଥାନରେ ହୋଇଥାଏ ଏବଂ ଏହାକୁ ଛୁଇଁବା ମାତ୍ରେ ଆଧିକ ମାତ୍ରାରେ ହୋଇଥାଏ ।

ତେବେ ଏମିତି ଏକ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଥମେ ଆପଣ ଅରଖ ଗଛର ଏକ ପତ୍ରକୁ ଛିଣ୍ଡାଇ ସେଥିରୁ ବାହାରୁଥିବା କ୍ଷୀରକୁ ସଂଗ୍ରହ କରନ୍ତୁ । ଅନ୍ୟ ଏକ ପାତ୍ରରେ 2 ଚାମଚ ନିମ୍ୱ ତେଲ ନିଅନ୍ତୁ ଏବଂ ସେଥିରେ 2 ଚାମଚ ଅରଖ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଆପଣ ଯାଦୁ ହୋଇଥିବା ସ୍ଥାନକୁ ହାଲକା ଉଷମ ପାଣିରେ ଡେଟେଲ ପକାଇ ଭଲ ଭାବରେ ସଫା କରି ନିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ କରିଥିବା ପେଷ୍ଟକୁ ଯାଦୁ , କାଛୁ , କୁଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ ।

ଭଲ ଭାବରେ ଲଗାଇ ସାରିବା ପରେ ଏହାକୁ 2-3 ମିନିଟ ପର୍ଯ୍ୟନ୍ତ ମସାଜ କରି ନିଅନ୍ତୁ , ଏହାକୁ 3 – 4 ମିନିଟ ଛାଡି ଦିଅନ୍ତୁ । ଏହି ରେମିଡିକୁ ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରନ୍ତୁ ଏବଂ ରାତିଯାକ ସେମିତି ଛାଡିଦେବା ପରେ ସକାଳୁ ଥଣ୍ଡା ପାଣିରେ ସଫା କରି ନିଅନ୍ତୁ । ଏହିପରି ନିୟମିତ ଭାବରେ 15 ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କର ସମସ୍ତ ଚର୍ମ ଜନିତ ସମସ୍ୟା ଭଲ ହୋଇଯିବ । ଏହି ଉପଚାର ରେ କୌଣସି ଅର୍ଥ ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ , ଅତି ସହଜରେ ଆପଣ ମାନେ ଏହାକୁ ପ୍ରସ୍ତୁତ କରି ପାରିବେ । ସମସ୍ତ ଚର୍ମ ଜନିତ ସମସ୍ୟାରୁ ରକ୍ଷା ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।