ଦେଖନ୍ତୁ Exclusive ଭିଡ଼ିଓ : ଜଗା ଦୁଆରେ ପହଞ୍ଚି ପାରିଲାନି ବାତ୍ୟା ”ଜୱାଦ”, ଦେଖନ୍ତୁ କଣ କହୁଛନ୍ତି ପୁରୀ ବାସୀ…

0

ପ୍ରାକୃତିକ ଦୁର୍ବିପାକ କେତେବେଳେ କେଉଁ ମୁହୂର୍ତ୍ତରେ ଆସିବ କେହି କହି ପାରିବେ ନାହିଁ। ଆଜି କାଲି ଟେକ୍ନୋଲୋଜି ଯେତେ ଉନ୍ନତ ହୋଇଥିଲେ ମଧ୍ୟ ପ୍ରକୃତି ପାଖରେ ସବୁ ହାର ମାନିଥାଏ। ଅବଶ୍ଯ କୋୖଣସି ପ୍ରାକୃତିକ ଦୁର୍ବିପାକ ଆସୁବା ପୂର୍ବରୁ ଆମେ ପୂର୍ଵ ସୂଚନା ପାଇ ପାରୁଛୁ କିନ୍ତୁ ଏହାକୁ ରୋକିବା ପାଇଁ ଆଜିଯାଏ କୌଣସି ବୈଜ୍ଞାନିକ ସକ୍ଷମ ହୋଇ ପାରିନାହାନ୍ତି। ଯଦି ଦେଖିବା ମୌସୁମୀ ବାୟୁର ପରିବତ୍ତନ ଫଳରେ ପାଣି ପାଗରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସିଥାଏ। ବର୍ଷା, ପବନ ବାତ୍ୟା ଇତ୍ୟାଦି ଦେଖିବା ପାଇଁ ମିଳିଥାଏ। ଓଡ଼ିଶା ବାସୀ ପ୍ରାୟତଃ ସବୁବେଳେ ବାତ୍ୟାର କିଛି ନା କିଛି ପ୍ରଭାବ ପ୍ରତିବର୍ଷ ଦେଖିବା ପାଇଁ ପାଇଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ବାତ୍ୟା ଦେଖିବା ପାଇଁ ମିଳିଛି। ଯାହାର ପ୍ରଭାବରେ ପୁରୀ ବାସୀ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିଲା କିନ୍ତୁ ବାତ୍ୟାର ପୁରୀ ବାସୀଙ୍କ ଉପରେ ନାହିଁ। ଏହା ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି ଯାହା ଲୋକେ କହୁଛନ୍ତି। ସୂଚନା ଅନୁସାରେ, ଜୱାଦ ବାତ୍ୟା ଓଡିଶା ମୁଁହା ହୋଇଥିଲା। ଏହା ବାତ୍ୟା ପ୍ରଭାବରେ ଅଧିକାଂଶ ଜିଲ୍ଲା ମାନଙ୍କରେ ବର୍ଷା ସହିତ ପବନ ମଧ୍ୟ ଆରମ୍ଭ ହୋଇ ଯାଇ ଥିଲା ଓ ଏଥି ସହିତ ବିଭିନ୍ନ ଉପକୂଳ ଜିଲ୍ଲା ମାନଙ୍କରେ ବର୍ଷା ଓ ପବନର ବେଗ ଵୃଦ୍ଧି ମଧ୍ୟ ପାଇଥିଲା। ତେବେ ଏହା ସହିତ ଭୀଷଣ ବର୍ଷା ଓ ପବନ ଯୋଗୁଁ ସମ୍ପୂର୍ଣ୍ଣ ଉପକୂଳ ଜିଲ୍ଲା ମାନଙ୍କରେ ଏହି ଜୱାଦ ବାତ୍ୟା ଭୀଷଣ ତାଣ୍ଡବ ଆଗକୁ ଆହୁରି ଜାରି ରହିପାରେ ବୋଲି ଶୁଣିବା ପାଇଁ ମିଳିଥିଲା।

ତେବେ ଏହି ବାତ୍ୟା ପାଇଁ ତଳିଆ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ମଧ୍ୟ ନିଆ ଯାଇ ଥିଲା। ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ଜୱାଦ ବାତ୍ୟା ପୁରୀ ଜିଲ୍ଲାରେ ଲ୍ୟାଣ୍ଡ ଫଲ କରିବ ବୋଲି ଶୁଣିବା ପାଇଁ ମିଳିଥିଲ। ବାତ୍ୟାକୁ ନେଇ ସମସ୍ତେ ଭୟ ଭୀତ ରହିଥିଲେ, ବିଶେଷ କରି ସମୁଦ୍ର କୂଳିଆ ଲୋକ ମାନେ ବହୁତ ଭୟ ଭୀତ ହୋଇ ପଡି ଥିଲେ। ସେତେବେଳେ ସମସ୍ତେ ମହାପ୍ରଭୁଙ୍କ ଭରସାରେ ରହିଥିଲେ, ବିଶେଷ କରି ପୁରୀ ବାସୀ ମହାପ୍ରଭୁଙ୍କ ଉପରେ ଛାଡି ଦେଇଥିଲେ।

ତେବେ ମହାପ୍ରଭୁଙ୍କ ଅପାର କରୁଣା ଶକ୍ତି ଯୋଗୁଁ ବାତ୍ୟା ଟଳିଗଲା। ଆଉ ଲୋକ ମାନଙ୍କ ମୁଁହରେ ହସ ଦେଖିବା ପାଇଁ ମିଳିଥିଲା। କେବଳ ପୁରୀ ବାସୀ ନୁହେଁ ବାହାରୁ ଆସି ଥିବା ପର୍ଯ୍ୟଟକ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି। ଯେହେତୁ ସେମାନେ ଛୁଟି କଟାଇବା ପାଇଁ ପୁରୀ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସିଥିଲେ ଓ ବାତ୍ୟା କମି ଯାଇଛି, ଏହା ତାଙ୍କୁ ବହୁତ ଅଧିକ ଖୁସି ଅଛନ୍ତି ବୋଲି ସେମାନେ କହିଛନ୍ତି। ଏହି ସବୁ ଜଗନାଥଙ୍କ କୃପାରୁ ହିଁ ସବୁ କିଛି ସମ୍ଭବ ହୋଇ ପାରିଛି। ତେବେ ବନ୍ଧୁଗଣ ଯଦି ବାତ୍ୟା ହୋଇ ଥାଆନ୍ତା ବହୁତ ଜନ ଜୀବନ ନଷ୍ଟ ହୋଇ ଯାଇ ଥାଆନ୍ତା, ମହାପ୍ରଭୁଙ୍କ କୃପାରୁ ସବୁ କିଛି ଠିକ ଅଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।