ବନ୍ଧୁଗଣ ଆପଣ ଜାଣିଥିବେ ଯେ ଆଗକୁ ମହା ଶିବରାତ୍ରି ଆସୁଛି ଯାହାକି ପ୍ରଭୁ ଭୋଳା ନାଥଙ୍କ ବହୁତ ପ୍ରିୟ ଅଟେ, ଏହି ଶିବରାତ୍ରି ଦିନ ମଧ୍ୟ ଗ୍ରହ ମାନଙ୍କ ଚଳନ କାରଣରୁ ମଧ୍ୟ ବହୁତ ଶୁଭ ପ୍ରଭାବ ସୃଷ୍ଟି କରୁଛି |ଏହି ଦିନ ଆପଣ ଯଦି ନିଜ ମନରୁ ଭଗବାନ ଶିବଙ୍କୁ ଭକ୍ତି ସହକାରେ ଡାକି ନିଜର ମନସ୍କାମନା ଜଣେଇବା ଏବଂ ଭକ୍ତି ସହକାରେ ତାଙ୍କର ପୂଜା ପାଠ କରିବ ତେବେ ଆପଣଙ୍କ ଜୀବନରୁ ସବୁ ଦୁଃଖ ଦୂର ହେବା ସହିତ ଆପଣ ଅନେକ ସଫଳତା ପ୍ରାପ୍ତ କରିବେ |ମୁଁ ଆଜି ଆପଣଂକୁ ଶିବ ରାତ୍ରି ଦିନ ପ୍ରଭୁ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଦୀପ ଜାଣିବାର ଏକ ସୁନ୍ଦର ଉପାୟ ଜଣେଇବି |ଯାହାଦ୍ୱାରା ଆପଣ ନିଜର ସମସ୍ତ ଦୁଃଖକୁ ଦୂର କରିବା ସହିତ ଆପଣ ସର୍ବଦା ସଫଳତା ମାର୍ଗରେ ଅଗ୍ରସର ହେବେ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଦୀପ ଜାଳିବାର ଉପାୟ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆପଣ ପ୍ରତ୍ୟେକ ଦିନ ମନ୍ଦିର ଗଲେ ଠାକୁରଙ୍କୁ ପ୍ରଣାମ କରିବା ସହିତ ତାଙ୍କ ପାଖରେ ନିଶ୍ଚିତ ଦୀପ ପ୍ରଜ୍ବଳନ କରୁଥିବେ, ଆପଣ ଯଦି ଭଗବାନଙ୍କ ପାଖରେ ଦୀପ ଜଳାନ୍ତି ତେବେ ଏହି ଦୀପରେ ମାହାତ୍ମ୍ୟ ବହୁତ ଅଧିକ ରହିଥାଏ |ଦୀପ ଜାଳି ଆପଣ ନିଜର ମନ କଥା ଭଗବାନଙ୍କୁ ଜଣେଇଲେ ସେ ନିଶ୍ଚିତ ଆପଣଙ୍କ କଥା ଶୁଣିନ୍ତି,ତେଣୁ ପ୍ରତ୍ୟେକ ପୂଜାରେ ଦୀପ ଜାଳିବା ନିହାତି ଆବଶ୍ୟକ |ସମସ୍ତ ପୂଜା ପାଠରେ ଦୀପର ସ୍ଥାନ ସର୍ବଦା ଉଚ୍ଚରେ ରହିଥାଏ,ଆଗକୁ ଆସୁଥିବା ଜାଗର ରାତି ଏକ ବହୁ ମୂଲ୍ୟବାନ ଓ ମହା ସଂଯୋଗରେ ଦିନ ଅଟେ |ଏହି ଦିନ ଆପଣ ଭଗବାନ ଶିବଙ୍କୁ ସ୍ମରଣ କରି ଦୀପ ନିଶ୍ଚିତ ପ୍ରଜ୍ବଳନ କରନ୍ତୁ |
ଏହି ଦିନ ଆପଣ ନିଜର ଘରର ସୁଖ ଶାନ୍ତି ବଜାଇ ରଖିବା ପାଇଁ ଏବଂ ନିଜର ଦୁଃଖ ଦୂର କରିବା ପାଇଁ ପାଞ୍ଚଟି ଦୀପ ଆଣି ନିଜ ଘରେ ଜଳାନ୍ତୁ |ଅର୍ଥାତ ଆପଣ ପାଞ୍ଚଟି ମାଟି ଦୀପ ହେଉ କିମ୍ବା ବିରି ପାଉଡରରେ ପାଞ୍ଚଟି ଦୀପ ପ୍ରସ୍ତୁତ କରି ସେଥିରେ ରାଶି ତେଲ ଦେଇ ଦୁଇଟି ଲେଖାଏଁ ସଳିତା ଦେଇ ସେହି ଦୀପକୁ ଆପଣ ନିଜର ଠାକୁର ଘରେ କିମ୍ବା ଠାକୁର ଘରେ ସାମ୍ନାରେ ଲଗାନ୍ତୁ |ଏହି ପାଞ୍ଚଟି ଦୀପକୁ ଆପଣ ଚାରି ଦିଗକୁ ରଖି ମଝିରେ ଗୋଟିଏ ବସାନ୍ତୁ, କିନ୍ତୁ ଆପଣ ଏହି ଦୀପ ଏକ ଆସନ ଉପରେ ରଖନ୍ତୁ ତଳେ ବସାନ୍ତୁ ନାହିଁ |
ଏହି ଜଳନ୍ତା ଦୀପରେ ଏକ ଫୁଲ ଥିବା ଲବଙ୍ଗ, ଗୁଜୁରାତି ଏବଂ ଅଳ୍ପ କେଶ୍ୱର ପକାଇ ତାହାକୁ ସେହି ଦୀପ ଗୁଡିକୁ ପ୍ରଜ୍ବଳନ କରନ୍ତୁ |ଏହି ଦୀପ ଜାଳିବା ସମୟରେ ଆପଣ ମହାଦେବଙ୍କୁ ନିଜ ମନର ସମସ୍ତ ଦୁଃଖ ଜଳାନ୍ତୁ ଦେଖିବେ ଆପଣଙ୍କ ମନ ଦୁଃଖ ଭଗବାନ ଶିବ ଶୁଣିବା ସହିତ ଆପଣଙ୍କ ସମସ୍ୟାର ସମାଧାନ କରିବେ |ଏହିପରି କଲେ ଆପଣଙ୍କ ଘରେ ସର୍ବଦା ସୁଖ ଶାନ୍ତି ଦେଖାଯିବା ସହିତ ଆପଣ ଖୁସିରେ ରହିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।