ମହା ଖୁଲାସା ! ଜଗୁଆଳିଙ୍କ ବୟାନ ପରେ, DFO ସଂଗ୍ରାମ କେଶରୀ ବେହେରାଙ୍କୁ ବଞ୍ଚାଇବା ପାଇଁ ସାମ୍ନାକୁ ଆସିଲା ଆଉ ଏକ ଚିଠି, ଦେଖନ୍ତୁ Viral ଭିଡ଼ିଓ…
ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବର୍ତ୍ତମାନ ସମାଜରେ ମଣିଷ ମାନଙ୍କ ମଧ୍ୟରେ ମାନବିକତା କମି କମି ଯାଇଛି। ଫଳ ସ୍ୱରୂପ ସମାଜରେ ବିଭିନ୍ନ ପ୍ରକାର ଅପରାଧ ବଢି ବଢି ଚାଲିଛି। ପ୍ରତିଦିନ ମାରପିଟ, ଚୋରି, ହତ୍ୟା, ବଳତ୍କାର ଭଳି ଅପରାଧ ଦେଖିବା ପାଇଁ ମିଳୁଛି। ତେବେ ବନ୍ଧୁଗଣ ଏସବୁ ରୋକିବା ପାଇଁ ପୋଲିସ ଭଳି ଆଇନ କାନୁନର ବ୍ୟବସ୍ତା କରାଯାଇଥିଲେ, ମଧ୍ୟ ଅପରାଧି ମାନେ ନିର୍ଭୟରେ ବିଭିନ୍ନ ପ୍ରକାର ଅପରାଧ କରିଚାଲିଛନ୍ତି, ଏହା ପରେ ଆଇନ ଆଖିଆଗରେ ଖୁଲମ ଖୁଲା ବୁଲୁଛନ୍ତି। ତେଣୁ ଆଜିକାଲିର ଆଇନ ବ୍ୟବସ୍ଥା ଉପରେ ଲୋକ ମାନଙ୍କର ଭରସା ଧୀରେ ଧୀରେ କମିବାରେ ଲାଗିଲାଣି, ଅନେକ ଘଟଣା ଯାହା ବର୍ତ୍ତମାନ ମିଷ୍ଟ୍ରି ହୋଇ ରହିଛି।
ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା ଯେପରି ଆଜି ପର୍ଯ୍ୟନ୍ତ ମୃତ୍ୟୁର ରହସ୍ୟ ବିଷୟରେ କୌଣସି ଖବର ମିଳିନାହିଁ। ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ତଥ୍ୟ ଦେଖିବା ପାଇଁ ମିଳୁଛି। ଯେପରି ବର୍ତ୍ତମାନ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି, ଆପଣ ମାନେ ଜାଣିଲା ପରେ ନିଶ୍ଚିତ ଭାବରେ ଜଣି ପାରିବେ ପ୍ରକୃତ ଦୋଷୀ କିଏ, ତେବେ ଆସନ୍ତୁ ଜାଣିବା ପୂରା ଖବର ବିଷୟରେ;
ଅଚାନକ ସୌମ୍ୟାଙ୍କର ମୃତ୍ୟୁକୁ ସାରା ଓଡ଼ିଶାବାସୀ ସହଜରେ ଗ୍ରହଣ କରିପାରି ନାହାନ୍ତି। କାରଣ କିଛି ନାହିଁ ସବୁଠିକ ଥିଲା ଆଉ ସଙ୍ଗେ ସଙ୍ଗେ ଆତ୍ମହତ୍ୟା କରି ଘର ଭିତରେ ନିଆଁ ଲାଗି ଜଳିଗଲେ, ଅଥଚ ତାଙ୍କ ସ୍ତ୍ରୀ ବିଦ୍ୟାଭାରଟି ଜାଣି ପାରିଲେ ନାହିଁ। ହସ୍ପିଟାଲରେ ମୃତ୍ୟୁ କାଳୀନ ଜମାନବନ୍ଦୀ ବେଳେ DFO ସଂଗ୍ରାମ କେଶରୀ ବେହେରା ନିଜେ ଥିଲେ, ହେଲେ ସେ ପ୍ରଥମେ କହିଲେ ସେ ନଥିଲେ।
କିନ୍ତୁ ସିସି ଟିଭି ଭିଡ଼ିଓ ଫୁଟେଜରୁ ସ୍ପଷ୍ଟ ଭାବରେ ବାରିହୋଇପଡ଼ିଲା, ସେ ପୋଲସ, ଡାକ୍ତର ଏବଂ DFO ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ ତାଙ୍କୁ ଯେତେବେଳେ ଗଣ ମାଧ୍ୟମ ସାମନାରେ ନିଜର ମନ୍ତବ୍ୟ ରଖିବା ପାଇଁ କୁହାଯାଇଥିଲା, କିନ୍ତୁ ସେ ନିଜର ମନ୍ତବ୍ୟ ଦେବା ପାଇଁ ଚାହୁଁନଥିଲା। କେବଳ ସେ ଗୋଟିଏ କଥା କହୁଥିଲେ ଯେ ତାଙ୍କର ସରକାରି କାମ ଅଛି। କିନ୍ତୁ କାଲିର ଭିଡ଼ିଓ ରେ ସେ ଫୋଟୋ ସୁଟ କରୁଥିବାର, ଦେଖିବା ପାଇଁ ମିଳିଥିଲା।
ଜଗୁଆଳିଙ୍କ ଗଣ ମାଧ୍ୟମ ସାମ୍ନାରେ ଯେଉଁ ଭଳି ମନ୍ତବ୍ୟ ଦେଇଥିଲେ, ତାହା ସମସ୍ତଙ୍କୁ ଚକିତ କରିଥିଲା। ଯାହାକି ସେ ନିଜର ପ୍ରତିକ୍ରିୟା ଦେଇଥିଲେ, DFO ରାତି ଅଧରେ ACF ସୌମ୍ୟରଞ୍ଜନଙ୍କ ଘରକୁ ଯାଆନ୍ତି, ତେବେ ଏଭଳି ବୟାନ ମିଡିଆ ରେ ପ୍ରଚାର ହେବା ପରେ ସେ ଏହାକୁ ଛପେଇବା ପାଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତୁ। ମୋଟ ଉପରେ କହିବା ପାଇଁ ଗଲେ, ଜଗୁଆଳି କୁ ମିଛ ପ୍ରମାଣିତ କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚାଲିଛି। କଣ ପାଇଁ ଏଭଳି କରାଯାଉଛି, ସାଧରଣ ଭାବରେ କହିବା ପାଇଁ ଗଲେ , ଏହା ପଛରେ ଏକ ବଡ଼ ଲୋକଙ୍କ ହାତ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।