ମାଳିକା ବଡ ଭବିଷ୍ୟ ବାଣୀ ! ଯାହା କହିଥିଲୁ ସେୟା ହେଲା, ଏବେ ଓଡ଼ିଶାର ପାଳି କ’ଣ ସବୁ ଘଟିବାକୁ ଯାଉଛି ଦେଖନ୍ତୁ

0

ମାଳିକା ଆମକୁ ଅନେକ ଘଟଣା ବିଷୟରେ ଆଗରୁ ସୂଚିତ କରିଥାଏ ଏବଂ ସତର୍କ ହେବାପାଇଁ ମଧ୍ୟ ସଂକେତ ଦେଇଥାଏ। ତେବେ କହିବାକୁ ଗଲେ ଯାହା ଗବେଷଣା ହୋଇଛି,ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ଅନେକ ଥର ଭଳି ପୁଣିଥରେ ମାଳିକା ବିଶାରଦ ବାବା ଦିବାକର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ବର୍ଣ୍ଣନା କରିଛନ୍ତି। ଯାହା ବାସ୍ତବରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ମହତ୍ କଥା।ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ ବୋଲି ଅନେକାଂଶରେ ପ୍ରମାଣିତ ହୋଇଛି।

ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ ଅଟେ।

ତେବେ ମାଳିକା ଅନେକ ଜିନିଷ ଉପରେ ତଥ୍ଯ ପ୍ରଦାନ କରିଥାଏ। ଯେମିତି ଉତ୍ତରାଖଣ୍ଡ ବିଷୟରେ ଯାହା ମାଳିକା ରେ ବର୍ଣ୍ଣିତ ରହିଛି ତାହା ଘଟିବ ବୋଲି ବାବା ଦିବାକର କହିଛନ୍ତି। ତାଙ୍କ ଅନୁସାରେ ଏମିତି ସମୟ ଆସିବ ଉତ୍ତରାଖଣ୍ଡ ରେ ମହାପ୍ରଳୟ ଆସିବ। ଯେମିତି ଦିଲ୍ଲୀ ରେ ୬ ଥର ଭୂମିକମ୍ପ ସରି ଗଲାଣି। ଆହୁରି ଏଭଳି ଏକ ଭୂମିକମ୍ପ ହେବ ଯେଉଁଥିରେ ଅନେକ ବଡ ବଡ କୋଠାବାଡ଼ି ଭୁଶୁଡ଼ି ପଡ଼ିବ। ଉତ୍ତରାଖଣ୍ଡ ରେ ମହାପ୍ରଳୟ ସେହି ସମୟରେ ଘଟିବ। ଦିଲ୍ଲୀରେ ଆହୁରି ଆଗକୁ ଭୟଙ୍କର ଭୂମିକମ୍ପ ହେବ ବୋଲି ଯାହା ସୂଚନା ମିଳିଛି।

ଆଉ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଏମିତି ସମୟ ଆସିବ ଯେଉଁ ସମୟରେ କାହା ପାଖରେ ଆଉ ଦୟାଭାବ ଦେଖାଯିବ ନାହିଁ। ମଣିଷ ନିର୍ଦ୍ଦୟ ହୋଇଯିବ। ଯେମିତି କେରଳ ର ଏକ ଖବର ଆସିଥିଲା ଯେଉଁଠି ଏକ ଗର୍ଭବତୀ ଗାଈ କୁ ସପୁରୀ ଭିତରେ ବାଣ ପୂରାଇ ଖାଇବାକୁ ଦିଆ ଯାଇଥିଲା। ଯାହାକୁ ଶୁଣିଲା ପରେ ଲୋମ ଟାଙ୍କୁରି ଉଠିଥାଏ। ତେଣୁ ମଣିଷ ସଚେତନ ହେବା ଦରକାର। ନିଜ ଭିତରେ ଦୟାଭାବ ଜାତ କରିବା ଦରକାର। ନହେଲେ ଆମେ ଯେମିତି ଏବେ ଆମର ଅଲାଜୁକ ମୁହଁ କାହାକୁ ନଦେଖାଇ ମାସ୍କ ପିନ୍ଧୁଛୁ ଆମର କର୍ମ ପାଇଁ ସେହିପରି ପରେ ମଧ୍ୟ ପ୍ରକୃତି ଆହୁରି ଅଧିକ ଗମ୍ଭୀର ସ୍ଥିତି ମଣିଷ ପାଇଁ ସୃଷ୍ଟି କରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।