ଜଳୁଥିବା ଜୁଇ ପାଖରେ ବସି ଖାଉଥିଲୁ ହଠାତ ପଛପଟୁ ଦୁଇଟି ହାତ ମାଡି ଆସିଲା, ଆଉ ତା’ ପରେ…

0

ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ମହାପୁରୁଷ ମାନଙ୍କର ୬୦୦ ବର୍ଷ ତଳର ଦିବ୍ୟ କଥା କୁ ଆମେ ଆଜି ଆଲୋଚନା କରୁଛୁ। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣି ପାରୁଛୁ। ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ।

ମାଳିକା ରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ମଧ୍ୟ ଯାହା ମାଳିକା ରେ ରହିଛି ତାହା କାହାକୁ ଭୟଭୀତ କରିବା ପାଇଁ ନୁହେଁ। ମାଳିକା କୁ ଅନେକ ଗବେଷଣା କରନ୍ତି ନାହିଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଅନେକ ଉପଲବ୍ଧି କରିବାକୁ ଚାହାନ୍ତି ନାହିଁ। କିନ୍ତୁ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଏହା ସମସ୍ତଙ୍କୁ ଚେତେଇବା ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ସଚେତନ କରିବା ସହିତ ଏହା ଲୋକଙ୍କୁ ଏକ ଉଚିତ୍ ମାର୍ଗ ବା ଦିସା ଦେଖାଇ ଥାଏ। ସେହିପରି ଆମେ ଜଣେ ମାଳିକା ଭକ୍ତ ଙ୍କ ଠାରୁ ଜାଣିବା ଆଜି ଏପରି ଏକ କଥା ଯାହା ଆପଣଙ୍କୁ ଚକିତ କରିବା ସହିତ ବିଶ୍ୱାସ କରିବାକୁ ବାଧ୍ୟ କରିବ ଯେ ମାଳିକା ବର୍ଣ୍ଣନା କେତେ ଠିକ୍ ଆଉ କେତେ ଭୁଲ୍।

ନେତ୍ରାନନ୍ଦ ବାବାଙ୍କ ବିଷୟରେ ଆମେ ଆଜି ଜାଣିବା ଯାହାଙ୍କ ସହିତ ଘଟିଥିଲା ଅଲୌକିକ ଘଟଣା ଏକ ଏମିତି ଅଦ୍ଭୁତ ଘଟଣା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ସେହି ଘଟଣାକୁ ନେତ୍ରାନନ୍ଦ ବାବା ବଖାନିଛନ୍ତି କିପରି ଭାବରେ ଥରେ ସେ ଏବଂ ଦାମ ବାବା ଓ ଅନ୍ୟ ଦୁଇଜଣ ବାବା ମିଶି ଖାଇବା ପାଇଁ ଯେତେବେଳେ ଜଳୁଥିବା ଜୁଇରେ ଏକ ହାଣ୍ଡିରେ ସବୁ ପରିବା ପକାଇ ଏହାକୁ ରାନ୍ଧିବା ପାଇଁ ଅଗ୍ରସର ହେଉଥିଲେ ସେତେବେଳେ ଯାହା ଘଟିଲା ତାହା ସମସ୍ତଙ୍କୁ ସେହି ସମୟରେ ଚକିତ କରିଥିଲା।ଏହି ସମୟରେ ପଛପଟୁ ଦୁଇଟି ଅଲୌକିକ ହାତ ଆସି ତାଙ୍କ ଗୋଡ଼କୁ ଜାବୁଡ଼ି ଧରିଲା।

ଏହାକୁ ଜାଣି ବାବା କହିଲେ କିଏ ମୋତେ ଏମିତି ଧରିଛି ମୁଁ ରୋଷେଇ କରିବା ସମୟରେ। ଏହା ପରେ ବାବା କହିଲେ ଗୁରୁ ଆଜ୍ଞା ବଳବାନ୍।ଏହି ଶବ୍ଦକୁ ଶୁଣି ସେହି ଅଦୃଶ୍ୟ ଶକ୍ତି ସେଠାରୁ ଛାଡ଼ି ପଲାଇଥିଲା। ଏହାପରେ ବାବା ନେତ୍ରାନନ୍ଦ ଏବଂ ସେଠାରେ ଉପସ୍ଥିତ ଅନ୍ୟ ବାବା ମାନେ ରୋଷେଇ ହୋଇଥିବା ଖାଦ୍ୟକୁ ସେବନ କରିବା ପାଇଁ ଲାଗିଲେ। ଏହିପରି ଏକ ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।