ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ସମାଜରେ ଅନ୍ୟାୟ କାର୍ଯ୍ୟ ବହୁତ ମାତ୍ରାରେ ଦେଖିବାକୁ ମିଳୁଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣମାନେ ବିଶ୍ୱାସ ବୋଲି କିଛି ଦେଖିବା ପାଇଁ ମିଳିନଥାଏ। ବିଶ୍ୱାସରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ତେବେ ପ୍ରେମରେ ଅନ୍ଧ ହୋଇ ସମାଜର ସବୁ ନୀତି ନିୟମକୁ ଭୁଲି ଏମିତିକି ନିଜର ସ୍ୱାମୀ ଓ ପିଲା ଛୁଆଙ୍କୁ ଛାଡି ଯିବାକୁ ମଧ୍ୟ ପଛାଉ ନାହାଁନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ସ୍ବାମୀଟି ଜମି ବିକ୍ରି କରି ତା ସ୍ତ୍ରୀ ଆକାଉଣ୍ଟରେ 39 ଲକ୍ଷ୍ୟ ଟଙ୍କା ରଖିଥିଲା କିନ୍ତୁ ସ୍ତ୍ରୀ ଟି ସେହି ଟଙ୍କାକୁ ନେଇ ଜଣେ ଯୁବକଙ୍କ ସହ ଫେରାର ହୋଇ ଯାଇଛନ୍ତି ବୋଲି ସୂଚନା ମିଳିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ବିହାରର ପାଟନାର କୌଡିୟା ଗ୍ରାମରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗ୍ରାମର ବ୍ରଜକିଶୋର ସିଂହ ନାମକ ଜଣେ ଯୁବକଙ୍କ ସହ ,ପ୍ରଭାବତୀ ନାମକ ଜଣେ ମହିଳାଙ୍କ ସହ ୧୪ ବର୍ଷ ପୂର୍ବେ ଦୁହିଁଙ୍କର ବିବାହ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଓ ଝିଅଟିଏ ମଧ୍ୟ ରହିଛି। ଯୁବକ ଜଣଙ୍କ ଗାଁରେ ଚାଷ କରି ପରିବାର ଚଳାଉଥିଲେ ଓ ଭଡାଘରେ ମଧ୍ୟ ରହୁଥିଲେ। ସେ ଚାଷ କାମ ଛାଡି ଅଧିକ ଟଙ୍କା ରୋଜଗାର କରିବା ପାଇଁ ଗୁଜୁରାଟ ଚାଲିଗଲେ। ସେଠି ସେ କାମ କରି ଟଙ୍କା ରୋଜଗାର କରି ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟକୁ ପଠାଉଥିଲେ। ତେବେ ଯୁବକ ଜଣଙ୍କ ପିଲା ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ପାଇଁ ,ସେ ସହରରେ ରହିବାକୁ ସ୍ଥିର କରିଥିଲେ। ସହରରେ ରହିବାକୁ ହେଲେ ଅଧିକ ଟଙ୍କା ଆବଶ୍ୟକ ହେବ ବୋଲି ,ସେ ଚାଷ କାମ ଛାଡି ତାଙ୍କ ଜମି ବିକ୍ରି କରିଦେଲେ ଓ ଜମି ବିକ୍ରି ବାବଦକୁ ୩୯ ଲକ୍ଷ୍ୟ ଟଙ୍କା ହୋଇଥିଲା।
ତେବେ ସେହି ଟଙ୍କାକୁ ନେଇ ସେ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରେ ଜମା କରି ଗୁଜୁରାଟ ପଳେଇଗଲେ। ସେହି ସମୟରେ ଯୁବତୀ ଜଣଙ୍କ ତାଙ୍କ ପାଖ ପଡ଼ୋଶୀ ,ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିବା ସଙ୍ଗେ ସଙ୍ଗେ ଓ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା। କିଛିଦିନ ପରେ ଯୁବତୀଙ୍କ ସ୍ୱାମୀ ଗୁଜୁରାଟରୁ ଫେରି ଦେଖନ୍ତି ଯେ ,ତାଙ୍କ ସ୍ତ୍ରୀ ଝିଅକୁ ଧରି ସେହି ପ୍ରେମିକାଙ୍କ ସହ ଫେରାର ଅଛନ୍ତି। ତାପରେ ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟ ଚେକ କରି ଦେଖନ୍ତି ଯେ ଆକାଉଣ୍ଟରେ ମାତ୍ର ୧୧ ଟଙ୍କା ରହିଛି। ଯୁବକ ଜଣଙ୍କ ଏହି ଖବରକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଓ ପୋଲିସ ଏହାର ତଦନ୍ତ ପରେ ଜାଣିବାକୁ ମିଳିଲା ଯେ ଡେହରୀର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବା ସହିତ ବାକି ୨୩ ଲକ୍ଷ ଚେକ ଆକାରରେ ବାହାର କରାଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।