ଜାଣନ୍ତୁ ଅପରାଜିତା ଷଡ଼ଙ୍ଗୀ ଙ୍କ ଜୀବନୀ ଏବଂ ପରିବାର ସମ୍ପର୍କରେ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….

0

ଆପଣ ମାନେ ନିଶ୍ଚିତ ଭାବରେ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଜାଣିଥିବେ । ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ତରଫରୁ ଲୋକସଭା ସାଂସଦ ର କାର୍ଯ୍ୟରତ ଅଛନ୍ତି । ତେବେ ଅପରାଜିତା ଷଡ଼ଙ୍ଗୀ ସବୁବେଳେ ନିଜର କାମ ପାଇଁ ଚର୍ଚ୍ଚା ରେ ଥାଆନ୍ତି । ତେବେ ସେ ସାଂସଦ ଭାବେ ନିର୍ବାଚିତ ହେବା ପରେ ସାଧାରଣ ଜନତା ଙ୍କ ସହିତ ଅତି ନିଜର ଭାବେ ମିଶି ଯାଆନ୍ତି। ଲୋକ ମାନଙ୍କ ସହିତ ତାଙ୍କର ସବୁବେଳେ ଭଲ ସମ୍ପର୍କ ।ତେବେ ତାଙ୍କର ଏହି ଗୁଣ ପାଇଁ ତାଙ୍କୁ ଲୋକ ମାନେ ଖୁବ୍ ପସନ୍ଦ ମଧ୍ୟ କରନ୍ତି ।ତେବେ ଆସନ୍ତୁ ଆଜି ଆମେ ତାଙ୍କ ଜୀବନୀ ବିଷୟ ରେ କିଛି ଅଜଣା କଥା ଓ ପରିବାର ସଦସ୍ୟ ମାନଙ୍କ ବିଷୟ ରେ ଜାଣିବା ;

ଅପରାଜିତା ଷଡ଼ଙ୍ଗୀ ୧୯୯୪ ବେଚ୍ IAS ଅଫିସର୍ ଥିଲେ । ତାଙ୍କ ଜନ୍ମ ୧୯୬୯ ଅକ୍ଟୋବର ୮ ତାରିଖ ରେ ରାଜସ୍ଥାନ ର ବିହାର ର ଭାଗଲପୁର ଜନ୍ମ ଗ୍ରହଣ କରିଥିଲେ । ଜାତି ରେ ସେ ବ୍ରାହ୍ମଣ ଅଟନ୍ତି। ତେବେ ଅପରାଜିତା ଷଡ଼ଙ୍ଗୀ ଙ୍କ ସ୍ବାମୀ ଙ୍କ ନାମ ସନ୍ତୋଷ ଷଡ଼ଙ୍ଗୀ ଅଟେ ସେ ବି ଜଣେ IAS ଅଫିସର୍ ଅଟନ୍ତି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ପୁଅର ନାମ ଶିଖର ଷଡ଼ଙ୍ଗୀ ଓ ଝିଅ ର ନାମ ଅର୍ଚ୍ଚିତା ଷଡ଼ଙ୍ଗୀ ଅଟେ ।

ସେ ୨୦୧୨ ମସିହା ରେ ଶକ୍ତି ସମ୍ମାନ ରେ ସମ୍ମାନିତ ହୋଇଥିଲେ । ଏହା ସହିତ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାର ତରଫରୁ କାର୍ଯ୍ୟରତ ଥିଲେ। ଏହା ସହିତ ସେ ତିନି ବର୍ଷ ପାଇଁ ସେ ବି ଏମ୍ ସି ର କମିଶନର ଭାବରେ କାର୍ଯ୍ୟ ମଧ୍ୟ କରିଥିଲେ।ସେ କଲେକ୍ଟର ଏବଂ ଡିଷ୍ଟ୍ରିକଟ୍ ମାଜିଷ୍ଟ୍ରେଟ ଭାବେ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ବରଗଡ଼ ଆଦି ଜିଲ୍ଲା ରେ ଦାୟିତ୍ୱ ତୁଲାଇ ଥିଲେ।

ଏହା ପରେ ସେ ୧୫ ସେପ୍ଟେମ୍ବର ୨୦୧୮ ରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ ଓ ରାଜନୀତି ରେ ପାଦ ଦେବା ପାଇଁ ମନ ବଳାଇ ଥିଲେ ଓ ଲୋକ ମାନଙ୍କ ସେବା କରିବା ପାଇଁ ଇଚ୍ଛା କରିଥିଲେ । ତେବେ ସେ ୨୦୧୯ ମସିହା ରେ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରତ୍ୟେକ୍ଷ ନିର୍ବାଚନ ଲଢିଥିଲେ ଭୁବନେଶ୍ୱର ଲୋକସଭା ଆସନ ରୁ ଓ ନିର୍ବାଚନ ରେ ବିଜୟ ଲାଭ କରି ସାଂସଦ ଭାବେ ପାର୍ଲ୍ୟାମେଣ୍ଟ ରେ ଯୋଗ ଦେଇଥିଲେ । ଓ ରାଜନୀତି ରେ ନିଜ କ୍ୟାରିୟର ରେ ଆରମ୍ଭ କରିଥିଲେ ।

ତେବେ ସେ ୨୦୧୮ ମସିହା ରେ ନରେନ୍ଦ୍ର ମୋଦି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ରାଜନୀତି କୁ ଆସି ଲୋକ ମାନଂକ ସେବା କରିବା ପାଇଁ ମନ ବଳାଇ ଥିଲେ । ତେବେ ଆଜି ଯାଏ ସେ ନିଜର ଦାୟିତ୍ଵ କୁ ଭଲ ଭାବରେ ତୁଲାଇ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।