ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ କାରଣରୁ ଏହି ନୂତନ ବର୍ଷରେ କିଛି ରାଶି ର ବ୍ୟକ୍ତି ମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଏହି ନବବର୍ଷ ଟି ସେମାନଙ୍କ ପାଇଁ ଢେରସାରା ଖୁସୀ ନେଇକରି ଆସୁଅଛି । ତେବେ ଆଜି ଆମେ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କଥା ହେବା , ଯେଉଁମାନଙ୍କୁ କୋଟିପତି ହେବାରୁ କେହି ରୋକିପାରିବେ ନାହିଁ ।
1. ମେଷରାଶି :-
କର୍ମ କ୍ଷେତ୍ରରେ ଉଚ୍ଚ ବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସୀ ରହିବ ନାହିଁ , ସମ୍ପର୍କୀୟ ମାନଙ୍କ ଠାରୁ ସାହାର୍ଯ୍ୟ ପାଇଁ ଖୁସୀ ହେବେ ।
2. ବୃଷରାଶି :-
ସନ୍ଦେହ ଜନିତ କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ , ଅନାବଶ୍ୟକ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରଶ୍ରଦ୍ଧା ରହିବ ନାହିଁ । କଳା , ସାହିତ୍ୟ, ଚଳଚ୍ଚିତ୍ର ଓ ରାଜନୀତିରେ ଚେଷ୍ଟା ସଫଳ ହେବେ ।
3. ମିଥୁନରାଶି :-
ରାଜନୀତି ଓ ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆଲୋଚନା କରି ପାରନ୍ତି । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ଅସାବଧାନତା କାରଣରୁ କୌଣସି ଦ୍ରବ୍ୟ ନଷ୍ଟ ହୋଇଯାଇ ପାରେ କିମ୍ୱା ହଜିଯାଇପାରେ ।
4. କର୍କଟରାଶି :-
ବାଣିଜ୍ୟ , ଶିଳ୍ପ ଓ ବ୍ୟବସାୟରେ ଦ୍ୱନ୍ଦର ଅବସାନ ଘଟିବ , କର୍ମ କ୍ଷେତ୍ରରେ ଅନ୍ୟ ମାନଙ୍କର କାର୍ଯ୍ୟ କଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟିକରିପାରେ । ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ମନ କଥା ମନରେ ମାରି ମନଦୁଃଖରେ ରହି ପାରନ୍ତି ।
5. ସିଂହରାଶି :-
ବହୁ ପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳ ପାଇବେ , ବ୍ୟବସାୟରେ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ । ଘର ଲୋକଙ୍କ ଉପରେ ଅଯଥା ବିରକ୍ତ ହୁଅନ୍ତୁ ନାହିଁ ।
6. କନ୍ୟାରାଶି :-
ଯେଉଁ ଜିନିଷଟିକୁ ପାଇବା ପାଇଁ ଆଶା କରୁଛନ୍ତି , ତାହା ବିଳମ୍ୱରେ ପାଇବେ । ବନ୍ଧୁଙ୍କ କଥା ଏବଂ କାମକୁ ପ୍ରାଧାନ୍ୟ ଦେଲେ ଘର କାମକୁ ଅବହେଳା କରି ପାରନ୍ତି , ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦିଗରେ ଅନ୍ୟମାନଙ୍କ ସହଯୋଗ ଲଡିବେ ।
7. ତୁଳାରାଶି :-
ମନ କଥା ମନ ଭିତରେ ସାଇତି ରଖି ନିତି ଦିନିଆ କାମ ସକାଶେ ସକାଳୁ ସକାଳୁ ବାହାରିବାକୁ ପଡିପାରେ । କର୍ମ କ୍ଷେତ୍ରରେ ଅଧସ୍ତନ କର୍ମଚାରୀ ସହମତିରେ କାମ କଲେ ଉପକୃତ ହେବେ , ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢିବ ।
8. ବିଛାରାଶି :-
ଭଲ ସମ୍ପର୍କ ନଥିବା ବ୍ୟକ୍ତି ମାନଙ୍କ ଦ୍ୱାରା ହିଁ ମିଥ୍ୟା ଗୁଜବ୍ ରେ ଆତଙ୍କିତ ହେବା ଠିକ୍ ହେବ ନାହିଁ । ବିବାଦୀୟ ଘଟଣାରେ ବିଜୟୀ ହେବେ ଏବଂ ଆକସ୍ମିକ ଭାବରେ ନିକଟୀୟ ସମ୍ପର୍କୀୟ ଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ।
9. ଧନୁରାଶି :-
ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟରେ ଟେନସନ୍ କିଛି ମାତ୍ରାରେ କମିଯିବ , ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ସମ୍ପୂର୍ଣ୍ଣ କଟିବା କଷ୍ଟ ହେବ ।
10 .ମକରରାଶି :-
ଘରର କେତେକ ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିପାରନ୍ତି , ପ୍ରିୟ ଲୋକଟି ସକାଶେ କର୍ମ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ସହଯୋଗୀଙ୍କ ପରାମର୍ଶକୁ ଗ୍ରହଣ କଲେ ମନ୍ଦ ହେବ ନାହିଁ ।
11. କୁମ୍ଭରାଶି :-
ସାମ୍ୱାଦିକତା, ପ୍ରଶାସନିକ , ବାଣିଜ୍ୟ , ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ , ଯାହାକୁ ଯାହା କିଛି କହିବେ ସେହି ମିତ୍ରମାନେ ସାହାର୍ଯ୍ୟ ହାତ ବଢାଇବେ । ସ୍ୱାସ୍ଥ୍ୟହାନୀ ଜନିତ ଚିନ୍ତିତ ରହିବେ ।
12. ମୀନରାଶି :-
କୌଣସି ସୂତ୍ରରୁ ସୁନା ଗୁଜବ୍ ମାନସିକ ସ୍ଥିତିକୁ ଦୋହଲାଇ ଦେବ , ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।