ଜାଣନ୍ତୁ ଆପଣଙ୍କ ଅତିପ୍ରିୟ Taranga Tv ର ସୁନ୍ଦରୀ ଅଭିନେତ୍ରୀ ମାନଙ୍କ Education ଲାଇଫ୍ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଅଗଣିତ ଦର୍ଶକ ମାନେ ସେମାନଙ୍କ ମନ ପସନ୍ଦର ଅଭିନେତା ବା ଅଭିନେତ୍ରୀ ମାନଙ୍କ ପର୍ସନାଲ ଲାଇଭ୍ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହ ପ୍ରାକାଶ କରିଥାନ୍ତି । ଅଧିକାଂଶ ଲୋକମାନେ ତରଙ୍ଗ ରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକ ଦେଖିବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି ସେଥିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା କେତେ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ସିରିଏଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ କେଉଁ ପର୍ଯ୍ୟନ୍ତ ପାଠ ପଢିଛନ୍ତି ।

1. ଜାସମିନ ରଥ :-

ଯିଏକି ମାୟା ସିରିଏଲ ରେ ରୁଦ୍ରି ଭୂମିକାରେ ଅଭିନୟ କରୁଛନ୍ତି , ତାଙ୍କର ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସୁଛି । ରୁଦ୍ରି ବର୍ତ୍ତମାନ ଗ୍ରାଜୁଏସନ କରିଛନ୍ତି ଏବଂ ସେ ପ୍ରଭୁଜି ଇଂଲିସ୍ ମିଡିୟମ ସ୍କୁଲରୁ ପାସ କରିଛନ୍ତି ।

2. ସୁମନ ପଟ୍ଟନାୟକ :-

ତାରିଣୀ ଆଖିରେ ତାରା ସିରିଏଲ ରେ ଖୁବ୍ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କୁ ନିଜ ଅଭିନୟ ଯାଦୁରେ ବାନ୍ଧି ରଖିଥିବା ଅଭିନେତ୍ରୀ ହେଉଛନ୍ତି ତାରିଣୀ । ତେବେ ତାରିଣୀ ଭୁବନେଶ୍ୱର ର ଶ୍ରୀଅରବିନ୍ଦ ଇନସିଚ୍ୟୁଟ ଅଫ୍ ଇଣ୍ଟିଗ୍ରାଲ ଏଜୁକେସନ ରୁ ପାସ କରିଛନ୍ତି । ଏହାଛଡା ତାଙ୍କର ଏଜୁକେସନାଲ୍ କ୍ୱାଲିଫିକେସ ହେଉଛି ବିଟେକ ।

3. ଶୁଶ୍ରୀ ଶୁଭାସିନି :-

ଆପଣ ମାନେ ମଙ୍ଗଳା ଚରଣ ସିରିଏଲ ରେ ଲିଡ୍ ନାୟିକା ଭାବେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ । ତେବେ ମଙ୍ଗଳା ଭୁବନେଶ୍ୱର ର ବିଜୁ କଲେଜ ଅଫ୍ ସାଇନ୍ସ ଏଜୁକେସନରୁ ଗ୍ରାଜୁଏସନ କମ୍ପ୍ଲିଟ୍ କରିଛନ୍ତି ।

4. ଜାଗୃତି ରଥ :-

ଯିଏକି ଶ୍ରୀମନ୍ଦିର ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ପଦ୍ମାବତୀ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ପଦ୍ମାବତୀ ବଲାଙ୍ଗୀର ର ରାଜେନ୍ଦ୍ର ନାରାୟଣ ୟୁର୍ନିଭରସିଟି ରୁ ଗ୍ରାଜୁଏସନ କମ୍ପ୍ଲିଟ୍ କରିଛନ୍ତି ।

5. ନିଳାଖି ପାତ୍ର :-

ନିଳାଖି ପାତ୍ର ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ଯିଏକି ଇତି ଭୂମିକାରେ ସିନ୍ଦୁରର ଅଧିକାର ସିରିଏଲ ରେ ଅଭିନୟ କରୁଛନ୍ତି । ବର୍ତ୍ତମାନ ଇତି +2 ରେ ପଢୁଛନ୍ତି ।

6. ପ୍ରିୟଙ୍କା ରଥ :-

କୁଆଁରୀ ବହୂ ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଶ୍ରଦ୍ଧା ଅଭିନୟ କରି ଦର୍ଶକ ମାନଙ୍କର ହୃଦୟ ଜିଣିଛନ୍ତି । ତେବେ ଶ୍ରଦ୍ଧା ଏହି ସିରିଏଲ ରେ ଭଲ ବହୂ ହେବା ସହ ଜଣେ ଭଲ ସ୍ତ୍ରୀ ହେବା ଭୂମିକାରେ ନିଖୂଣ ଭାବରେ ଅଭିନୟ କରୁଛନ୍ତି । ଶ୍ରଦ୍ଧା ଉତ୍କଳ ୟୁନିର୍ଭସିଟି ରୁ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି ।

7. ଲାଭରୀନ ଖାନମ୍ :-

ଯିଏକି ପୂଜା ଭୂମିକାରେ ଝିଅ ଆମର ନୂଆ ବହୂ ସିରିଏଲ ରେ ଅଭିନୟ କରୁଛନ୍ତି । ତେବେ ପୂଜା ବାଲେଶ୍ୱରର ଏଫ୍ ଏମ୍ ୟୁନିର୍ଭସିଟି ରୁ ଗ୍ରାଜୁଏସନ ଶେଷ କରିଛନ୍ତି । ଏହା ସହିତ ସେ ଫ୍ୟାସନ ଡିଜାଇନ କୋରସ୍ ମଧ୍ୟ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।