ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

0

ଆପଣ ମାନେ ଜାଣି ଥିବେ ବା ଦେଖାଯିବ ତ ଆଜି ର ଇଣ୍ଟରନେଟ ରେ ଅନେକ ପ୍ରକାର ମୁଣ୍ଡ ଘୁରେଇ ଦେବା ଭଳି ଗୋଲକ ଧନ୍ଦା ର ପ୍ରଶ୍ନ ରହିଛି l ସେହି ପ୍ରଶ୍ନ ଗୁଡିକୁ ସମାଧାନ କରିବା ଯେକୌଣସି ବ୍ୟକ୍ତି ନିମନ୍ତେ ଏହି ପ୍ରଶ୍ନ ଗୁଡିକ ର ଉତ୍ତର ଦେବା ସହଜ ନୁହେଁ । ଆଜିକାଲି ସୋସିଆଲ ମିଡିଆରେ ଏଭଳି ବହୁତ ଗୋଲକଧନ୍ଦା ପଚରା ଯାଉଛି । ତାହା କଣ ଯାହାକୁ ଆପଣ ଥରେ ଖାଇଲେ ଆଉଥରେ ଖାଇବାକୁ ଚାହାନ୍ତି ନାହିଁ ତଥାପି ଆପଣଖାଆନ୍ତି ?

ଏହାର ଉତ୍ତର କେହି ସହଜରେ ଦେଇପାରିବେ ନାହିଁ ,ସେଗୁଡିକ ମଧ୍ୟରୁ କିଛି ଗୋଲକଧନ୍ଦା ଏଭଳି ପଦ୍ଧତି ରେ ପଚରାଯାଉଛି । ଯାହାକୁ ଶୁଣି ମଣିଷ ଚିନ୍ତାରେ ପଡିଯାଏ ଓ ପ୍ରଶ୍ନ ସମାଧାନ କରିବାରେ ବ୍ୟସ୍ତ ରହେ ।

ପ୍ରଥମେ ରେ ସେ ଗୋଲକଧନ୍ଦା ସମାଧାନ କରିବାର ଆହ୍ଵାନ କୁ ଗ୍ରହଣ କରେ ତାପରେ ଏହାକୁ ସମାଧାନ କରିବାରେ ନିଜର ସବୁ ଚେଷ୍ଟା କରି ଥାଏ । ବେଳେବେଳେ କିଛି ପ୍ରଶ୍ନ ଏପରି ହୋଇଥାଏ ଯାହାର ଉତ୍ତର ତ ସହଜ ହୋଇଥାଏ କିନ୍ତୁ ଆମେ ତାହାର ଉତ୍ତର ବହୁତ କଷ୍ଟରେ ଦେଇପାରୁ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନ ଗୁଡିକୁ l

1.ଗୋଟିଏ ପୁଅ ଗୋଟିଏ ଝିଅକୁ ଅତିକ୍ରମ କରୁଥିବା ସମୟରେ କହିଲା  – 143 ଝିଅଟି କହିଲା – 25519 ତେବେ କୁହନ୍ତୁ ଝିଅ କଣ କହିଲା?
ଉତ୍ତର.ଝିଅ କହିଲା yes l

2, ଦୁହେଁ ମିଶିଲେ କରାଇ ଶବ୍ଦ ଯନ୍ତ୍ର ନୁହେଁ ସେ କିନ୍ତୁ କରାଇ ଶବ୍ଦ ?
ଉତ୍ତର. ହାତ ତାଳି ବା କର ତାଳି l

3, ଏମିତି ବାଘ ସେ ଛାଡେନି ଘର ଖାଏ ନି ମଣିଷ ପିଏ ସେ କ୍ଷୀର, ମା ନ ଦେଖିଲେ ଦେଖେ ସେ ମାଉସୀ କୁ କିନ୍ତୁ କୁକୁର କୁ ଦେଖିଲେ ପ୍ରବଳ ଡର ?
ଉତ୍ତର. ବିଲେଇ l

4, ନିମିଷକେ ପଡେ କପଟ ତାର ନିମିଷକେ ହୁଏ ଖୋଲା କବାଟ ପଡିଲେ ବିଜୁଳି କଟାଇ ଅନ୍ଧାରେ ଦିଶଇ ଗୋଲ ?
ଉତ୍ତର. ଆଖି ର ପତା l

5, ଲାଞ୍ଜ ଅଛି ହେଲେ ନାହିଁ ତାର ଡେଣା, ଆକାଶ ରେ ଉଡେ ସାଇ ସାଇ, ଏହି ଉତ୍ତର ଯିଏ କହିବ ମକର ର ଚାଉଳ ଖାଇବ ସିଏ ?
ଉତ୍ତର. ଗୁଡ଼ି l

6, ଦଉଡି ଦେଇ ଗଛ ରେ ଝୁଲେ ଖୁସି ହୁଅନ୍ତି ଦେଖିଲେ ପିଲେ, ବସନ୍ତି ଯାଇ ତା ଉପରେ ଗାଆନ୍ତୁ ଯାଇ ମନ ଖୁସିରେ ?
ଉତ୍ତର. ଦୋଳି l

7, ଅଧା ଫୁଲ ମୁଁ ହେଲେ ଅଧା ଫଳ ହେଲେ ତୁଳା ହୁଏ ନାହିଁ ଗଛ ରୁ ଡଉଲ ଡାଉଲ ଖଇର ରଙ୍ଗ ମୋ ଝରେ ରସ ମୋ ଦେହରୁ ?
ଉତ୍ତର. ଗୋଲାପ ଜାମୁ l

8, ଗଛ ଦାରୁ ହେଲେ ପତ୍ର ସାରୁ, ଫୁଲ ଧଳା ହେଲେ ଫଳ କଳା ସେ ଫଳ ଯଦି ଖାଇ ବ ପାଖରେ ପାଣି ଥୋଇବ ?
ଉତ୍ତର. କଞ୍ଚା ଲଙ୍କା l

9- କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?
ଉତ୍ତର – ଦେବଗଡ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।