ଜାଣନ୍ତୁ ଜୀବନରେ କେଉଁ ଦୁଇଟି ଏମିତି ସମୟ ଥାଏ, ଯେତେବେଳେ ଚୁପ୍ ରହିବା ଆବଶ୍ୟକ, ନଚେତ

0

ଆଜି ଆମେ ଏକ ଏମିତି କାହାଣୀ, ଏମିତି ଏକ ପ୍ରସଙ୍ଗ ଆପଣଙ୍କୁ କହିବୁ ଯାହା ଶୁଣିବା ପରେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବ ଏବଂ ଏହା ଏକ ନୂତନ ଉନ୍ମାଦନା ସୃଷ୍ଟି କରିବ ମନ ଭିତରେ। ଆମ ଜୀବନରେ ଏହି ସଂଗ୍ରାମ ସବୁବେଳେ ଲାଗି ରହିଥାଏ ଯେ ଆମ ଜୀବନରେ ଲୁଚି ରହିଥିବା ଅପ୍ରିୟ ସତ୍ୟକୁ ସାମ୍ନାକୁ ଆଣିବା। ତେଣୁ ଏହି କାହାଣୀ ବହୁତ୍ ପ୍ରେରଣାଦାୟୀ। ଯେତେବେଳେ ଆପଣ ଦୁଃଖିତ ଥିବେ, ମନ ଖରାପ୍ ଥିବ,ସେହି ସମୟରେ ଏହି କାହାଣୀକୁ ଶୁଣିଲେ ଆପଣଙ୍କୁ ନିଶ୍ଚିତ ଖୁସି ଲାଗିବ। ତେବେ ଆଜି ଏହି ଭିଡିଓରେ ଆସନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ କଥା ବିଷୟରେ ଜାଣିବା ଯାହା ଜାଣିବା ଆମ ପାଇଁ ନିହାତି ଆବଶ୍ୟକ।

ଆପଣଙ୍କୁ କିଛି କଥା ଜାଣିବାକୁ ପଡ଼ିଥାଏ ଜୀବନକୁ ସରସ ସୁନ୍ଦର ଭାବରେ ପରିଚାଳିତ କରିବା ପାଇଁ। ତା ମଧ୍ୟରୁ ଗୋଟିଏ କଥା ହେଉଛି ଯେ, ଜୀବନରେ ଦୁଇଟି ସମୟରେ ଚୁପ୍ ରହିବା ଆବଶ୍ୟକ। ଯାହା ଆପଣଙ୍କୁ ବହୁତ୍ ଭଲ ଫଳ ଦେଇଥାଏ। ତେବେ ଜାଣନ୍ତୁ ସେହି ଦୁଇଟି ସମୟ କଣ? ପ୍ରଥମ ଟି ହେଉଛି ସେହି ସମୟ, ଯେଉଁ ସମୟରେ ଆପଣଙ୍କ କଥାର କିଛି ମୂଲ୍ୟ ନଥାଏ, ଲୋକମାନେ ଆପଣଙ୍କ କଥାକୁ ଗୁରୁତ୍ବ ଯେତେବେଳେ ଦିଅନ୍ତି ନାହିଁ, ସେହି ସମୟରେ ଆପଣ ଚୁପ୍ ରୁହନ୍ତୁ। ଆଉ ଦ୍ଵିତୀୟ ଟି ହେଉଛି ଏହି ସମୟ, ଯେତେବେଳେ ଆପଣଙ୍କୁ ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଗୁରୁତ୍ବ ଦେଉଛନ୍ତି।

କିନ୍ତୁ ମଣିଷ ପ୍ରାୟତଃ ଏହାର ଓଲଟା କରିଥାଏ। ଯେତେବେଳେ କେହି ତାକୁ ପଚାରନ୍ତି ନାହିଁ, ଗୁରୁତ୍ବ ଦିଅନ୍ତି ନାହିଁ, ସେତେବେଳେ ସେ ଉପରେ ପଡ଼ି କିଛି କହିବାକୁ ଚେଷ୍ଟା କରିଥାଏ। ଯାହାଦ୍ଵାରା ସେହି ଲୋକର ଅଧିକ ସମ୍ମାନ ଯାଇଥାଏ। ତେଣୁ ଏପରି ଭୁଲରେ ବି କରନ୍ତୁ ନାହିଁ। ଆଉ ଅନ୍ୟ ପକ୍ଷରେ ଯେତେବେଳେ ଲୋକେ ଆମକୁ ସମ୍ମାନ ଦିଅନ୍ତି, ଗୁରୁତ୍ବ ଦିଅନ୍ତି,ସେହି ସମୟରେ ଆମେ ଭାବ ବିହ୍ୱଳ ହୋଇ ନିଜର ପ୍ରଶଂସା କୁ ନିଜେ ଆହୁରି ଅଧିକ କରିଥାଉ, ଯାହାଦ୍ଵାରା ଅଦୃଶ୍ୟ ରେ ଆମର ସମ୍ମାନ ହ୍ରାସ ହୋଇଥାଏ। ତେଣୁ ଏ ସମୟରେ ଚୁପ୍ ରୁହନ୍ତୁ। ଯଦି ଆପଣଙ୍କର ଲୋକେ ପ୍ରଶଂସା କରୁଛନ୍ତି ତେବେ ଆପଣ କିଛି ଆଉ କୁହନ୍ତୁ ନାହିଁ। କାରଣ ଆପଣଙ୍କର କହିବାର କିଛି ଆବଶ୍ୟକତା ନାହିଁ।

ଯଦି ଲୋକେ ଆପଣଙ୍କୁ ପସନ୍ଦ କରୁ ନାହାଁନ୍ତି କିମ୍ୱା ଆପଣଙ୍କ କଥାକୁ ଗ୍ରହଣ କରୁ ନାହାଁନ୍ତି ତେବେ ସେହି ସମୟରେ ବି ନିଜକୁ ଚୁପ୍ ରଖନ୍ତୁ। ଏହାଛଡା ଜୀବନରେ ଯେତେ ବି ଖରାପ୍ ଅବସ୍ଥା ଆସୁ, କେବେବି ଆଶା ଛାଡ଼ନ୍ତୁ ନାହିଁ। ଯେମିତି ଶରୀରକୁ ଖାଦ୍ୟ ବଞ୍ଚାଇଥାଏ, ସେହିପରି ଜୀବନକୁ ଆଗକୁ ବଢିବାର ପ୍ରେରଣା ଆଶା ଦେଇଥାଏ। ଯଦି ମଣିଷ ଜୀବନରୁ ଆଶା ଦୂରେଇ ଯାଏ, ବଞ୍ଚିବାର ଆଶା, ସଫଳ ହେବାର ଆଶା, ସମ୍ପର୍କକୁ ମଜବୁତ କରିବାର ଆଶା ଆଦି ଦୂରେଇ ଯାଏ, ତେବେ ମଣିଷ କେବଳ ଜୀବନ୍ତ ଶରୀର ହୋଇ ବଞ୍ଚି ରହିବ। ତେଣୁ ସବୁବେଳେ ନିଜ ଭିତରେ ଆଶା ଏବଂ ବିଶ୍ୱାସକୁ ମଜବୁତ୍ କରି ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।