ବର୍ଷ ୨୦୨୨ ଶେଷ ହୋଇ ଆସିବା ପାଇଁ ଯାଉଛି ବର୍ଷ ୨୦୨୩ ତେବେ ଆସୁଥିବା ନୂଆ ବର୍ଷ ୧୨ ଗୋଟି ରାଶି ମାନଙ୍କ ପାଇଁ କିପରି ରହିବ ଆଜି ଆମେ ସେ ବାବଦରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ବର୍ଷ ୨୦୨୩ କେଉଁ ମାନଙ୍କ ପାଇଁ ଶୁଭ ସମୟ ନେଇ ଆସୁଛି କେଉଁ ମାନେ ସତର୍କ ରହିବେ।
୧.ମେଷ ରାଶି:-
ବର୍ଷ ୨୦୨୩ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍ ଶୁଭ ରହିବ। ଭାଗ୍ୟର ସମ୍ପୁର୍ଣ୍ଣ ସହଯୋଗ ମିଳିବ। ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।
୨.ବୃଷ ରାଶି:-
ବର୍ଷ ୨୦୨୩ ଆପଣଙ୍କ ଭାଗ୍ୟରେ ଏପରି ପରିବର୍ତ୍ତନ ନେଇ ଆସୁଛି ଯାହା ଆପଣ ଚିନ୍ତା ବି କରି ନଥିବେ। ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି।
୩.ମିଥୁନ ରାଶି:-
ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ନୂଆ ବର୍ଷ ବିଶେଷ ଫଳପ୍ରଦ ହେଉନାହିଁ। ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡିପାରେ ତେଣୁ ସାବଧାନ ରୁହନ୍ତୁ।
୪.କର୍କଟ ରାଶି:-
କର୍କଟ ରାଶି ବ୍ୟକ୍ତି ବିଶେଷଙ୍କୁ ନୂଆବର୍ଷ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଦେବ। ଏହା ସହିତ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରି ପ୍ରଶଂସାର ପାତ୍ର ମଧ୍ୟ ହେବେ।
୫.ସିଂହ ରାଶି:-
ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। କୌଣସି ଏକ ଉଚ୍ଚକୋଟୀର ପଦବୀ ପାଇ ପାରନ୍ତି।
୬.କନ୍ୟା ରାଶି:-
ଏମାନେ ତାଙ୍କ ଜୀବନରେ ବହୁ ଉନ୍ନତୀ କରିବା ପାଇଁ ଯାଉଛନ୍ତି। ଏହା ସହିତ ସମାଜରେ ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ।
୭.ତୁଳା ରାଶି:-
ତୁଳା ରାଶିର ବ୍ୟକ୍ତି ବିଶେଷ ପରିବାରରେ ଲାଗି ରହିଥିବା କଳହ ଦୂର ହୋଇ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହ ପ୍ରେମର ସମୟ ଅତିବାହିତ କରିବେ।
୮.ବିଛା ରାଶି:-
ବିଛା ରାଶିର ବ୍ୟକ୍ତି ବିଶେଷ ଆଖିଦୃଷ୍ଟିଆ ସଫଳତା ପାଇବା ପାଇଁ ଯାଉଛନ୍ତି। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ରହିବ। ଧନ ନିବେଶ କରିବା ପାଇଁ ମନ ବଳାଇ ପାରନ୍ତି। ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖିବାକୁ ମିଳିପାରେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
୯.ଧନୁ ରାଶି:-
ବର୍ଷ ୨୦୨୩ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସୁଖ ଓ ସମୃଦ୍ଧି ନେଇକରି ଆସୁଛି। ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ନୂତନ ବର୍ଷ ଖୁବ୍ ଶୁଭ ରହିବ।
୧୦.ମକର ରାଶି:-
ଏମାନଙ୍କ ପାଇଁ ନୂଆବର୍ଷ ବିଶେଷ ଫଳପ୍ରଦ ହେଉନାହିଁ। ଅଯଥା ଖର୍ଚ୍ଚ ବଢିପାରେ। ଆର୍ଥିକ ସମସ୍ୟା ଦେଖା ନଦେଲେ ମଧ୍ୟ ଯାହା ଆୟ କରିବେ ତାହା ବ୍ୟୟ ହୋଇଯିବ।
୧୧.କୁମ୍ଭ ରାଶି:-
ନୂତନ ବର୍ଷରେ ଏମାନଙ୍କ ଭାଗ୍ୟ ଚମକି ଉଠିବ। ଆର୍ଥିକ ସ୍ଥିତି, ସ୍ବାସ୍ଥ୍ୟ ଅବସ୍ଥା, ଦାମ୍ପତ୍ୟ ଜୀବନ, ପାରିବାରିକ ସ୍ଥିତି ,ଚାକିରୀ କ୍ଷେତ୍ରରେ ବ୍ୟବସାୟ ମରେ ସବୁ ଦୃଷ୍ଟିରୁ ଶୁଭ ରହିବ।
୧୨.ମୀନ ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆ ବର୍ଷ ବହୁତ୍ ସଫଳତା ନେଇ ଆଉ ଅଛି। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ତେବେ ସମୟକୁ ବ୍ୟର୍ଥ ଭାବରେ ଯିବାକୁ ଦିଅନ୍ତୁ ନାହିଁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।