ମଜାଳିଆ ପ୍ରଶ୍ନ – ଜଣେ ବାପା ତାର ଝିଅ କୁ ଏମିତି ଫଳ ଦେଲା ଓ କହିଲା, ଏହାକୁ ଭୋକ ହେଲେ ଖାଇବୁ, ଶୋଷ ହେଲେ ପିଇବୁ ଆଉ ଶୀତ ଲାଗିଲେ ଜାଳିବୁ ? ଏହାର ଉତ୍ତର କିଏ ଦେଇ ପାରିବ

0

ଆମେ ବହୁତ ଜଣା ଶୁଣା ପ୍ରଶ୍ନ ଜାଣିଛେ କିନ୍ତୁ ସବୁ ପ୍ରଶ୍ନ ଆମେ ଜାଣିଛେ ବୋଲି କହିପାରିବ ନାଇଁ l ଏମିତି କିଛି ଜ୍ଞାନ ଅଛି ଯାହା ଆମେ ଜାଣିବା ନିହାତି ଦରକାର ଓ ଜଣେଇବା ଦରକାର l କାରଣ ଆଜିର ଯୁଗ ରେ ଜ୍ଞାନ ବିନା କୌଣସି କାର୍ଯ୍ୟ ସଫଳ ହୋଇପାରିବ ନାହିଁ, ତେଣୁ ଆମକୁ କିଛି ଟା ସଫଳ ଭାବେ କିଛି ଜ୍ଞାନ ଅର୍ଜନ କରିବାର ଅଛି l ଏହି ଜ୍ଞାନ ର ଜଗତରେ ପିଲା ମାନେ ଯେତେ ଜ୍ଞାନ ଅର୍ଜନ କରିଥିଲେ ମଧ୍ୟ୍ୟ କିଛିଟା ଅଭାବ ରହି ଯାଇଥାଏ l ଆମେ ଯେତେ ଟା ଜ୍ଞାନ ଜାଣିଥିଲେ ମଧ୍ୟ ଆହୁରି କିଛି ଟା ଜାଣିବା ଦରକାର ପଡିଥାଏ l ଆଜିର ପ୍ରତିଯୋଗିତା ଯୁଗରେ ବହୁତ କିଛି ଜାଣିଥିଲେ ମଧ୍ୟ୍ୟ ଆହୁରି ଅନେକ ଗୁଡିଏ ଜାଣିବାର ଅଛି ତାହାଲେ ଯାଇ ଆମେ ଏହି ପ୍ରତିଯୋଗିତା ର ଯୁଗରେ ସାମ୍ନା କରିପାରିବା l

(1)-ଜଣେ ବାପା ତାର ଝିଅ କୁ ଏମିତି ଫଳ ଦେଲା ଓ କହିଲା, ଏହାକୁ ଭୋକ ହେଲେ ଖାଇବୁ, ଶୋଷ ହେଲେ ପିଇବୁ ଆଉ ଶୀତ ଲାଗିଲେ ଜାଳିବୁ ?
ଉତ୍ତର :-ନିଡ଼ିଆ

(2)-କେଉଁ ପେଡି ର ଚାବି ନାହିଁ ?
ଉତ୍ତର :-ନିଆଁ

(3)-ପାଞ୍ଚଟି ଅକ୍ଷର ନାମ ମହୋର
ଚତୁର୍ଥ ଦ୍ୱିତୀୟ କରିଲେ ଯୋଗ ହାତୀ ର ନାମ କୁ ବୁଝାଉଥିବ l
ଦ୍ୱିତୀୟ ପ୍ରଥମ କରିଲେ ଯୋଗ ଜଳ ର ନାମକୁ ବୁଝାଉଥିବ l
ପ୍ରଥମ ପଞ୍ଚମ କରିଲେ ଯୋଗ କିପରି ଖାଇବ ତାକୁ ଜାଣିବ l
ପ୍ରଥମ, ଦ୍ୱିତୀୟ, ତୃତୀୟ କରିଲେ ଯୋଗ ରାତ୍ରି ର ନାମ କୁ ବୁଝାଉଥିବ, ଯତ୍ନ କରି ମୋତେ ଯିଏ ରଖିବ ବଗିଚା ତାର ମୋହକୁ ଥିବ ?
ଉତ୍ତର :-ରଜନୀଗନ୍ଧା

(4)-ମାଆ ଠାରୁ ପୁଅ ହୋଇଲା ଜାତ, କ୍ଷୀର ନୋଖୁଣୁ ଖାଇଲା ଭାତ l
ମାଆ କୁ ସେ ପୁଅ ଛୁଇଁବ ନାହିଁ, ଛୁଇଁଲେ ସେ ପୁଅ ରହିବ ନାହିଁ ?
ଉତ୍ତର :-ଲୁଣ

(5)-ବଣ ରୁ ଆସିଲା କୁତି, ଭାତ ର ଦେଲା ମୁତି ?
ଉତ୍ତର :-ଲେମ୍ବୁ

(6)-ଲାଞ୍ଜ ଅଛି ହେଲେ ଡେଣା ନାହିଁ
ଆକାଶ ରେ ଉଡେ ସାଇଁ ସାଇଁ l
ଏହି ପ୍ରଶ୍ନ ର ଉତ୍ତର କହିବ ଯେ ମକର ଚାଉଳ ଖାଇବ ସେ ?
ଉତ୍ତର :-ଗୁଡ଼ି

(7)- ମିଠେଇ ନୁହେଁ କିନ୍ତୁ ମିଠା ଲାଗେ
ହତିଆର ନୁହେଁ କିନ୍ତୁ ସିଧା ଅଟେ l
ମୋତେ କହିପାରନ୍ତି ନାହିଁ କିନ୍ତୁ ଖାଆନ୍ତି
ଅଧା ଖାଇ ଫିଙ୍ଗି ଦିଅନ୍ତି ?
ଉତ୍ତର :-ଆଖୁ

(8)-କହିବନି, କହିଲେ ଏ ଘର ରହିବ ନି ?
ଉତ୍ତର :-ସତ କହିଲେ ସମସ୍ତ ଙ୍କୁ ବାଧେ l

(9)-କବାଟ ପୋଡିଲେ ଦିନ ବି ଅନ୍ଧାର,
କବାଟ ଖୋଲିଲେ ପୃଥିବୀ ସୁନ୍ଦର ?
ଉତ୍ତର :-ଆଖି

(10)-ସେ କିଏ ଯିଏ ମୁକ, ବୋଧିର ଓ ଅନ୍ଧ ହେଲେ ମଧ୍ୟ ସତକୁହେ ?
ଉତ୍ତର :- ଆଇନା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।