ଜଣେ ସାଧାରଣ ଝିଅ “ଜାଇ” କିପରି ହୋଇଗଲା, ମା “କାଳିଜାଇ” ପୀଠ ର ମହାତ୍ମୀୟତା ବିଷୟରେ ଜାଣିଲେ ଅବାକ୍ ହୋଇଯିବେ…

0

ପ୍ରତ୍ୟେକ ପବିତ୍ର ପୀଠରେ କିଛି କିଛି ରହସ୍ୟମୟୀ କାହାଣୀ ଲୁଚି ରହିଥାଏ , ଯାହାକୁ ଜାଣିବା ପାଇଁ ଲୋକମାନେ ବହୁତ ଆଗ୍ରହୀ ହୋଇଥାନ୍ତି । ଆପଣ ମାନେ ଅନେକ ପବିତ୍ର ସ୍ଥାନକୁ ପିକନିକ ବା ବୁଲାବୁଲି କରିବା ପାଇଁ ଯାଇଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଐତିହାସିକ ପୀଠ ବିଷୟରେ ଜଣେଇବୁ , ଯାହା ଓଡିଶା ହ୍ରଦର ଏକ ଛୋଟ ଦ୍ୱୀପ ରେ ଆବସ୍ଥିତ । ସେହି ଐତିହାସିକ ପୀଠ ହେଉଛି କାଳିଜାଇ । ଅନେକ ଦୂରରୁ ଲୋକମାନେ ଏଠାକୁ ବୁଲାବୁଲି କରିବା ପାଇଁ ଆସିଥାନ୍ତି , ଓଡିଶା ପର୍ଯ୍ୟଟନର ଏକ ଐତିହାସିକ କିମ୍ୱଦନ୍ତୀ ଭାବେ ମା କାଳିଜାଇ ପୀଠ ବେଶ ଜଣାଶୁଣା । ତେବେ ଆସନ୍ତୁ ଜାଣିବା ସେହି ପୀଠର ମାହାତ୍ମ୍ୟ ଏବଂ ଇତିହାସ ବିଷୟରେ ।

କିମ୍ୱଦନ୍ତୀ ରହିଛି ଯେ , ସ୍ଥାନୀୟ ଅଞ୍ଚଳରେ ଜଣେ ଝିଅ ରହିଥିଲା , ଯାହାର ନା ଥିଲା ଜାଇ ଯିଏକି କୌଣସି ସମୟରେ ଚିଲିକାର ଗଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା । ସୂଚନା ଅନୁସାରେ ସେଠାରେ ଆବସ୍ଥିତ ଏକ ଦୀପ ପାଣିକୁଡକୁ ବିବାହ କରି ନିଜ ପିତାଙ୍କ ସହିତ ଯାଉଥିବାବେଳେ ଏକ ଭୟଙ୍କର ଝଡର ସାମ୍ନା କରିଥିଲେ । କିନ୍ତୁ ଝଡର ପ୍ରଭାବ ଅତ୍ୟନ୍ତ କ୍ଷୀପ୍ର ଥିବାରୁ ନା ଟି ସେହି ଗଣ୍ଡରେ ବୁଡି ଯାଇଥିଲା । କିନ୍ତୁ ସେହି କ୍ଷୀପ୍ର ଝଡର ପ୍ରଭାବରେ ଜାଇର ପିତା ଓ ନାବିକ ଉଭୟ ବଂଚି ଯାଇଥିଲେ , ମାତ୍ର ଜାଇ ର କୌଣସି ଠିକଣା ନଥିଲା ।

ଶୁଣିବାକୁ ମିଳୁଛି ଏହି ଘଟଣାର କିଛି ଦିନ ପରେ ସେହି ବାଟ ଦେଇ ଯାଉଥିବା ଜଣେ ନାବିକ ଏକ ଝିଅର କାନ୍ଦିବା ସ୍ୱର ଶୁଣିବାକୁ ପାଇଥିଲେ । ସେହି ଦିନ ଠାରୁ ଧୀରେ ଧୀରେ ତାଙ୍କୁ ମା କାଳିଜାଇ ର ଆଖ୍ୟା ଦେଇ ବିପଦ ସମୟରେ ତାଙ୍କୁ ସ୍ମରଣ କରିବାକୁ ଲାଗିଲେ । ସେହି ଦିନଠାରୁ ସେଠାରେ ଅନେକ ଭକ୍ତଙ୍କର ଭିଡ ଦେଖିବାକୁ ମିଳିଥାଏ । ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇ ଙ୍କର ମନ୍ଦିର ପ୍ରାୟ 1717 ମସିହାରେ ପାରକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂଙ୍କ ଦ୍ୱାରା ନିର୍ମିତ କରାଯାଇଥିଲା ।

ସେହି ଦିନ ଠାରୁ ସେଠାରେ ମା ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି , ଏହାଛଡା ଅଧିକାଂଶ ଲୋକମାନେ ଚିଲିକା ହ୍ରଦ ରେ ନିଜର ଜୀବିକା ନିର୍ବାହ କରିଥାନ୍ତି ।ଚିଲିକାର ଗଭୀର ଗଣ୍ଡକୁ ପ୍ରତିଦିନ ନାବିକ ମାନେ ମାଛ ଓ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ପାଇଁ ଯାଇଥାନ୍ତି । କୁହାଯାଏ ମା କାଳିଯାଇ ମତ୍ସ୍ୟଜିବୀ ମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଝଡରୁ ରକ୍ଷା କରିଥାନ୍ତି । ତେଣି ମତ୍ସ୍ୟ ଜିବୀ ମାନେ ତାଙ୍କୁ ଚିଲିକାର ଇଷ୍ଟଦେବୀ ରୂପେ ପୂଜା କରିଥାନ୍ତି । ମା କାଳିଜାଇ ସେମାନଙ୍କୁ ପ୍ରତ୍ୟେକ ବିପଦରୁ ରକ୍ଷା କରିଥାନ୍ତି , ସେଥିପାଇଁ ମା କାଳିଜାଇ ଙ୍କୁ ଇଷ୍ଟଦେବୀ ରୂପେ ପୂଜା କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।