ରାଗକୁ କେମିତି କରିବେ କଣ୍ଟ୍ରୋଲ ? ଜାଣି ରଖନ୍ତୁ ଏହି ୫ଟି Tips । Dr. Manasi Vishal

ରାଗ ବା କ୍ରୋଧ ଯୋଗୁଁ ସାମାଜିକ ତଥା ପାରିବାରିକ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ରାଗ ଯୋଗୁଁ ପାରିବାରିକ ସମ୍ପର୍କ, ବୈବାହିକ ଜୀବନରେ ସମସ୍ୟା ତଥା ବୃତ୍ତିଗତ ଜୀବନରେ ନାନାଦି ସମସ୍ୟା ଉପୁଜିଥାଏ। ତେଣୁ ରାଗକୁ ନିୟନ୍ତ୍ରଣ କରିବା ନିହାତି ଜରୁରୀ। ତେବେ ଆସନ୍ତୁ ଜାଣିବା ରାଗକୁ କେମିତି କରିବେ ନିୟନ୍ତ୍ରଣ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ।

୧- ଯଦି ଆପଣଙ୍କୁ ରାଗ ଆସୁଛି ତେବେ ଆପଣ କେମିତି ଆୟତ୍ତ କରିବେ ଜାଣି ରଖନ୍ତୁ। ଆପଣ ମାନେ ଦେଖିଥିବେ ଯେତେବେଳେ ଆମେ ରାଗି ଯାଉଛୁ, ସେତିକିବେଳେ ଆମର ଇମୋସନ ଚାଲିଆସେ। ତେବେ ଇମୋସନ ସବୁବେଳେ କିଛି ଭାବିବା ପାଇଁ ସମୟ ନେଇନଥାଏ। ଯଦି ଆପଣ କିଛି ସମୟ ଚୁପ ହୋଇ ରହିଯିବେ। ତେବେ ଆପଣଙ୍କୁ ଆଉ କିଛି ବି କରିବା ପାଇଁ ପଡିବ ନାହିଁ। ତାହା ସଂଗେ ସଂଗେ ଦୂର ହୋଇଯିବ। ଆଉ କୌଣସି ଅସୁବିଧା ଘଟିବ ନାହିଁ ବୋଲି।

୨-ଯଦି ଆପଣ କାହା ଉପରେ ରାଗୁଛନ୍ତି, ସେହି ସମୟରେ ଆପଣ ନିଜର ଇମୋସନକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରନ୍ତୁ। କିଛି ସମୟ ଧରି ଆପଣ ଭୂଲ ଠିକ ବିଚାର କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କ ରାଗ ଆୟତ୍ତ ହୋଇପାରିବେ।

୩-ଏହା ବ୍ୟତୀତ ଯଦି ଆପଣ ପୂର୍ବରୁ କାହା ସହିତ କଥା ହେବା ପୂର୍ବରୁ ଜାଣିଛନ୍ତି, ଯେ ତାଙ୍କ ସହିତ କଥା ହେଲେ ରାଗ ଆସିବ। ତେବେ ଆପଣ ତାଙ୍କ ସହିତ କଥା ହେବା ପୂର୍ବରୁ ନିଜର ବ୍ୟବହାରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତୁ।

୪-ରିଲାଖ୍ସସେସନ ଟେକନିକ- ଯେତେବେଳେ ଆପଣଙ୍କୁ ଲାଗୁଛି ମୋତେ ରାଗ ଲାଗୁଛି ସେହି ସମୟରେ ଲମ୍ବା ଲମ୍ବା ନିଃଶ୍ୱାସ ପ୍ରଶ୍ଵାସ ନେବେ ଆଉ ଏହାକୁ କିଛି ସମୟ ରଖିବେ ପରବର୍ତ୍ତୀ ସମୟରେ ପାଟି ପଟେ ଧୀରେ ଧୀରେ ବାହାର କରିବେ। ଆଉ ନହେଲେ ଆପଣ 123 କାଉଣ୍ଟ କରି ନେବେ ଭିତରକୁ ପୁଣି 321 କାହିଁକି ଛାଡିବେ।

୫-ଡିଷ୍ଟାକ୍ତସନ ଟେକନିକ- ଯେଉଁ ସମୟରେ ଜାଣିବେ ଯେ ରାଗ ଆସି ଯାଉଛି ସେହି ସମୟରେ ଏହି ଜାଗା କୁ ଛାଡିକି ଯିବାକୁ ଚେଷ୍ଟା କରନ୍ତୁ। ଉଦାହରଣ ଆପଣ ଘରେ ଅଛନ୍ତି ଆଉ ଘରେ କାହା ସହ ବହୁତ ଜୋରରେ ଝଗଡା ଲାଗିଛି ଏଇ ଗୋଟିଏ ରୁମ ରେ ଥିଲେ ତାକୁ ଛାଡି ଅନ୍ୟ ରୁମ କୁ ପଳାନ୍ତୁ।

୬-ଗ୍ରାଉଣ୍ଡିଙ୍ଗ ଟେକନିକ- ଏଠାରେ ଆମେ ଦେଖି ପାରୁଥିବା 5ଟି ଜିନିଷକୁ ଭାବନ୍ତୁ ବା ଇମାଜିନ କରନ୍ତୁ 4ଟି ଟେଷ୍ଟ କରୁଥିବା ଜିନିଷକୁ ଇମାଜିନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment