ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଘଟଣା ଆପଣ ମାନେ ପ୍ରତେକ ଦିନ ଦେଖିବାକୁ ପାଉଥିବେ | ଆଉ ସେହି ଭାଇରାଲ ଭିଡ଼ିଓ ଗୁଡିକ ମଧ୍ୟରେ କେତେକ ଘଟଣା ଆମକୁ ଖୁସି ଦେଉଥିବା ବେଳେ ଆଉ କେତେକ ଘଟଣା ଏମିତି ରହିଛି ଯାହାକୁ ଦେଖିଲେ ଆମକୁ ବହୁତ ଦୁଃଖ ଲାଗିଥାଏ ଓ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ | ତେବେ ଠିକ ସେହିଭଳି ଏକ ଘଟଣା ଟି ବର୍ତ୍ତମାନ ଦେଖିବାକୁ ମିଳିଛି ଆଉ ଯେଉଁଠି ଜନ୍ମ କରି 11 ମାସର ଶିଶୁ କନ୍ୟା କୁ ପୋଖରୀରେ ଭୋସାଇ ଦେଇଛନ୍ତି ବାପା ମା ଆଉ ଯାହା ଫଳରେ କୁନି ଝିଅ ଟିକୁ ସାହାରା ଦେଇଛନ୍ତି ଆଶ୍ରମ ବାସୀ ମାନେ |
ତେବେ ମିଳିଥିବା ସୂଚନା ଅନୁସାରେ ବୋଲଗଡ଼ ରୁ ଏହିଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଥିଲା | ଆଉ ଯେଉଁଠି କୁହାଯାଉକି ଏଭଳି ଏକ ଘଟଣା ଘଟିଛି ବୋଲି ସେହି ସ୍ଥାନରୁ ହେପି ହୋମ ସେବାଶ୍ରମ କୁ ଫୋନ ଆସିଥିଲା | ଆଉ ଯେଉଁଠି କୁହାଯାଉଛି କି ଏହି ପୋଖରୀରେ ଝିଅ ଟିକୁ ଛାଡି ବାପା ମା ପଳେଇ ଯାଇଛନ୍ତି ବୋଲି ଖବର ପହଂଚିବା ପରେ ଆଶ୍ରମ ବାସୀ ମାନେ ଝିଅ ଟିକୁ ଆଶ୍ରୟ ଦେଇଥିଲେ ବୋଲି କୁହାଯାଉଛି | ତେବେ ସମ୍ପୂର୍ଣ୍ଣ ସୂଚନା ରୁ ଯାହା ଜଣା ପଡିଛି କି ଝିଅ ଟି ର ବାପା ଘର ଛାଡିକି କୁଆଡେ ପଳେଇ ଯାଇଛନ୍ତି ଓ ଝିଅ ର ମା ଜଣକ ମାନସିକ ବିକୃତ ରୋଗୀ |
ଆଉ ଯେଉଁଥିପାଇଁ ସେ ଝିଅ ଟିକୁ ଅନେକ ଥର ମାରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ଆଉ ପୋଖରୀରେ ଭୋସେଇ ଦେଇଥିବାର କଥା ଟି କୁହାଯାଉଛି | ଆଉ ବର୍ତ୍ତମାନ ଝିଅ ଟିକୁ ହେପି ହୋମ ସେବାଶ୍ରମ ର ଲୋକ ମାନେ ରଖିଛନ୍ତି ଆଉ ଝିଅ ଟି ସୁରକ୍ଷିତ ଆଉ ବେଶ ଭଲ ରେ ମଧ୍ୟ ଅଛି ବୋଲି ମଧ୍ୟ କୁହାଯାଉଛି | ତେବେ ଝିଅ ଟିର ନାଁ ଆରସୀ ବୋଲି ରଖା ଯାଇଛି, କୁନି ଝିଅ ଟି କାହାକୁ ହୋଇରାନ କରୁନି ଆଉ ଯେତେବେଳେ ଭୋକ ଲାଗୁଛି ଟିକିଏ କାନ୍ଦୁଛି ଆଉ ଖାଇଦେଲେ ଠିକ ଅଛି ବୋଲି କହିଛଁନ୍ତି ଆଶ୍ରମର ସମସ୍ତେ |.
ଆଉ ପାଦରେ ପାଉଜି ଓ ହାତରେ ବୋଳା କୁ ପିନ୍ଧିକି କୁନି ପାଦରେ ଚାଲିବାକୁ ଲାଗିଛି କୁନି ଝିଅ ଟି ବୋଲି କୁହାଯାଉଛି | ଆଉ ତାହା ସହିତ ଯିଏ ଡାକୁଛି ତା ପାଖକୁ ଚାଲି ଯାଉଛି, କାମରେ କାହାକୁ ବି ହଇରାଣ କରୁନାହିଁ ଓ କୁନି ଝିଅ ଝିଅ ଟିର ମୁହଁ କୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ ବୋଲି କୁହାଯାଇଛି | ଆଉ ଏହି ଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।