ଜରୁରୀ ଖବର : ପୁଣି କଠୋର ନିଷ୍ପତି ନେଲେ ସରକାର ମାର୍ଚ୍ଚ ୩୧ ଯାଏଁ ସମସ୍ତ ସ୍କୁଲ-କଲେଜ ବନ୍ଦ ଘୋଷଣା, କିନ୍ତୁ ହେବ ପରୀକ୍ଷା ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

0

ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି।, ଏହି ଭାଇରସ ଟି ମାର୍ଚ୍ଚ ମାସ ରୁ ଚିହ୍ନଟ ହେବା ସତ୍ତ୍ୱେ ମଧ୍ୟ ବହୁତ୍ ଦିନ ପରେ ଏହାର ଟୀକା ପ୍ରସ୍ତୁତ ହୋଇ ପାରିଛି। ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଲେଣି। ସରକାର ଏହି ଭାଇରସ ର ସଂକ୍ରମଣ କୁ ରୋକିବା ପାଇଁ ସରକାର ଦେଶ ଲକ୍ ଡାଉନ୍ ମଧ୍ୟ ଜାରି କରିଥିଲେ ।

ତେବେ ଅଧିକ ଦିନ ଜାଏ ଲୋକ ମାନେ ନିଜ କାର୍ଯ୍ୟ ନକରି ପାରି ହଇରାଣ ହେଉ ଥିବା ରୁ ସରକାର ଲୋକ ମାନଙ୍କୁ ବଜାର ସହର ଯିବା ପାଇଁ ଅନୁମତି ଦେଇଛନ୍ତି କେବଳ ଅତି ଆବଶ୍ୟକ କ୍ଷେତ୍ର ରେ । କିନ୍ତୁ ସରକାର ମାସ୍କ , ସନିତାଇଯାର୍ , ସାମାଜିକ ଦୂରତା ଅବଲମ୍ବନ କରିବା ସମସ୍ତଙ୍କୁ ଅନିବର୍ଯ୍ୟ କରିଛନ୍ତି ।

କାରଣ ଏହି ସମୟରେ କରନା ରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ଏକମାତ୍ର ଉପାୟ। ଯଦି ସମସ୍ତେ ଏହି ନିୟମ କୁ ପାଳନ ନକରିବା ତେବେ ବହୁତ୍ ବଡ଼ ସମସ୍ୟା ର ସମ୍ମୁଖୀନ ହେବା ।ଲୋକ ମାନଙ୍କ ର ଅସାବଧାନତା ଯୋଗୁଁ ସମସ୍ତେ ଅସୁବିଧା ରେ ପଡ଼ିପାରୁ । କିନ୍ତୁ ପୁଣି ଥରେ ଭୟଙ୍କର ହେଉଛି କରନା ପରିସ୍ଥିତି । ଆଜି ଯାଏଁ ମଧ୍ୟ କରନା ର କୋକୁଆ ଭୟ କମ୍ ହୋଇନାହିଁ।

ତେବେ ଦେଶରେ ପୁଣି ଥରେ କରନା ଆକ୍ରାନ୍ତ ବଢ଼ିବାରେ ଲାଗିଛି ଆଉ ଏହି ଭୟ ମହାରାଷ୍ଟ୍ର ରେ ଅଧିକ ମାତ୍ରା ରେ ଦେଖିବାକୁ ମିଳିଛି । ତେବେ ଏହି କରନା ସଂକ୍ରମଣ କୁ ଆଖିରେ ରଖି ପୁଣି ଥରେ ଲକ୍ ଡାଉନ୍ ହେବାକୁ ଯାଉଛି। ସୂଚନା ଅନୁସାରେ ପୁନେ ରେ ଏହି କରନା ସଂକ୍ରମଣ ବୃଦ୍ଧି ପାଇ ଥିବାରୁ ଲୋକ ମାନଙ୍କ ସୁରକ୍ଷା ପାଇଁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ପୁଣି ଥରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆ ଯାଇଛି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ।

ତେବେ ଏହି ପୂର୍ବରୁ ମାର୍ଚ୍ଚ 14 ଯାଏଁ ସମସ୍ତ ସ୍କୁଲ୍ କଲେଜ୍ ପରି ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବ ବୋଲି ନିଷ୍ପତି ନିଆ ଯାଇଥିଲା କିନ୍ତୁ ବର୍ତ୍ତମାନ ସ୍ଥିତି ଜଟିଳ ହେବାରୁ ଏହାକୁ ମାର୍ଚ୍ଚ 31 ଯାଏଁ ବଢାଇ ଦିଆଯାଇଛି । ତେବେ ମହାରାଷ୍ଟ୍ର ର ପ୍ରଶାସନିକ ପରୀକ୍ଷା MPSC-UPSC ପରୀକ୍ଷା ମାନ କରାଯିବ ବୋଲି ସୂଚନା ମିଳିଛି । ତେଣୁ କୋଚିଂ ଇନଷ୍ଟିଚ୍ୟୁଟ ଗୁଡିକ ଖୋଲା ରହିବ ।

ତେବେ ଏହି ଲକ୍ ଡାଉନ୍ ରେ ପୁଣି ଥରେ ପୂର୍ବ ପରି ଅନଲାଇନ୍ ରେ ପାଠ ପଢା ଜାରି ରହିବ ବୋଲି ସୂଚନା ମିଳିଛି । ତେବେ କରନା ସଂକ୍ରମଣ ପୁନଶ୍ଚ ବୃଦ୍ଧି ପାଇଥିବାରୁ ଏହି ଲକ୍ ଡାଉନ୍ ପୁଣି ଥରେ ଜାରି କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।