ଓଡ଼ିଆ ସିନେମା ଜଗତ ଅଭିନୟ କରୁଥିବା କଳାକାର ମାନଙ୍କ ପ୍ରତି ଓଡିଆ ଦର୍ଶକ ମାନଙ୍କ ଅହେତୁକ ଭଲ ପାଇବା ରହିଛି। ନିଜ ନିଜ ପ୍ରିୟ କଳାକାର ମାନଙ୍କ ଅଭିନୟ ଜୀବନ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବା ପାଇଁ ମଧ୍ୟ ଦର୍ଶକ ମାନେ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ତେବେ ଓଲିଉଡ଼ ସିନେମା ଇଣ୍ଡଷ୍ଟ୍ରି ରେ ଏମିତି କିଛି ଅଭିନେତ୍ରୀ ରହିଛନ୍ତି ଯେଉଁମାନେ କି ନିଜ ଆକର୍ଷଣୀୟ ଲୁକ୍ସ ଏବଂ ନିଜର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏକି ନିଜର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ଦୃହୟରେ ରାଜ କରି ଆସୁଛନ୍ତି। ସେମିତି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ।
ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ଖୁବ୍ ଲୋକପ୍ରିୟ। ନିଜର ଜବରଦସ୍ତ ଅଭିନୟ ଡାନ୍ସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି ଅର୍ଚ୍ଚିତା।୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅର୍ଚ୍ଚିତା ବର୍ତ୍ତମାନ ସୁଦ୍ଧା ୩୦ ରୁ ଉର୍ଦ୍ଧ୍ବ ସିନେମାରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି।
ତେବେ ନିଜ ରିଲ ଲାଇଫ ଏବଂ ରିଅଲ ଲାଇଫକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଅର୍ଚ୍ଚିତା ସାହୁ।୨୦୨୧ ମସିହା ମାର୍ଚ୍ଚ ୧ ଅର୍ଚ୍ଚିତା ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଥିଲେ। ଯାହାକୁ ନେଇ ଉଭୟ ଖୁବ୍ ଚର୍ଚ୍ଚାରେ ରହି ଥିଲେ। ତେବେ ବିବାହ ପର ଠାରୁ ଅର୍ଚ୍ଚିତା ସୋସିଆଲ ମିଡିଆରେ ବେଶ୍ ଏକ୍ଟିଭ ରହି ଥିବାର ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ନିଜର ଛୋଟ୍ ଛୋଟ୍ ଅନୁଭୂତି ଫ୍ୟାନସ୍ ମାନଙ୍କ ସହିତ ସେୟାର ମଧ୍ୟ କରୁଛନ୍ତି। ଦର୍ଶକ ମାନେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅର୍ଚ୍ଚିତାଙ୍କ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ।
ଭିଡିଓରେ ଅର୍ଚ୍ଚିତାଙ୍କୁ ବିଶ୍ଵ ଦରବାର ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି। ମଞ୍ଚରେ ଅର୍ଚ୍ଚିତା ଗୀତ ଗାଇବା ସହ ଡାନ୍ସ ମଧ୍ୟ କରିଛନ୍ତି। ଏହା ସହିତ ଫ୍ୟାନ୍ ମାନଙ୍କ ସହ କିଛି ମୁହୂର୍ତ୍ତ ବିତାଇଛନ୍ତି। ଯାହାକି ଫ୍ୟାନସ୍ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି। ଆଉ ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।