ଜୟ ମା ତାରିଣୀ ! ମା ତାରିଣୀ ପୀଠ ଘଟଗାଁ ର ଆଶ୍ଚର୍ଯ୍ୟ ଜଣକ ରହସ୍ୟ ଜାଣନ୍ତୁ

0

ଘଟଗାଁ ହେଉଛି ଓଡ଼ିଶା ତଥା ଭାରତର ଏକ ଦୈବୀ ଧାର୍ମିକ ପୀଠ ।ଏହି ପୀଠରେ ପୂଜା ପାଆନ୍ତି ମା ତାରିଣୀ ।ମାଁ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ ।ସେ ଚତୁର୍ଭୁଜା ।ଉର୍ଦ୍ଧ୍ବ ବାମ ହସ୍ତରେ ଚକ୍ର,ନିମ୍ନ ବାମ ହସ୍ତରେ ଗଦା,ଉର୍ଦ୍ଧ୍ବ ଦକ୍ଷିଣ ହସ୍ତରେ ଖଡ୍ଗ ଏବଂ ନିମ୍ନ ଦକ୍ଷିଣ ହସ୍ତଟି ଖାଲି ରହିଥାଏ ।ସେହି ହସ୍ତରେ ମାଁ ନିଜ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି ।କିନ୍ତୁ ପ୍ରତିମାଟିରେ କୌଣସି ଅସ୍ତ୍ର ଶସ୍ତ୍ର ଦେଖାଯାଏ ନାହିଁ କହିଙ୍କିନା ଚିତ୍ରକାର ନିଜ ଇଚ୍ଛା ମୁତାବକ ଚିତ୍ର କରିଥାନ୍ତି ।

ଭଗବାନ ଶ୍ରୀରାମଙ୍କର ବନବାସ ସମୟରେ ମାତା ସୀତାଙ୍କୁ ହରିନେଇଥିଲା ରାବଣ ।ତା ସହ ଯୁଦ୍ଧ ନିମିତ୍ତ ଭଗବାନ ମାଙ୍କୁ ସ୍ମରଣ କରିଥିଲେ।ମାଁ ଦୂର୍ଗା କହିଥିଲେ ଯେ ମୋତେ ଯଦି ସ୍ବଚକ୍ଷୁରେ ଦେଖି ନେଵ ତେବେ ସେ ପାଷାଣ ରେ ପରିଣତ ହେବ ।ରାମ କଥା କଥାରେ ଭୁଲବଶତଃ ଆଖି ଖୋଲିଦେବାରୁ ସେ ପାଷାଣରେ ପରିଣତ ହୋଇ ମାଁ ତାରିଣୀ ରୂପରେ ପୂଜା ପାଇଲେ ।

କେଉଁଝର ରାଜା ଭଞ୍ଜଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଗୋବିନ୍ଦ ଭଞ୍ଜ ମାଁ ଙ୍କ ବଡ଼ ଭକ୍ତ ଥିଲେ ।ମାଁ ରାଜାଙ୍କ ମନ କଥା ଜାଣିପାରି ପୁରୀ ରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ଵାରା ଡକେଇଲେ ।ସେଠାରେ ରାଜା ଗୋବିନ୍ଦଙ୍କୁ ଆଠଗଡ଼ ଉପହାର ସ୍ବରୂପ ପ୍ରଦାନ କଲେ।କିନ୍ତୁ ରାଜା ନିଜ ମନ କଥା ଗଜପତିଙ୍କୁ କହି ମାଙ୍କୁ ନେବାକୁ କହିଲେ।ମାଙ୍କ ସ୍ବପ୍ନାଦେଶ ଯୋଗୁଁ ଗଜପତି ରାଜି ହେଲେ । କିନ୍ତୁ ମାତା ପାତାଳୀ ହୋଇଥିବାରୁ ନେବାକୁ ଅସୁବିଧା ସୃଷ୍ଟି ହେଲା।

ତେଣୁ ଗୋବିନ୍ଦ ଭଞ୍ଜ ମାଙ୍କୁ ସୁମାରଣ କରିବାରୁ ମାଁ କହିଲେ ତୁ ମୋତେ ଘୋଡାରେ ନେବୁ ଯେମିତି ମୁଁ କାଞ୍ଚିରୁ ଆସିଥିଲି । ତୁ ଆଗେ ଆଗେ ଚାଲିବୁୂ ଆଉ ମୁଁ ପଛରେ ଘୋଡାରେ ରୁଣୁଝୁଣୁ ନୁପୁର ଶବ୍ଦ କରି ଆସିବି ।ଯଦି ତୁ ପଛକୁ ଦେଖିବୁ ତାହାହେଲେ ମୁଁ ସେଠାରେ ହିଁ ପାଷାଣ ପଲଟିଯିବି ।କେଉଁଝର ମଧ୍ୟକୁ ପ୍ରବେଶ ପରେ ମାତା ଲିଲପୂର୍ବକ ରାଜାଙ୍କ ଘୋଡାକୁ ଅଟକେଇ ଦେଲେ । ରାଜା ପଛକୁ ଫେରିବା ମାତ୍ରକେ ସେ ପାଷାଣ ହୋଇଗଲେ।ସେହିଦିନଠାରୁ ମା ସେଠାରେ ପୂଜା ପାଇଲେ ।

ଘଟଗାଁର ନାମ ଏମିତି ହେବାର କାରଣ ହେଉଛି ଯେତେବେଳେ ପୂଜାରୀ ବଂଶରେ ଅଶୁଦ୍ଧି ହେଲେ ମାଙ୍କ ପୂଜା ବ୍ୟାଘାତ ହେଉଥିଲା । ତେଣୁ ମାଙ୍କ ସ୍ବପ୍ନାଦେଶ କ୍ରମେ ସେଠାରେ ଏକ ଘଟରେ ଗୋଘୃତ ରଖି କୁସୁମ ବୃକ୍ଷରେ ମାଙ୍କ ସ୍ଥାନରେ ରଖିଦିଆଗଲା।ଯାହାର ଆସୁଧି ହେବା ସେ ସେଥିରୁ କିଛି ପାନ୍ କରି ଆଉ ଦୁବ ଦ୍ଵାରା ମଥାର ସିଂଚନ କରି ଶୁଦ୍ଧ ହେଉଥିଲେ। ତେଣୁ ସ୍ଥାନର ନାମ ଏପରି ।

ମାଙ୍କ ଆଷାଢି ଯାତ୍ରା ପ୍ରସିଦ୍ଧ । ୨୮ଖଣ୍ଡ ମୁଖିଆଙ୍କ ପୂଜା ପାଠ ପରେ ଲୋକେ ଚାଷକାର୍ଯ୍ୟ ଆରମ୍ଭ କରନ୍ତି ।ସେହିଭଳି ଚଇତି ଯାତ୍ରା ମଧ୍ୟ ଓଡ଼ିଶା ପ୍ରସିଦ୍ଧ ।ମାଙ୍କ ଶୁଭ ଭୋଗ ନଡ଼ିଆ ।ଲୋକେ ୧୦୦୦-୧୦୦୦ ସଂଖ୍ୟାରେ ମନୋକାମନା ପୁରାଣ ପାଇଁ ଦାନ କରନ୍ତି ଏଠାକୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।