sadhubani anuchinta–କନ୍ୟାର ଅଙ୍ଗ ଦେଖି ଜାଣନ୍ତୁ ସେମାନଙ୍କ ଚରିତ୍ର ଏବଂ ତାଙ୍କର କେଉଁ ଅଙ୍ଗ ଗୋସ ରହିଲେ ସେମାନେ ହୋଇଥାନ୍ତି ଦୈବୀଗୁଣି…….

0

ଯେଉଁ ମହିଳାମାନଙ୍କର କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହେଇଥାଏ ,ସେମାନେ ବହୁତ ଭାଗ୍ୟଶାଳୀ ମହିଳାହୋଇଥାନ୍ତି ।ୟେଉଁ ମହିଳାମାନେ ଆସ୍ତିକ ,ଦାନଶୀଳ,କ୍ଷମାଶୀଳ,ବୁଦ୍ଧିବାନ ଓ କର୍ତ୍ତବ୍ୟପରାୟଣ ହୋଇଥାନ୍ତି ,ସେମାନେ ସାକ୍ଷାତ ଲକ୍ଷ୍ମୀସ୍ୱରୂପ ହେଇଥାନ୍ତି ।ଯେଉଁ ମହିଳାମାନେ ଘରକୁ ଆସୁଥିବା ଅତିଥିଙ୍କୁ ଆଦର ପୂର୍ବକ ସତ୍କାର କରନ୍ତି ସେମାନେ ଭାଗ୍ୟଶାଳୀ ଅଟନ୍ତି ।ଯେଉଁ ମହିଳାମାନେ ସକାଳେ ସନ୍ଧ୍ୟା ରେ ଦେବ ଦେବୀଙ୍କୁ ଧୂପ ଦ୍ୱୀପ ଦେଇ ପୂଜା କରନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି ।

ଯେଉଁ ମହିଳାଙ୍କ ଗାଲ ଗୋଲ ,ସୁନ୍ଦର ଓ ଶିର ଦେଖାଯାଏ,ସେମାନେ ଦୈବୀଗୁଣଯୁକ୍ତ ହେଇଥାନ୍ତି ।ଏମାନେ ଯେଉଁ ଘରକୁ ବୋହୂ ହୋଇ ଯାଆନ୍ତି ସେ ଘରେ ମାନ ସମ୍ମାନ ଓ ଧନ ବୃଦ୍ଧି ହୋଇଥାଏ ।

ଯେଉଁ ମହିଳାଙ୍କ ବେକ ଚାରି ଆଙ୍ଗୁଳି ବିଶିଷ୍ଟ,ସୁନ୍ଦର ଓ ସୁଢଳ ,ସେମାନେ ଉତ୍ତମ ଲକ୍ଷଣଯୁକ୍ତ ହୋଇଥାନ୍ତି ।ଯେଉଁ ମହିଳାଙ୍କ ଓଠ ମାଂସାଳ ,ସୁନ୍ଦର ଓ ଦୁଇ ଆଙ୍ଗୁଳି ହୋଇଥାଏ ,ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି ।ଯାହାର ବାକରେ ଘଣ୍ଟିକା ଉଚ୍ଚ ହୋଇଥାଏ ,ସେମାନେ ଭାଗ୍ୟଶାଳୀ ହେଇଥାନ୍ତି ।ଯେଉଁ ମହିଳାଙ୍କ ବେକରେ ତିନୋଟି ରେଖା ପଡିଥାଏ ସେମାନେ ତାଙ୍କ ସ୍ୱାମୀଙ୍କ ପାଇଁଐଶ୍ୱର୍ଯଶୀଳ ହୋଇଥାନ୍ତି ।

ଏମାନେ ପରିବାରର ଓ ସ୍ୱାମୀଙ୍କର ମାନ ସମ୍ମାନ ବୃଦ୍ଧି କରାଇଥାନ୍ତି। ଯେଉଁ ମହିଳାଙ୍କ ନାକର ଅଗ୍ରଭାଗ ଖୁୂବ୍ କମ୍ ଲମ୍ବା ହେଇଥାଏ ,ସେମାନଙ୍କୁ ବହୁତ ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହେଇଥାଏ ।ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କ ମୁହଁ ଟିକେ ଛୋଟ ହେଇଥାଏ ,ସେମାନେ ପୁରୁଷମାନଙ୍କ ପାଇଁ ମଙ୍ଗଳକାରୀ ଅଟନ୍ତି ।

ଯେଉଁ ମହିଳାମାନଙ୍କ ଉପରେ ପାଟିରେ ,ଷୋଳଟି ଏବଂ ତଳେ ଷୋଳଟି ଦାନ୍ତ କ୍ଷୀର ପରି ସଫା ହୋଇଥାଏ,ସେ ସ୍ୱାମୀର ପ୍ରିୟ ହୋଇଥାଏ ।ଯେଉଁ ମହିଳାମାନେ ହସିଲା ବେଳେ ଅଳ୍ପ ପାଟି ଖୋଲେ ,ସେମାନେ ସ୍ୱମୀଙ୍କ ପାଇଁ ସୌଭାଗ୍ୟ ଅଟନ୍ତି ।ଯେଉଁ ମହିଳାଙ୍କ ଆଖି ହରିଣୀ ପରି, ଡଳା କଳା,ଆଖି ପତାରେ ଛୋଟ ଛୋଟ କଳା ଚୁଟି ଥାଏ ,ସେମାନେ ବହୁତ ଶୁଭ ହେଇଥାନ୍ତି ।

ଯେଉଁ ମହିଳାଙ୍କ ହାତ ପାପୁଲି କୋମଳ ,ଏବଂ ହାତରେ ପଦ୍ମ,ସଙ୍ଖ,ମାଛ,ପତାକା ଚିହ୍ନ ଥାଏ ,ସେମାନଙ୍କ ସ୍ୱାମୀ ଧନବାନ ହୁଅନ୍ତି ।ଯେଉଁ ମହିଳାଙ୍କର ପାଦର ଆଙ୍ଗୁଳି ଗୁଡିକ ଲାଗିକରି ଥାଏ ,ସେମାନେ ବହୁତ ଭାଗ୍ୟଶାଳୀ ହୁଅନ୍ତି ।ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଅଧିକ ପାଙ୍କା ଥାଏ , ସେମାନେ ଧନ ସଞ୍ଚୟ କରିପାରନ୍ତି ନାହିଁ ।ମହିଳାମାନେ କେବେ ବି ଲୁଣ ପାତ୍ରକୁ ଖୋଲା ରଖନ୍ତୁ ନାହିଁ,ଏହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ,ଏବଂ ଘରେ ଅଭାବ ଦେଖାଯାଏ ।

ମହିଳାମାନେ ଯଦି ସପ୍ତାହରେ ଥରେ ଘରେ ସମୁଦ୍ର ଲୁଣ ପକେଇ ଘରେ ପୋଛା ମାରନ୍ତି ତେବେ ବହୁତ ଶୁଭ ହେଇଥାଏ ।ଘର ର ମହିଳାମାନେ କେବେ ବି ଘରର ଦୁଆର ମୁହଁ ରେ ବସି ଭୋଜନ କରନ୍ତୁ ନାହିଁ, ଏହା କରିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ ।ଘର ସଫା କରୁଥିବା ଝାଡୁରେ ମହିଳାମାନେ ଗୋଡ ପୋଛନ୍ତୁ ନାହିଁ, ଏହା ଅମଙ୍ଗଳ ହେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।