ଯେଉଁମାନଙ୍କ ଶରୀରରେ ରହିଥାଏ ଏହି ୪ ଟି ଚିହ୍ନ ସେମାନଙ୍କ ଭାଗ୍ୟରେ ଥାଏ ଅପାର ଧନ

0

ଯେଉଁମାନଙ୍କ ଶରୀରରେ ରହିଥାଏ ଏହି ଚାରୋଟି ଚିହ୍ନ ,ସେମାନଙ୍କ ଭାଗ୍ୟରେ ଥାଏ ଅପାର ଧନ ।ହିନ୍ଦୁ ଧର୍ମରେ ଶରୀରର ପ୍ରତ୍ୟେକ ଅଙ୍ଗ ବିଷୟରେ ବିଭିନ୍ନ କଥା କୁହାଯାଇଛି ।ସମୁଦ୍ର ଶାସ୍ତ୍ର ଅନୁସାରେ ମନୁଷ୍ୟ ଶରୀରର ପ୍ରତ୍ୟେକ ଅଙ୍ଗ ବ୍ୟକ୍ତିର ଭବିଷ୍ୟତ ବିସ,ୟରେ ମହତ୍ତ୍ୱପୂର୍ଣ୍ଣ କଥା କହିଥାଏ ।ସମସ୍ତେ ଜାଣନ୍ତି କୋଷ୍ଠି ଓକପାଳ ଅଧ୍ୟୟନ ରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଠାରୁ ଆରମ୍ଭ କରି ଅତୀତ ଓ ଭବିଷ୍ୟତ ବିଷୟରେ ଜାଣିହୁଏ ।ହାତ ପାପୁଲିରେ ଥିବା ରେଖାମାନେ ଭୂତ ଓ ଭବିଷ୍ୟତ ସମ୍ପର୍କରେ ଅଲଗା ଅଲଗା ସୂଚନା ଦେଇଥାନ୍ତି ।

ବର୍ତ୍ତମାନ ସମୟରେ ସମସ୍ତେ ଧନି ହେବାକୁ ଚାହୁଁଛନ୍ତି ।କିନ୍ତୁ ଧନୀ ହେବା ସମସ୍ତଙ୍କ ଭାଗ୍ୟରେ ନ ଥାଏ ।କିଛି କିଛି ଲୋକ ବହୁତ ପରିଶ୍ରମ କରିଥାନ୍ତି ।ତଥାପି ତାଙ୍କ ପାଖରେ ଯଥେଷ୍ଟ ସଞ୍ଚୟ ହୋଇପାରି ନ ଥାଏ ।

କିନ୍ତୁ କିଛି ଲୋକମାନେ ଏପରି ହୋଇଥାନ୍ତି ,ସେମାନେ ଭେଗ୍ୟରେ ଧନୀ ହୋଇଥାନ୍ତି ।ବହୁତ କମ୍ ପରିଶ୍ରମରେ ସେମାନଙ୍କୁ ସଫଳତା ମିଳିଥାଏ ।ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଶରୀରର କିଛି ଅଙ୍ଗ ଉପରେ ଥିବା ଚିହ୍ନ ଶୁଭ ହେଇଥାଏ ।ତେବେ ଆସନ୍ତୁ ଜାଣିବା –

1- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଂ ଲୋକର ହାତର ମଝିରେ ରଥ,ଚକ୍ର କିମ୍ବା ଧ୍ୱଜ ଆଦି ଆକାରର ଚିହ୍ନ ରହିଥାଏ,ସେହି ଲୋକମାନେ ଭାଗ୍ୟଶାଳୀ ହେଇଥାନ୍ତି ।ଏହି ଭଳି ଲୋକମାନଙ୍କର ଜନ୍ମ ସାଧାରଣ ଲୋକମାନଙ୍କର ଉପରେ ଶାସନ କରିବା ପାଇଁ ହୋଇଥାଏ ।ଏମାନଙ୍କର ସମାଜରେ ବହୁତ ପ୍ରତିଷ୍ଠାହୋଇଥାଏ ।ଏମାନଙ୍କର ଦାମ୍ପତ୍ୟ ଜୀବନରେ ତାଳମେଳ ବନି ରହିଥାଏ ।ଏମାନଙ୍କୁ ସବୁ କାମରେ ସଫଳତା ମିଳିଥାଏ ।ଉନ୍ନତି ମଧ୍ୟ କରିଥାନ୍ତି ।

2-ୟଦି ଆପଣଙ୍କ ହାତ ପାପୁଲିର ମଝି ଭାଗରେ କଳା ଜାଇ ରହିଥାଏ,ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭଦାୟକ ହେଇଥାଏ ।ଏହି ବ୍ୟକ୍ତିମାନେ ବହୁତ ଧନବାନ ଓ ହୃଦୟରୁ ବହୁତ ଭଲ ହେଇଥାଆନ୍ତି ।ଏମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ ।କିନ୍ତୁ ଦିନେ ନା ଦିନେ ଏମାନଙ୍କୁ ସଫଳତା ମିଳିଥାଏ ।

3- ଯେଉଁ ଲୋକମାନଙ୍କ ଗୋଡରେ ଚକ୍ର କିମ୍ବା ପଦ୍ମ ଚିହ୍ମ ହେଇଥାଏ ,ତେବେ ତାଙେକ ପାଖରେ କେବେ ବି ଟଙ୍କାର ଅଭାବ ହେଇନଥାଏ ।ଏହି ଲୋକମାନେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପସନ୍ଦ କରିଥାନ୍ତି ।ଏମାନେ ନିଜର ମିଠାବାଣୀ ଦ୍ୱାରା ଲୋକଙ୍କ ହୃଦୟକୁ ଜିଣିଥାନ୍ତି ।ଅପାର ଧନ ରହିଥିବାରୁ ଏମାନଙ୍କ ନିଜର ଲୋକ ଖୁବ୍ କମ୍ ଏବଂ ଶତୃ ବେଶି ହୋଇଥାନ୍ତି ।

4- ଯେଉଁ ଲୋକର ପାଦରେ କଳା ଜାଇ ହୋଇଥାଏ ,ସେମାନେ ଭଲ ଶାସକ ହୋଇଥାନ୍ତି ।ସ୍ୱତନ୍ତ୍ର ରୂପରେ ଆଗକୁ ବଢିବା ଏମାନଙ୍କ ଲକ୍ଷ୍ୟ ହୋଇଥାଏ ।ଏମାନେ ନିଜର ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରିଥାନ୍ତି ।ଟଙ୍କା ପଇସା ମାମଲାରେ ଏମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ।ଏମାନେ ସବୁ କାମକୁ ମନ ଲଗାଇ କରିଥାଆନ୍ତି ।